ଲକଡାଉନ ବେଳେ ଏଏସଆଇଙ୍କ ହାତ କାଟିଲେ ଦୁର୍ବୃତ୍ତ , ଡାକ୍ତରମାନେ ହାତକୁ ପୁଣି ଯୋଡ଼ିଦେଲେ

1 min read

ଚଣ୍ଡିଗଡ଼ ପିଜିଆଇ ର ଡାକ୍ତରମାନଙ୍କ ଚର୍ଚ୍ଚା ଏବେ ସବୁଆଡେ। ତାଙ୍କ କାର୍ଯ୍ୟକୁ ନେଇ ପ୍ରଶଂସା କରୁଛି ସାରା ଦେଶ। ଏପରି କାର୍ଯ୍ୟ କରିଛନ୍ତି, ଯାହା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି। ଡାକ୍ତରମାନେ ପଟିଆଲା ପୋଲିସର ଏଏସଆଇ ହରଜିତ ସିଂଙ୍କ କଟିଯାଇଥିବା ହାତକୁ ତାଙ୍କ ଶରୀରରେ ପୁଣି ଯୋଡିଛନ୍ତି । ରବିବାର ସକାଳେ ଲକଡାଉନ ଭାଙ୍ଗି ଥିବା ଜଣେ ବ୍ୟକ୍ତି ଖଣ୍ଡା ସାହାଯ୍ୟରେ ଏଏସଆଇଙ୍କ ହାତ କାଟିଦେଇଥିଲେ । ତେବେ ଅପରେସନ୍ ଥିଏଟରରେ ସାଢ଼େ ସାତ ଘଣ୍ଟା ବିତାଇବା ପରେ ଡାକ୍ତରମାନେ ଏହି ଅପରେସନକୁ ସଫଳ କରିଛନ୍ତି ।

ଏହି ପ୍ଲାଷ୍ଟିକ୍ ସର୍ଜରୀ ଦଳରେ ସୁନୀଲ ଗବା, ଜେରୀ ଆର ଜନ୍, ସୁରଜ ନାୟାର, ଡାକ୍ତର ମୟଙ୍କ, ଚନ୍ଦ୍ର ମଧ୍ୟ ସାମିଲ ହୋଇଥିଲେ। ଏହା ଅତ୍ୟନ୍ତ ଚ୍ୟାଲେଞ୍ଜିଂ ସର୍ଜରୀ ଥିଲା ଯାହା ସଫଳତାର ସହିତ କରାଯାଇଥିଲା | PGI ର ଡାକ୍ତରମାନେ ଏହି ଅପରେସନ୍ କରିଛନ୍ତି । ହାତ ମିଳାଇଥିବା ଡାକ୍ତରମାନେ କହିଛନ୍ତି ଯେ ପୋଲିସର ହାତ ପୂର୍ବ ଭଳି କାମ କରିବ।

ସୂଚନା ଅନୁଯାୟୀ, ଦେଶରେ କରୋନା ବୃଦ୍ଧି ପାଉଥିବା ଯୋଗୁଁ ଲକଡାଉନ୍ କାର୍ଯ୍ୟକାରୀ ହେଉଛି। ତେବେ ଲାକଡାଉନରେ ଜଗିଥିବା ପୋଲିସ୍ ଉପରେ ଆକ୍ରମଣ ମାମଲା ସାମ୍ନାକୁ ଆସୁଛି । ମାମଲାରେ ପଞ୍ଜାବର ପଟିଆଲାର ନିହାଙ୍ଗ ସିଖୋ ଖଣ୍ଡା ଦ୍ୱାରା ଆକ୍ରମଣ କରି ପୋଲିସର ହାତ କାଟି ଦେଇଥିଲେ। ଏହି ମାମଲାରେ ପୋଲିସ ଅଭିଯୁକ୍ତ ନିହାଙ୍ଗଙ୍କୁ ଗିରଫ କରିଛି।

ପଞ୍ଜାବରେ ରବିବାର ନିହାଙ୍ଗଙ୍କ ମାଧ୍ୟମରେ ଏହି ଲକଡାଉନ୍ ଉଲ୍ଲଂଘନ କରାଯାଇଛି। ଏହି ସମୟରେ ନିହାଙ୍ଗମାନେ ଖଣ୍ଡା ସାହାଯ୍ୟରେ ପୋଲିସ ଉପରେ ଆକ୍ରମଣ କରିଥିଲେ। ଏହି ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପଞ୍ଜାବ ପୋଲିସ ବର୍ତ୍ତମାନ ୯ ଜଣଙ୍କୁ ଗିରଫ କରିଛି।

Leave a Reply