ଘରୋଇ ସ୍କୁଲ ଫି ହ୍ରାସ ପ୍ରସଙ୍ଗ, ୨ରେ ପରବର୍ତ୍ତୀ ଶୁଣାଣି..

ଭୁବନେଶ୍ୱର: କରୋନା ପାଇଁ ଘରୋଇ ସ୍କୁଲ ଗୁଡ଼ିକରେ ଫି ହ୍ରାସ ପ୍ରସଙ୍ଗ । ସତ୍ୟ ପାଠ ଜରିଆରେ ଆଭିମୁଖ୍ୟ ରଖିବାକୁ ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି ହାଇକୋର୍ଟ । ଡିସେମ୍ବର ୨ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ପୂର୍ବ ଶୁଣାଣିରେ ହାଇକୋର୍ଟ ଫି ନିର୍ଦ୍ଧାରଣ ନେଇ ସରକାରଙ୍କର କଣ ବ୍ୟବସ୍ଥା ସଂପର୍କରେ ଜାଣିବାକୁ ଚାହିଁଥିଲେ । ଅନ୍ୟ ପକ୍ଷରେ ସ୍କୁଲ ଓ ଗଣଶିକ୍ଷା ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ହୋଇଥିବା ଏମଓୟୁକୁ ନେଇ ହାଇକୋର୍ଟ ନିଷ୍ପତ୍ତି ନିଅନ୍ତୁ ବୋଲି ଆବେଦନକାରୀ ନିବେଦନ କରିଥିଲେ ।

ତେବେ ବେସରକାରୀ ସ୍କୁଲ ଫି ନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ବେସରକାରୀ ସ୍କୁଲ ପାଇଁ ସରକାର କିଛି ଫି ନିର୍ଦ୍ଧାରଣ କରିନାହାନ୍ତି । ହାଇକୋର୍ଟ କ’ଣ ନିର୍ଦ୍ଦେଶ ଦେଇଛନ୍ତି, ସେହି ରିପୋର୍ଟ ଏବେ ସୁଦ୍ଧା ହସ୍ତଗତ ହୋଇନାହିଁ । ଅର୍ଡର କପି ହସ୍ତଗତ ହେବା ପରେ ଉତ୍ତର ରଖାଯିବ ବୋଲି ସମୀର ଦାସ କହିଛନ୍ତି । ସ୍କୁଲ ପ୍ରତି ପିଲାଙ୍କ ଆଗ୍ରହ ସୃଷ୍ଟି କରିବା ପାଇଁ ସରକାର ଅନେକ ପଦକ୍ଷେପ ନେଇଛନ୍ତି । ସେଥିପାଇଁ ସରକାର ସ୍କୁଲ ମିଶ୍ରଣ କରୁଛନ୍ତି । ପିଲାଙ୍କ ପାଇଁ ଖେଳ ପଡିଆ, ବିଜ୍ଞାନ ଗାର, ଲାଇବ୍ରେରୀ ବ୍ୟବସ୍ଥା କରାଯାଉଛି । ଯାହା ଫଳରେ ପାଠ ପଢ଼ା ପ୍ରତି ପିଲାମାନଙ୍କ ଆଗ୍ରହ ବଢ଼ିବ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ କହିଛନ୍ତି ।

Leave a Reply