ମାସ୍କ ଟ୍ରେଣ୍ଡରେ ସାମିଲ ହେଲା ୨.୯ ଲକ୍ଷ ଟଙ୍କାର ସୁନା ମାସ୍କ

1 min read

ପୁଣେ: ମାସ୍କ ଟ୍ରେଣ୍ଡରେ ସାମିଲ ହେଲା ସୁନା ମାସ୍କ । ଯାହାର ମୂଲ୍ୟ ରହିଛି ୨.୯ ଲକ୍ଷ ଟଙ୍କା । ପୁଣେର ଶଙ୍କର କୁରାଡେ ନାମକ ଜଣେ ବ୍ୟକ୍ତି ସୁନାରେ ତିଆରି ମାସ୍କ ପିନ୍ଧି ଚର୍ଚ୍ଚାକୁ ଆସିଛନ୍ତି । ଏହି ମାସ୍କ ଦେଶର ସବୁଠାରୁ ମହଙ୍ଗା ମାସ୍କ ଭାବେ ପରିଗଣିତ ହୋଇଛି ।

ଶଙ୍କର ସ୍ଥାନୀୟ ଅଞ୍ଚଳରେ ସୁନା ମଣିଷ ଭାବେ ବେଶ ଜଣାଶୁଣା । ସୋସିଆଲ ମିଡିଆରେ ତାଙ୍କ ମାସ୍କ ଫଟୋ ଖୁବ ଭାଇରାଲ ହୋଇଛି ।

୩ ଲକ୍ଷ ଟଙ୍କାର ସୁନାର ମାସ୍କ-

ଶଙ୍କର କୁରାଡେ ପୁଣେ ଜିଲ୍ଲା ପିମ୍ପରୀ- ଚିଞ୍ଚୱାଡର ବାସିନ୍ଧା । ସେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ଏହି ମାସ୍କ ତିଆରି କରିଛନ୍ତି । କୁହାଯାଉଛି ଯେ, ଶଙ୍କରଙ୍କ ଏହି ମାସ୍କର ମୂଲ୍ୟ ୨.୮୯ ଲକ୍ଷ ଟଙ୍କା ।

ସୁନାର ସଉକ-

ଶଙ୍କର ସୁନାର ଖୁବ ସଉକୀନ ଏବଂ ନିଜ ଶରୀରରେ ପ୍ରାୟ ୩ କିଲୋ ସୁନା ସବୁବେଳେ ପିନ୍ଧିଥାଆନ୍ତି । ଶଙ୍କର ଦଶଟି ଆଙ୍ଗୁଠିରେ ସୁନାର ମୁଦି, ବେକରେ ସୁନାର ଚେନ୍ ଏବଂ ହାତରେ ବ୍ରେସଲେଟ ପିନ୍ଧିଥାଆନ୍ତି । 

୨୦ ଗ୍ରାମର ସୁନାରେ ତିଆରି ମାସ୍କ

ଦୁଇ ଲକ୍ଷ ୯୦ ହଜାର ଟଙ୍କାରେ ତିଆରି ଏହି ମାସ୍କ ୨୦ ଗ୍ରାମ ସୁନାର ବ୍ୟବହାର କରାଯାଇଛି । ଶଙ୍କରଙ୍କ କହିବା ଅନୁଯାୟୀ ସେ ଟିଭିରେ ଜଣଙ୍କୁ ରୂପାର ମାସ୍କ ପିନ୍ଧିଥିବାର ଦେଖିଥିଲେ । ତାପରେ ସେ ସୁନାର ମାସ୍କ ତିଆରି କରିବା ପାଇଁ ଭାବିଥିଲେ ।

ମାସ୍କଟି ପ୍ରଭାବଶାଳୀ କି ?

ଶଙ୍କର କହିଛନ୍ତି ଯେ, ଏହା ଏକ ପତଳା ମାସ୍କ ଅଟେ ଯେଉଂତିରେ ଅନେକ ଛିଦ୍ର ରହିଛି ଯାଗା ଫଳରେ ନିଶ୍ୱାସ ପ୍ରଶ୍ୱାସ ନେବାରେ କୌଣସି ଅସୁବିଧା ହୁଏନାହିଁ । ସେ କହିଛନ୍ତି ଯେ, ଏହି ମାସ୍କ ସଂପୂର୍ଣ୍ଣ ଭାବରେ ପ୍ରଭାବଶାଳା ହେବ ନାହିଁ ତାକୁ ନେଇ ସେ ସ୍ପଷ୍ଟି କରଣ ଦେଇନାହାନ୍ତି ।

 

Leave a Reply