ଆଦିତ୍ୟ ଦାଶ ମୃତ୍ୟୁ ମାମଲା: ସାଇକୋ ପ୍ରେମିକା ଭିଡିଓ ମାଧ୍ୟମରେ ଦେଉଥିଲେ ଆତ୍ମହତ୍ୟାର ଧମକ !

ଭୁବନେଶ୍ୱର: ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲା । ଦିନକୁ ଦିନ ରହସ୍ୟମୟ ହେଉଛି ଆଦିତ୍ୟଙ୍କ ମୃତ୍ୟୁ । ଏହା ହତ୍ୟା ନା ଆତ୍ମହତ୍ୟା ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ । ଏହାରି ଭିତରେ ମୃତ୍ୟୁକୁ ନେଇ ତଦନ୍ତର ଦିଗ ଖାଲି ବଦଳିବାରେ ଲାଗିଛି । ଏବେ ପୁଣି ନୂଆ ମୋଡ଼ ନେଇଛି ଆଦିତ୍ୟ ଦାଶଙ୍କ ମୃତ୍ୟର ତଦନ୍ତର ଦିଗ । ସାଇକୋ ଲେଡିକୁ ନେଇ ଆଦିତ୍ୟଙ୍କ ମା ଦେଲେ ବିସ୍ଫୋରକ ବୟାନ । ସାଇକୋ ଲେଡି ଜଣକ ଆଦିତ୍ୟଙ୍କୁ ଏକତରଫା ପ୍ରେମ କରୁଥିଲେ । ବିବାହ କରିବା ପାଇଁ ଚାପ ପକାଉଥିଲେ ।  କିନ୍ତୁ ଆଦିତ୍ୟ ତାଙ୍କୁ ପ୍ରେମକୁ ପ୍ରତ୍ୟାଖାନ କରିଥିଲେ । ବାହା ହେବାକୁ ମନା କରିଥିଲେ । ଏଥିପାଇଁ ସଂପୃକ୍ତ ମହିଳା ଜଣକ ଆଦିତ୍ୟଙ୍କୁ ଆତ୍ମହତ୍ୟାର ଧମକ ଦେଉଥିଲେ । ତାଙ୍କୁ ଜୋର ଜବରଦସ୍ତ ବିବାହ କରିବା ପାଇଁ ସେ ଆଦିତ୍ୟଙ୍କ ଉପରେ ମାନସିକ ଚାପ ପକାଉଥିଲେ । ଏମିତିକି ଠିକ ସମୟରେ ଠିକ ସମୟରେ ଲୋକ ପହଂଚିବେ ବୋଲି ଧମକ ଦେଇଥିବା ଆଦିତ୍ୟଙ୍କ ମା’ କହିଛନ୍ତି । ଆଦିତ୍ୟ ମୃତ୍ୟୁ ପଛରେ ସାଇକୋ ଲେଡିର ହାତ ଥିବା ସନ୍ଦେହ କରୁଥିବା କହିଛନ୍ତି ତାଙ୍କ ମା ।

ଆଦିତ୍ୟଙ୍କୁ ମୋବାଇଲ ଓ ଭିଡିଓ ମଧ୍ୟମରେ ଧମକ ଦେଉଥିଲା ସାଇକୋ ଲେଡି । ଆଦିତ୍ୟଙ୍କୁ ତାଙ୍କ ସହ ବିବାହ କରିବାକୁ ବାଧ୍ୟ କରୁଥିଲା । ଆଦିତ୍ୟ ଯଦି ତାଙ୍କୁ ବାହା ନହୁଅନ୍ତି ତେବେ ସେ ଆତ୍ମହତ୍ୟା କରିବେ ବୋଲି ଧମକ ଦେଉଥିବ ଆଦିତ୍ୟଙ୍କ ମା’ କହିଛନ୍ତି । ଆଦିତ୍ୟଙ୍କ ମା’ଙ୍କ ଅନୁସାରେ ସଂପୃକ୍ତ ମହିଳା ଜଣକ ବ୍ଲେଡରେ ନିଜ ହାତ କାଟିବାକୁ କହି ଆଦିତ୍ୟଙ୍କୁ ବ୍ଲାକମେଲ୍ କରୁଥିଲେ । ଖାଲି ସେତିକି ନୁହେଁ ଟିକ୍‌ଟକ୍‌ ଭିଡ଼ିଓ ମାଧ୍ୟମରେ ମଧ୍ୟ ଦେଉଥିଲେ ଧମକ । ଠିକ୍‌ ସମୟରେ ଠିକ୍‌ ଜାଗାରେ ଯାଇ ପହଞ୍ଚିବ ବୋଲି ଆଦିତ୍ୟଙ୍କୁ ଧମକ ଆସୁଥିଲା । କ୍ରାଇମବ୍ରାଞ୍ଚର ଜେରା ବେଳେ ସାଇକୋ ଲେଡି ବାବଦରେ କ୍ରାଇମବ୍ରାଞ୍ଚକୁ ସବୁ ତଥ୍ୟ ଦେଇଥିବା କହିଛନ୍ତି ମୃତ ଆଦିତ୍ୟଙ୍କ ମାଆ । କାହିଁକି ଏ ଦିଗରେ ପୋଲିସ ତଦନ୍ତ କରୁନି ବୋଲି ଆଦିତ୍ୟଙ୍କ ମାଆ ପ୍ରଶ୍ନ କରିଛନ୍ତି ।

Leave a Reply