NDAକୁ ବଡ଼ ଝଟ୍‌କା, କୃଷି ବିଲ୍‌କୁ ବିରୋଧ କରି ଅଲଗା ହେଲା ଅକାଳି ଦଳ

1 min read

ନୂଆଦିଲ୍ଲୀ: ମୋଦି ସରକାରଙ୍କ ଦ୍ୱାରା ଅଣାଯାଇଥିବା କୃଷି ବିଲ୍କୁ ଦେଶର ବିଭିନ୍ନ ସ୍ଥାନରେ ବିରୋଧ କରାଯାଉଥିବା ଦେଖାଯାଇଛି । କୃଷକଙ୍କ ସହ ବିରୋଧୀ ଦଳ ମଧ୍ୟ ମୋଦି ସରକାରଙ୍କ ଏହି କୃଷି ବିଲକୁ ବିରୋଧ କରୁଛି । ତେବେ ସବୁଠାରୁ ବଡ଼ କଥା ହେଲା ମୋଦି ସରକାରଙ୍କ ସହଯୋଗୀ ଦଳ ଶିରୋମଣି ଅକାଳି ଦଳ ଏବେ ବିଜେପିକୁ ବଡ଼ ଝଟ୍‌କା ଦେଇଛି । ଏନ୍‌ଡିଏରୁ ଅକାଳି ଦଳ ନିଜକୁ ଅଲଗା କରିଦେଇଛି ।

ତେବେ ଆରମ୍ଭରୁ ଶିରୋମଣି ଅକାଳି ଦଳ ମୋଦ ସରକାରଙ୍କ କୃଷି ବିଲ୍‌କୁ ବିରୋଧ କରି ଆସୁଛି । ଏମିତିକି ଅକଳି ଦଳର କେନ୍ଦ୍ରମନ୍ତ୍ରୀ ହରସିମ୍‌ରତ କୌର କୃଷି ବିଲ୍‌କୁ ବିରୋଧ କରି ମନ୍ତ୍ରୀପଦରୁ ଇସ୍ତଫା ଦେଇସାରିଛନ୍ତି । କିନ୍ତୁ ସେହି ସମୟରେ ଅକାଳି ଦଳ ଏନ୍‌ଡିଏ ସହ ରହିଥିଲେ । ହେଲେ ଏବେ ଏନ୍‌ଡିଏର ହାତ ଛାଡ଼ିସାରିଛି ଅକାଳି ଦଳ ।

ଅକାଲୀ ଦଳ କହିଛି ଯେ କୃଷକଙ୍କ ଫସଲର ନିଶ୍ଚିତ ମାର୍କେଟିଂକୁ ସୁରକ୍ଷା ଦେବା ପାଇଁ ଦାବି କରାଯାଇଥଲା । ହେଲେ ସରକାର ଏଥିରେ ରାଜି ନହେବାରୁ ଏନ୍‌ଡିଏର ହାତ ଛାଡ଼ିବାକୁ ବାଧ୍ୟ ହୋଇଛି ଅକାଳି ଦଳ । ପଞ୍ଜାବୀ ଏବଂ ଶିଖ୍ ପ୍ରସଙ୍ଗରେ ସମ୍ବେଦନଶୀଳତାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି ।

ଅକଲୀ ଦଳ ସଭାପତି ସୁଖବୀର ସିଂ ବାଦଲ ଦଳର କୋର କମିଟିର ଅଧ୍ୟକ୍ଷତା କରିଥିଲେ ଏବଂ ଦଳର ବରିଷ୍ଠ ନେତାଙ୍କ ସହ ଏକ ବୈଠକ କରିଥିଲେ । ଯାହା ପରେ NDA ରୁ ଅଲଗା ହେବାକୁ ନିଷ୍ପତ୍ତି ନିଆଗଲା । ଏହାପୂର୍ବରୁ ସୁଖବୀର ସିଂ ବାଦଲ କହିଥିଲେ ଯେ, ଏକ ଅକାଳି ଦଳର ଏକ ବୋମା ମୋଦି ସରକାରଙ୍କୁ ଥରାଇ ଦେଇଛି । ଗତ ଦୁଇମାସ ଧରି ଚାଷୀଙ୍କ ଉପରେ କୌଣସି ମନ୍ତବ୍ୟ ଦିଆଯାଉଥିଲା । କିନ୍ତୁ ବର୍ତ୍ତମାନ ପାଞ୍ଚ ଜଣ ମନ୍ତ୍ରୀ ଏହା ଉପରେ ବାୟନ୍‌ ଦେବା ଆରମ୍ଭ କରିଛନ୍ତି ।

Leave a Reply