Private Trains: ରେଲୱେକୁ ୧୫ କମ୍ପାନୀ ପକ୍ଷରୁ ୧୨୦ ଆବେଦନ

1 min read
Private Passenger Trains Indian Railways Opened 120 Applications For 12 Clusters From 15 Companies

ନୂଆଦିଲ୍ଲୀ: ଦେଶରେ ଘରୋଇ ଯାତ୍ରୀବାହୀ ଟ୍ରେନ୍ ଚଲାଇବା ନେଇ କେନ୍ଦ୍ର ସରକାରଙ୍କ ପ୍ରସ୍ତୁତି ଜୋରସୋରରେ ଚାଲିଛି । ଘରୋଇ ଟ୍ରେନ୍ ଚଲାଇବା ଲାଗି ୧୫ କମ୍ପାନୀ ଆଗ୍ରହ ଦେଖାଇ ୧୨୦ଟି ଆବେଦନ କରିଥିବା ଭାରତୀୟ ରେଲୱେ ପକ୍ଷରୁ ସୂଚନା ଦିଆଯାଇଛି । ରେଳ ମନ୍ତ୍ରାଳୟ ୧୨ଟି କ୍ଲଷ୍ଟରର ୧୪୦ଟି ଋଟରେ ପିପିପି ମୋଡରେ ୧୫୧ଟି ଘରୋଇ ଅତ୍ୟାଧୁନିକ ଟ୍ରେନ୍ ଚଲାଇବା ଲାଗି ରିକ୍ୱେଷ୍ଟ ଫର କ୍ୱାଲିଫିକେସନ୍ (RFQ) ମାଗିଥିଲେ । ଏଥିରୁ ରେଲୱେକୁ ୩୦ ହଜାର କୋଟି ଟଙ୍କା ଘରୋଇ ନିବେଶ ଆସିବ ବୋଲି ସରକାର ଲକ୍ଷ୍ୟ ରଖିଛନ୍ତି ।

Private Passenger Trains Indian Railways Opened 120 Applications For 12 Clusters From 15 Companies

ଘରୋଇ ଟ୍ରେନ୍ ପାଇଁ IRCTC ଆଗ୍ରହୀ

ଘରୋଇ ଟ୍ରେନ୍ ଚଲାଇବା ଲାଗି ଭେଲ୍, ଲାର୍ସନ ଏଣ୍ଡ ଟୁବ୍ରୋଙ୍କ ବ୍ୟତୀତ ଆଇଆରସିଟିସି ଲିମିଟେଡ୍ ଆଗ୍ରହ ପ୍ରକାଶ କରିଛି । ଘରୋଇ ଟ୍ରେନ୍ ଚଲାଇବା ଲାଗି କମ୍ପାନୀଙ୍କୁ ଦୁଇ ପର୍ଯ୍ୟାୟର ବିଡିଂ ପ୍ରକ୍ରିୟା ଦେଇ ଯିବାକୁ ପଡ଼ିବ । ଏଥିରେ ଆରଏଫକ୍ୟୁ ବା ରିକ୍ୱେଷ୍ଟ ଫର ପ୍ରପୋଜାଲ (RPF) ରହିଛି । ଆବେଦନର ଆକଳନ ଓ ମୂଲ୍ୟାଙ୍କ ଖୁବଶୀଘ୍ର କରାଯିବ ବୋଲି ରେଲୱେ ପକ୍ଷରୁ ସୂଚନା ଦିଆଯାଇଛି । ଏହାପରେ ୨୦୨୦ ନଭେମ୍ବର ମଧ୍ୟରେ ଯୋଗ୍ୟ କମ୍ପାନୀଙ୍କ ପାଇଁ ଆରଏଫକ୍ୟୁ ଉପଲବ୍ଧ କରାଯିବ । ୨୦୨୧ ଫେବ୍ରୁଆରୀ ସୁଦ୍ଧା ଏହି ପ୍ରକ୍ରିୟା ସାରିବାକୁ ଭାରତୀୟ ରେଳବାଇ ଲକ୍ଷ୍ୟ ରଖିଛି ।

Private Passenger Trains Indian Railways Opened 120 Applications For 12 Clusters From 15 Companies

ଭଡ଼ା ନିର୍ଦ୍ଧାରିତ କରିବେ କମ୍ପାନୀ

ରେଳବାଇ ଘରୋଇ ଟ୍ରେନ୍ ଚଲାଇବା ପାଇଁ ୧୨ଟି କ୍ଲଷ୍ଟରରେ ମୁମ୍ବାଇ-୧, ମୁମ୍ବାଇ-୨, ଦିଲ୍ଲୀ-୧, ଦିଲ୍ଲୀ-୨, ଚଣ୍ଡିଗଡ଼, ହାୱଡ଼ା, ପାଟଣା, ପ୍ରୟାଗରାଜ, ସିକନ୍ଦରାବାଦ, ଜୟପୁର, ଚେନ୍ନାଇ ଓ ବେଙ୍ଗଳୁରୁ ସାମିଲ୍ ରହିଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି- ଘରୋଇ ଟ୍ରେନ୍ ଅପରେଟ୍ କରିବାକୁ ଥିବା କମ୍ପାନୀ ଭଡ଼ା ନିର୍ଦ୍ଧାରଣ କରିବେ । ତେବେ, ସେହି ଋଟରେ ଏସି ବସ୍ ଓ ବିମାନ ସୁବିଧା ଥିଲେ ଭଡ଼ା ସ୍ଥିର ପୂର୍ବରୁ କମ୍ପାନୀକୁ ଧ୍ୟାନ ଦେବାକୁ ପଡ଼ିବ ।

Private Passenger Trains Indian Railways Opened 120 Applications For 12 Clusters From 15 Companies

ଆସନ୍ତୁ ଜାଣିବା କେଉଁ କେଉଁ ଆବେଦନ କରିଛନ୍ତି-

1-Arvind Aviation
2-BHEL
3-Construcciones y Auxiliar de Ferrocarrriles, S.A
4-Cube Highways and Infrastructure III Pvt Ltd
5-Gateway Rail freight Limited
6-GMR Highways Limited
7-Indian Railway Catering and Tourism Corporation LImited
8-IRB Infrastructure Developers Limited
9-L&T Infrastructure Development Projects Limited
10-Malempati Power Private Limited
11-Megha Engineering and Infrastructures Limited
12-PNC Infratech Ltd
13-RK Associates and Hoteliers Pvt Ltd
14-Sainath sales and Services Pvt Ltd
15-Welspun Enterprises Limited

Leave a Reply