କରୋନା ରୋଗୀଙ୍କୁ ଆଣିବାକୁ ଯାଇଥିବା ବେଳେ ଏମିତି କଲେ ସ୍ଥାନୀୟ ଲୋକେ

ଭୁବନେଶ୍ୱର: ରାଜ୍ୟରେ ବଢିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା  । ଯଦିଓ କରୋନରୁ ଆରୋଗ୍ୟ ଲାଭ କରୁଥିବା ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି  । କିନ୍ତୁ ପ୍ରସାଶନର ନିଦ ହଜାଇଛି କରୋନା ସଂକ୍ରମଣ । ଏଭଳି ପରିସ୍ଥିତିରେ ଯେମିତି କିଛି ବି ଅବହେଳା ନ ହୁଏ ସେ ନେଇ ଦୃଷ୍ଟି ଦିଆଯାଉଛି । କିନ୍ତୁ କେତକ ଅମାନିଆଙ୍କ ପାଇଁ କେତେକ ସ୍ଥାନରେ ଫେଲ୍ ମାରୁଛି ସବୁ ପ୍ରୟାସ । ସରକାର ବାର୍ ବାର୍ ସଚେତନ ଆଉ ସହଯୋଗର କଥା କହୁଥିବ ବେଳେ କିଛି ଲୋକେ ଏହାକୁ ନମାନି ନିଜେ ଅସୁରକ୍ଷିତ ହେବା ସହ ଅନ୍ୟ ଲୋକଙ୍କୁ ମଧ୍ୟ ବିପଦରେ ପକାଉଛନ୍ତି ।

ଜଣେ କରୋନା ଆକ୍ରାନ୍ତଙ୍କୁ କୋଭିଡ୍ ହସ୍‌ପିଟାଲକୁ ନେବାକୁ ଯାଇ ଆକ୍ରମଣର ଶିକାର ହୋଇଛନ୍ତି ସ୍ୱାସ୍ଥ୍ୟକର୍ମୀ ଓ ପୋଲିସ । ପୁରୀ ପେଣ୍ଠକଟା ଅଞ୍ଚଳରେ ଏ ଘଟଣାଟି ସାମ୍ନାକୁ ଆସିଛି । ଗତକାଲି ବିଳମ୍ବିତ ରାତିରେ ଜଣେ କରୋନା ଆକ୍ରାନ୍ତଙ୍କୁ ନେବାକୁ ଯାଇଥିବା ବେଳେ, ସ୍ଥାନୀୟ ଲୋକ ଠେଲାପେଲା କରିଥିବା ଅଭିଯୋଗ ହୋଇଛି । ଘଟଣାସ୍ଥଳରେ ଅଧିକ ସଂଖ୍ୟକ ପୋଲିସ ପହଞ୍ଚିବା ପରେ ଉତ୍ତେଜନା ଥମିଥିଲା । ଏକ ଶାନ୍ତି କମିଟି ଗଠନ କରାଯାଇ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ଆକ୍ରାନ୍ତଙ୍କୁ କୋଭିଡ ମେଡିକାଲକୁ ପଠାଯାଇଛି ।

ଆପଣଙ୍କୁ କହି ରଖୁଛୁ ଯେ, ରାଜ୍ୟରେ ଆଜି ୨୪ଘଣ୍ଟାରେ ୧୬୦୨ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଜି ପୁରୀରୁ ସର୍ବଧିକ ୫୦ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଜିଲ୍ଲାରୁ ସମୁଦାୟ ୮୦୩ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାସହ ଜିଲ୍ଲାରେ କରୋନା ଜନିତ ୩ଜଣ ମୃତ୍ୟୁ ବରଣ କରିଛନ୍ତି ।

Leave a Reply