ପଟ୍ଟାମୁଣ୍ଡାଇ ମେଗା ପାନୀୟ ଜଳ ପ୍ରକଳ୍ପକୁ ବିରୋଧ କରି ଜନ ସମାବେଶ

ପଟ୍ଟାମୁଣ୍ଡାଇ: ପଟ୍ଟାମୁଣ୍ଡାଇ ମେଗା ପାନୀୟ ଜଳ ପ୍ରକଳ୍ପକୁ ବିରୋଧ କରି ଜନ ସମାବେଶ । ଖାରସ୍ରୋତା ବଞ୍ଚାଅ ସଂଗ୍ରାମ ସମିତି ପକ୍ଷରୁ ପ୍ରକଳ୍ପକୁ ବିରୋଧ କରାଯାଇଛି । ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ନଦୀ ତଳମୁଣ୍ଡରେ ଜଳସ୍ତର କମିବା ସହ ନଦୀଜଳ ଲୁଣା ହୋଇଯିବ ।

ଏଥିସହ ଚାଷ ଉଜୁଡିବ ଓ ମସ୍ୟଜୀବୀମାନେ ଜୀବିକା ହରାଇବେ ବୋଲି ଖାରସ୍ରୋତା ବଞ୍ଚାଅ ସଂଗ୍ରାମ ସମିତି ଅଭିଯୋଗ କରିଛି । ରାଜକନିକା ବ୍ଲକ ଭାରିଗଦା ନିକଟ ଖରସ୍ରୋତା ନଦୀରେ ୮୯୨କୋଟି ଟଙ୍କାରେ ମେଗା ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ଆରମ୍ଭ ହୋଇଛି ।

ଏହାଦ୍ୱାରା ଭଦ୍ରକ ଓ ବାଲେଶ୍ଵର ଜିଲ୍ଲାକୁ ପାଣି ଯୋଗାଇ ଦିଆଯିବାର ଯୋଜନା ରହିଛି । ମାତ୍ର ପ୍ରକଳ୍ପ ଆରମ୍ଭରୁ ହିଁ ଏହାକୁ ସ୍ଥାନୀୟ ବାସିନ୍ଦା ବିରୋଧ କରିଆସୁଛନ୍ତି ।

Leave a Reply