ପ୍ରଭାବଶାଳୀ ଲୋକଙ୍କୁ ୮ ଲକ୍ଷ କୋଟି ଟଙ୍କା ଋଣ ଛାଡ଼ କରିଛି ବିଜେପି: ପ୍ରିୟଙ୍କା ଗାନ୍ଧି

1 min read

ନୂଆଦିଲ୍ଲୀ: ଟ୍ୱିଟରରେ ବିଜେପି ସରକାର ଉପରେ ଶାଣିତ ଆକ୍ରମଣ । ରବିବାର କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରା ମୋଦିଙ୍କୁ ଟାର୍ଗେଟ୍ କରିଛନ୍ତି । ଟ୍ୱିଟ୍ କରି ଲେଖିଛନ୍ତି ମୋଦି ତାଙ୍କ ପୁଞ୍ଜିପତି ପ୍ରଭାବଶାଳୀ ବନ୍ଧୁମାନଙ୍କୁ କୋଟି କୋଟି ଟଙ୍କା ଋଣ ଛାଡ଼ କରିଛନ୍ତି ।ପ୍ରିୟଙ୍କା ଅଭିଯୋଗ କରିଛନ୍ତି, ବିଜେପି ସରକାର ପ୍ରାୟ ୮ ଲକ୍ଷ କୋଟି ଟଙ୍କା ମୋଦିଙ୍କ ବିଶ୍ୱସ୍ତ ବନ୍ଧୁମାନଙ୍କୁ ଋଣ ଛାଡ଼ କରିଛନ୍ତି । ଏଥିସହ କଳାଧନ ନେଇ ବିଜେପି ଉପରେ ବର୍ଷିଛନ୍ତି ପ୍ରିୟଙ୍କା । ସ୍ୱିସ୍ ବ୍ୟାଙ୍କରେ କଳା ଟଙ୍କା ରଖିଥିବା ଲୋକଙ୍କ ନାଁ ପ୍ରକାଶ କରିବେ ସରକାର କହିଥିଲେ । କାହିଁକି ସେମାନଙ୍କ ନାଁକୁ ଲୁଚାଇ ରଖିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ।ଦେଶରେ କୃଷକ ଋଣଭାର ସହି ନପାରି ଜୀବନ ହାରୁଥିବା ବେଳେ ବିଜେପି ସରକାର ପୁଞ୍ଜିପତିଙ୍କୁ ଋଣ ଛାଡ଼ କରୁଛି । ଏଭଳି ପ୍ରଶ୍ନ କରି ବିଜେପିକୁ ପ୍ରିୟଙ୍କା ହରଡ଼ଘଣାକୁ ଟାଣିବାକୁ ଚେଷ୍ଟା କରିଛନ୍ତି ।

https://nandighoshatv.com/–/

Leave a Reply