ନାଗରିକତା ସଂଶୋଧନ ଆଇନକୁ ବିରୋଧ କରି ପୋଡ଼ାଜଳା

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନକୁ ବିରୋଧ କରି ପୋଡ଼ାଜଳା, ବିକ୍ଷୋଭ । ଆସାମରୁ ପଶ୍ଚିମବଙ୍ଗ ଦେଇ ରାଜଧାନୀ ଦିଲ୍ଲୀ ପହଞ୍ଚିଲାଣି ବିରୋଧ । ଆଜି ଦିଲ୍ଲୀର ବିଭିନ୍ନ ସ୍ଥାନରେ ଆଇନକୁ ବିରୋଧ କରି ବିକ୍ଷୋଭ କରାଯାଇଛି । ଦିଲ୍ଲୀର ଭାରତ ନଗରରେ ବିକ୍ଷୋଭକାରୀ ଡିଟିସିର ୩ଟି ବସରେ ନିଆଁ ଲଗାଇ ଦେଇଛନ୍ତି । ବସ୍ ସହ କିଛି ବାଇକ ଜାଳି ଦେଇଛନ୍ତି ଆନ୍ଦୋଳନକାରୀ ।ନିଆଁ ଲିଭାଇବାକୁ ୪ଟି ଦମକଳ ବାହିନୀ ଆସିଥିଲେ ମଧ୍ୟ ବିକ୍ଷୋଭକାରୀଙ୍କ ଆକ୍ରୋଶରୁ ବର୍ତ୍ତି ପାରିନାହାନ୍ତି । ୨ଟି ଦମକଳ ଗାଡ଼ି ଭଙ୍ଗାରୁଜା କରିଛନ୍ତି ଆନ୍ଦୋଳନକାରୀ । ଅନ୍ୟ ୨ଟି ଦମକଳ ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ଅଛି । ପୋଲିସ ଆନ୍ଦୋଳନକୁ ପ୍ରତିହତ କରିବାକୁ ଯାଇ ଲୁହବୁହା ଗ୍ୟାସ୍ ପ୍ରୟୋଗ କରିଛି ।

Leave a Reply