ପୁଲୱାମା ସ୍ମୃତିରେ ସହିଦ ଦିବସ, ସେନାର ଶୌର୍ଯ୍ୟକୁ ସମ୍ମାନ

ନିମାପଡ଼ା: ପୁଲୱାମାରେ ଘଟିଥିବା ବର୍ବୋରଚିତ ଆକ୍ରମଣକୁ ଆଜି ପୁରିଛି ୨ ବର୍ଷ । ସୈତାନୀ ଆତଙ୍କୀକ ମାୟା ପିଞ୍ଜରାରେ ଫସିଯାଇଥିଲେ ଏ ଦେଶର ବୀର । ପୁଲୱାମାର ରାସ୍ତାରୁ ଲିଭିଯାଇପାରେ ସେଦିନର ରକ୍ତର ଦାଗ କିନ୍ତୁ ପ୍ରତିଟି ଭାରତୀୟଙ୍କ ମନରେ ଅଲିଭା ସେ ଛିଟା । ୪୦ ଅମୂଲ୍ୟ ରତ୍ନଙ୍କୁ ହରାଇ କୋଳଶୂନ୍ୟ ହୋଇପଡିଥିବା ସେ ମାଆ ଆଜି ମଧ୍ୟ ଘୁମୁରି କାନ୍ଧୁଛି । ଆଜି ବି ଅସଜଡ଼ା ଆଲମାରୀରୁ ସ୍ବାମୀର ସାଇତା ସ୍ମୃତିକୁ ଖୋଜୁଛି ବିଧବା ପତ୍ନୀ । ବାପାର ଅନୁପସ୍ଥିତିକୁ ପ୍ରତିଟି ମୂହୂର୍ତ୍ତରେ ଅନୁଭବ କରୁଛି ଅଭାଗା ସନ୍ତାନ ।

ଫେବୃଆରୀ ୧୪ ପ୍ରତିଟି ଭାରତୀୟଙ୍କ ପାଇଁ ଏକ ଅଭିଷପ୍ତ ଦିନ । ବୀର ସନ୍ତାନଙ୍କ ବଳିଦାନ ଏବଂ ଶୌର୍ଯ୍ୟକୁ ଝୁରେ ଏ ରାଷ୍ଟ୍ର । ନିମାପଡାର ଅଗ୍ରଣୀ ସାମାଜିକ ସଂଗଠନ ଯୁବ ବିକାଶ ପରିଷଦ ସହିଦଙ୍କ ସମ୍ମାନର୍ଥେ ପାଳନ କରିଛି ସହିଦ ଦିବସ । ଦକ୍ଷିଣକାଳୀ ବିଦ୍ୟାଳୟ ପ୍ରାଙ୍ଗଣରେ ଅନେକ ଛାତ୍ରଛାତ୍ରୀଙ୍କ ଉପସ୍ଥିତିରେ ପାଳନ ହୋଇଛି ସହିଦ ଦିବସ । ଭାରତୀୟ ସେନାର ଅସୀମ ସାହାସ ପ୍ରତିଟି ଯୋଦ୍ଧା ଯବାନଙ୍କ ଅମାପ ଶକ୍ତି କିପରି ଆମକୁ ସଦା ବିଜୟ କରିଛି, ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ଶୁଣାଇଥିଲେ ଅନୁଷ୍ଠାନର ଅଗ୍ରଣୀ ସଦସ୍ୟ ।

ଆଗାମୀ ଦିନରେ ଆମେ ମଧ୍ୟ ଦେଶମାତୃକାର ସଂହତି ଏବଂ ସୁରକ୍ଷା ପାଇଁ କିଭଳି ବ୍ରତି ହେବା ସେ ସମ୍ବନ୍ଧରେ ମଧ୍ୟ ଆଲୋଚନା କରାଯାଇଥିଲା । ସେହିପରି ଓଡିଶା ମାଟିର ଦୁଇ ବୀର ସନ୍ତାନ ସହିଦ ମନୋଜ ବେହେରା ଏବଂ ପ୍ରସନ ସାହୁଙ୍କ ସମେତ ସମସ୍ତ ସହିଦ ଜବାନଙ୍କ ଉଦେଶ୍ୟରେ ସମ୍ୃତି ଚାରଣ କରାୟାଇଥିଲା । କାର୍ଯ୍ୟକ୍ରମକୁ ଯୁବ ବିକାଶ ପରିଷଦର ସଭାପତି ନିରଞ୍ଜନ ସାହୁ ପରିଚାଳନା କରିଥିଲେ । ସେହିପରି ଅନୁଷ୍ଠାନର ଅଗ୍ରଣୀ ସଦସ୍ୟ ବ୍ରହ୍ମାନନ୍ଦ ସାହୁ, ଉପସଭାପତି ଚନ୍ଦ୍ରକାନ୍ତ ବରାଳ, ସାନ୍ତୁନ ମିଶ୍ର ଓ ବିଜୟ କୁମାର ଦାସ ପ୍ରମୁଖ ଯୋଗଦେବା ସହ ନିଜର ବଳିଆନ ସମ୍ଭାଷଣ ପ୍ରଦାନ କରିଥିଲେ ।

Leave a Reply