କଂଗ୍ରେସ ନେତା ପ୍ରିୟଙ୍କାଙ୍କୁ ଘର ଖାଲି କରିବା ପାଇଁ ନୋଟିସ

ନୂଆଦିଲ୍ଲୀ: କଂଗ୍ରେସ ନେତା ପ୍ରିୟଙ୍କା ଗାନ୍ଧୀଙ୍କୁ ଘର ଛାଡିବା ପାଇଁ ନୋଟିସ । ଏକ ମାସ ମଧ୍ୟରେ ଘର ଛାଡିବା ପାଇଁ ଆବାସ ଓ ସହରାଂଚଳ ମନ୍ତ୍ରଣାଳୟ ତରଫରୁ ପ୍ରିୟଙ୍କାକୁ ନୋଟିସ ଜାରି କରାଯାଇଛି । ନୋଟିସରେ ତାଙ୍କୁ ଅଗଷ୍ଟ ୧ ସୁଧା ବଙ୍ଗଳା ଖାଲି କରିବାକୁ କୁହାଯାଇଛି ।

କେନ୍ଦ୍ର ସ୍ୱରାଷ୍ଚ୍ରମନ୍ତ୍ରଣାଳୟ ଦ୍ୱାରା ଏସପିଜି ସୁରକ୍ଷା ହଟାଇବା ପରେ ପ୍ରିୟଙ୍କାଙ୍କୁ ଜେଡ୍ ପ୍ଲସ୍ ସୁରକ୍ଷା ଯୋଗାଇ ଦିଆଯାଇଛି । ଜେଡ୍ ପ୍ଲସରେ ସୁରକ୍ଷାଗତ କାରଣରୁ ବଙ୍ଗଳା ଯୋଗାଇ ଦେବାର କୌଣସି ପ୍ରାବଧାନ ନାହିଁ । ତେଣୁ ତାଙ୍କୁ ଏକ ମାସ ମଧ୍ୟରେ ବଙ୍ଗଳା ଖାଲି କରିବାକୁ କୁହାଯାଇଛି ।

ନୂଆଦିଲ୍ଲୀର ଲୋଧି ଇଷ୍ଟେଟରେ ଟାଇପ୍ ୬୮,ଘର ନମ୍ବର ୩୫ରେ ପ୍ରିୟଙ୍କା ରହୁଛନ୍ତି । ନିର୍ଧାରିତ ସମୟ ମଧ୍ୟରେ ଘର ଖାଲି ନକଲେ ତାଙ୍କୁ ଘର ଭଡା ଦେବାକୁ ପଡିବ ବୋଲି ନୋଟିସରେ କୁହାଯାଇଛି ।

ଜୁନ୍ ୩୦ ସୁଧା ପ୍ରିୟଙ୍କା ଉପରେ ଘର ଭଡା ବାବଦରେ ୩ ଲକ୍ଷ ୪୪ ହଜାର ୬୭୦ ଟଙ୍କା ବାକି ଅଛି । ବକେୟା ଟଙ୍କାକୁ ତୁରନ୍ତ ଦେବାକୁ ନୋଟିସରେ କୁହାଯାଇଛି ।

 

Leave a Reply