ଡେଥ୍ ୱାରେଣ୍ଟ ପରେ ଫାଶୀର ସୋପାନ

1 min read

ନୂଆଦିଲ୍ଲୀ: ‘ନିର୍ଭୟା’ ମାମଲାର ୭ ବର୍ଷ ପରେ ୪ ଦୋଷୀଙ୍କୁ ହେବାକୁ ଯାଉଛି ଫାଶୀ । ୨୨ ଜାନୁଆରୀ ସକାଳ ୭ଟାରେ ୪ ଦୋଷୀଙ୍କୁ ଫାଶୀ ଦିଆଯିବ । ଏଥିପାଇଁ ଆଜି ଦିଲ୍ଲୀ ପଟିଆଲା ହାଉସକୋର୍ଟ ଡେଥ୍ ୱାରେଣ୍ଟ ବା ବ୍ଲାକ୍ ୱାରେଣ୍ଟ ଜାରି କରିଛନ୍ତି ।

ଝୁଲିବା ପୂର୍ବରୁ ଫାଶୀ କୋଠିରେ ମୃତ୍ୟୁକୁ ସାମ୍ନା କରେ ଦୋଷୀ ।ପଢ଼ନ୍ତୁ ଫାଶୀ କୋଠିରେ କେମିତି ଲୁଚିଥାଏ ମୃତ୍ୟୁ…

ପ୍ରକୃତରେ ବ୍ଲାକ୍ ୱାରେଣ୍ଟରେ ଦଣ୍ଡଦେବାର ସମୟ ଲେଖା ହୋଇଥାଏ । ୱାରେଣ୍ଟ ଅନୁସାରେ ଦୋଷୀକୁ ତା ସେଲରୁ ବାହାରକୁ ଅଣାଯାଏ । ଦୋଷୀ ଯେଭଳି ଡର ନଯାଏ ସେଥିପାଇଁ ତା ମୁହଁକୁ ଘୋଡ଼ାଇ ଦିଆଯାଏ । ଯେଭଳି ସେ ତା ଚାରିପଟେ ହେଉଥିବା କୌଣସି ଜିନିଷ ଦେଖିପାରିବ ନାହିଁ ।ତିହାର ଜେଲର ୩ ନମ୍ବର ବିଲ୍ଡିଂରେ ଫାଶୀ କୋଠି ଅଛି । ଉକ୍ତ ବିଲ୍ଡିଂରେ ୧୬ଟି ଡେଥ୍ ସେଲ୍ ରହିଛି । ଫାଶୀ ପାଇବାକୁ ଥିବା ଦୋଷୀଙ୍କୁ ଉକ୍ତ ଡେଥ୍ ସେଲରେ ଏକଲା ରଖାଯାଏ ।

ଫାଶୀ ବେଳେ କିଏ ଉପସ୍ଥିତ ରୁହନ୍ତି ?

ଜେଲ୍‌ ଆଇନ୍‌ ମୁତାବକ ଫାଶୀ ବେଳେ ସୀମିତ ବ୍ୟକ୍ତିଙ୍କ ଉପସ୍ଥାନ ରହିଥାଏ । ଫାଶୀରେ ଚଢ଼ୁଥିବା ବ୍ୟକ୍ତି ଓ ଜହ୍ଲାଦ ସହ ସେଠାରେ ଉପସ୍ଥିତ ରୁହନ୍ତି ଜଣେ ଡାକ୍ତର, ଯିଏ ମୃତ୍ୟୁ ହୋଇଥିବା ନିଶ୍ଚିତ କରାନ୍ତି । ଉପସ୍ଥିତ ରୁହନ୍ତି ଜଣେ ସବ୍‌-ଡିଭିଜନାଲ ମାଜିଷ୍ଟ୍ରେଟ୍‌, ଯାହାଙ୍କ ଉପସ୍ଥିତିରେ ଫାଶୀ ପ୍ରକ୍ରିୟା ପୂରଣ ହୋଇଥାଏ । ଜେଲରଙ୍କ ସହ ଜେଲ୍‌ ଡେପୁଟି ସୁପରିନ୍‌ଟେଣ୍ଡେଣ୍ଟ, ୧୦ କନଷ୍ଟେବଳ ଓ ୨ ହେଡ୍‌ କନଷ୍ଟେବଳ ଉପସ୍ଥିତ ରୁହନ୍ତି ।

ଝୁଲିବା ପୂର୍ବରୁ ଫାଶୀ କୋଠିରେ ମୃତ୍ୟୁକୁ ସାମ୍ନା କରେ ଦୋଷୀ ।ପଢ଼ନ୍ତୁ ଫାଶୀ କୋଠିରେ କେମିତି ଲୁଚିଥାଏ ମୃତ୍ୟୁ…

ପୂର୍ବରୁ ସ୍ୱାଧୀନ ଭାରତେ ୫୭ ଜଣଙ୍କୁ ଫାଶୀ ଦିଆଯାଇଛି । ନିର୍ଭୟା ମାମଲାରେ ଫାଶୀ ପାଇବାକୁ ଥିବା ୪ ଜଣ ୫୮, ୫୯, ୬୦ ଓ ୬୧ ଦୋଷୀ ହିସାବରେ ଫାଶୀ ଖୁଣ୍ଟରେ ଝୁଲିବେ । ଦେଶରେ ମହାତ୍ମା ଗାନ୍ଧୀଙ୍କ ହତ୍ୟାକାରୀ ନାଥୁରାମ ଗଡ଼ସେକୁ ପ୍ରଥମଥର ଫାଶୀ ଦିଆଯାଇଥିଲା । ଯେତେବେଳେ କି ୨୦୧୫ରେ ୟାକୁବ ମେମନକୁ ଶେଷଥର ପାଇଁ ଫାଶୀ ଖୁଣ୍ଟରେ ଚଢ଼ା ଯାଇଥିଲା ।

‘ନିର୍ଭୟା’ ରିଭ୍ୟୁ ପିଟିସନରୁ ନିଜକୁ ଦୂରେଇ ରଖିଲେ ପ୍ରଧାନ ବିଚାରପତି, ଜାଣନ୍ତୁ କାହିଁକି ?

Leave a Reply