ପୁଣି ଲୋକଙ୍କ ଆକ୍ରୋଶର ଶିକାର ପୋଲିସ, ଚେକିଂ ବେଳେ ଜନତାଙ୍କ ସହ ଧସ୍ତାଧସ୍ତି

1 min read
traffic Checking

ରାଉରକେଲା: ପୁଣି ଲୋକଙ୍କ ଆକ୍ରୋଶର ଶିକାର ହେଲା ପୋଲିସ । ରାଉରକେଲାରେ ଗାଡି ଚେକିଂକୁ ନେଇ ପୋଲିସ୍-ପବ୍ଲିକ୍ ଧସ୍ତାଧସ୍ତି । ଡିଏଭି ଛକରେ ୨ଜଣ ଟ୍ରାଫିକ୍ କନେଷ୍ଟବଳଙ୍କୁ ଆକ୍ରମଣ ଅଭିଯୋଗ । ଗାଡି ଚେକିଂକୁ ନେଇ ସାମାନ୍ୟ ବଚସାରୁ ଆକ୍ରମଣ ହୋଇଥିବା ଜଣାପଡ଼ିଛି । ଉଦ୍ଧାର ପାଇଁ ଆସିଥିବା ପୋଲିସକୁ ମଧ୍ୟ ଆକ୍ରମଣ କରିଥିଲେ ଉତ୍ୟକ୍ତ ଲୋକେ । ପୋଲିସ ଏବଂ ସାଧାରଣ ଲୋକଙ୍କ ମଧ୍ୟରେ ବେଶ କିଛି ସମୟ ଧରି ଧସ୍ତାଧସ୍ତି ହୋଇଥିବା କୁହାଯାଉଛି । ତେବେ ଖବରପାଇ ବରିଷ୍ଠ ପୋଲିସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ । ସେଠାରେ ଲୋକଙ୍କୁ ବୁଝା ସୁଝା କରି ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିଥିଲେ । ହେଲେ ଏବେ ମଧ୍ୟ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଲାଗି ରହିଛି । ଆଇନ୍‌ସୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ପୋଲିସ୍ ଫୋର୍ସ ମୁତୟନ ହୋଇଛନ୍ତି ।

Rourkela traffic Checking

ସୂଚନାଯୋଗ୍ୟ, କୋଭିଡ୍‌ କଟକଣା କୋହଳ ହେବା ପରେ ଟ୍ରାଫକ୍‌ ନିୟମ କଡ଼ାକଡ଼ି କରାଯିବ ବୋଲି ପରିବହନ ମନ୍ତ୍ରୀ କହିଥିଲେ । ଏହାପରଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଟ୍ରାଫିକ୍‌ ଚେକିଂକୁ କଡ଼ାକଡ଼ି କରାଯାଇଛି । କଟକ ଭୁବନେଶ୍ୱର ପରେ ଏବେ ରାଉରକେଲାରେ ମଧ୍ୟ କଡ଼ାକଡ଼ି ହୋଇଛି ଗାଡ଼ି ଚେକିଂ । ପ୍ରତି ଛକରେ ପୋଲିସ ଓ ପରିବହନ ବିଭାଗ ପକ୍ଷରୁ ଗାଡ଼ିର କାଗଜପତ୍ର ଯାଞ୍ଚ କରାଯାଉଛି । ହେଲ୍‌ମେଟ୍ ପିନ୍ଧି ନଥିବା ବାଇକ୍ ଚାଳକଙ୍କୁ କଡ଼ା ତାଗିଦ୍ କରାଯିବା ସହ ଜରିମାନା ଆଦାୟ କରାଯାଉଛି ।

Rourkela traffic Checking

ଲାଇସେନ୍ସ ଓ ଗାଡ଼ିର କାଗଜପତ୍ର ଠିକ୍ ନଥିଲେ ଚାଳକମାନେ ମୋଟାଅଙ୍କର ଜରିମାନା ଗଣୁଛନ୍ତି । ହେଲ୍‌ମେଟ୍ ନପିନ୍ଧି ବାଇକ୍ ଚଲାଉଥିବା କିଛି ଲୋକଙ୍କ ଲାଇସେନ୍ସ ରଦ୍ଦ କରିବାକୁ ପରିବହନ ବିଭାଗକୁ ସୁପାରିଶ‌ କରାଯାଇଛି । ଆଗାମୀ ଦିନରେ ରାଉରକେଲାରେ ଏଭଳି ଯାଞ୍ଚ ଜାରି ରହିବ ବୋଲି ପୋଲିସ ଓ ପରିବହନ ବିଭାଗ ପକ୍ଷରୁ କୁହାଯାଇଛି ।

Leave a Reply