ମୁଖ୍ୟମନ୍ତ୍ରୀଙ୍କ ନିବେଦନକୁ ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନଙ୍କ ସମାଲୋଚନା,ବିଜେଡିର କଡା ଉତ୍ତର

କୋଭିଡ ଯୋଦ୍ଧାଙ୍କୁ ଅସମ୍ମାନ କଲେ ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ  । ନିଜ ଦଳର ନେତା ତଥା ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ଅକ୍ଷରେ ଅକ୍ଷରେ ପାଳନ କରିଥିବା ପୃଥ୍ୱିୀରାଜ କିନ୍ତୁ ରାଜ୍ୟ ସରକାରଙ୍କ ନିବେଦନକୁ ସମାଲୋଚନା କରିଛନ୍ତି  । ତାଳି, ଥାଳି ଓ ଘଣ୍ଟପିଟାକୁ ସମର୍ଥନ  । କିନ୍ତୁ ନିରବ ପ୍ରାର୍ଥନାର କୌଣସି ଯଥାର୍ଥତା ନାହିଁ । ପୃଥ୍ୱିୀରାଜ କହିଛନ୍ତି ଯେ, କୋଭିଡ ଯୋଦ୍ଧାଙ୍କ ପାଇଁ ନିରବ ପ୍ରାର୍ଥନାର କୌଣସି ଯଥାର୍ଥତା ନାହିଁ । କୋଭିଡ ଯୋଦ୍ଧାଙ୍କ ସମ୍ମାନ ପାଇଁ ଯଦି ନିରବ ପାର୍ଥନା କରାଯାଉଛି ତେବେ ଏହା ସ୍ୱାଗତ ଯୋଗ୍ୟ । କିନ୍ତୁ କୋଭିଡ ଯୋଦ୍ଧାଙ୍କ ମୃତ୍ୟୁ ବେଳେ ତାଙ୍କୁ ସମ୍ମାନ ଦିଆଯାଉନି । କୋଭିଡ ଯୋଦ୍ଧାଙ୍କ ସୁରକ୍ଷା ଲାଗି ଆଜି ପର୍ଯ୍ୟନ୍ତ ଚିନ୍ତା କରାଯାଉନି । ରାଜ୍ୟ ସରକାର ନିଜର ନୈତିକ ଦାୟିତ୍ବ ଭୁଲି ଯଦି ଏଭଳି କରିବେ ତେବେ ଏହାଠୁ ବଳି ଦୁର୍ଭାଗ୍ୟଜନକ କଥା ଆଉ କିଛି ନାହିଁ । ଶପଥ ପାଠ ନାଁରେ କେବଳ କର୍ତ୍ତବ୍ୟ ସାରିଦେବାକୁ ଚେଷ୍ଟା କରୁଛନ୍ତି ସରକାର ବୋଲି କହିଛନ୍ତି ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ  ।

ଅନ୍ୟପକ୍ଷରେ କୋଭିଡ ଯୋଦ୍ଧା ମାନଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨ମିନିଟ ନିରବ ପ୍ରାର୍ଥନା କରିବା ପ୍ରସଙ୍ଗକୁ ସମର୍ଥନ କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ  । ସେ କହିଛନ୍ତି କୋଭିଡ ଯୋଦ୍ଧାମାନଙ୍କୁ ଯଦି ସମ୍ମାନ ଦେବାର ଅଛି ତା ହେଲେ ସମସ୍ତେ ଏକ ହେବା ଉଚିତ  । ବିକାଶର କ୍ଷେତ୍ରରେ ଆମେ ସମସ୍ତେ ଏକ ଅଛୁ  । ବିକାଶ ସମୟରେ ଦଳମତ ନିର୍ବିଶେଷରେ ସମସ୍ତେ ଉର୍ଧ୍ୱରେ ରହି କାମ କରିବାର ଅଛି ବୋଲି କହିଛନ୍ତି  ।  ବିକାଶର କୌଣସି ଦଳ ନଥାଏ । ଯଦି କରୋନା ଯୋଦ୍ଧା ମାନଙ୍କ ଉଦ୍ଦେଶ୍ୟରେ ସମ୍ମାନ ଦେବା ପାଇଁ ଏହି କାର୍ଯ୍ୟ ତେବେ ଏଥିରେ ସମସ୍ତେ ସାମିଲ ହେବାକୁ କହିଛନ୍ତି ଅପରାଜିତା  । ସେପଟେ ପୃଥ୍ୱୀରାଜଙ୍କର ଏପରି ଆଭିମୂଖ୍ୟକୁ ନ ନେଇ କଡ଼ା ଜବାବ ରଖିଛନ୍ତି ବିଜେଡି ନେତା ଦେବୀ ମିଶ୍ର  । ମୁଖ୍ୟମନ୍ତ୍ରୀ କୈଣସି ଦଳର ନୁହନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ।

ଏଭଳି କୋରନା ସମୟରେ କୋରନା ଯୋଦ୍ଧାଙ୍କ ମନୋବଳ ବଢେଇବା ପାଇଁ ଏବଂ ସମ୍ମାନ ଜଣାଇବା ପାଇଁ ଶପଥ ପାଠ ଓ ନିରବ ପ୍ରାଥନା କଲେ କିଛି ଅସୁବିଧା ନାହିଁ । ଏଥିରେ କୈଣସି ରାଜନୀତି ନାହିଁ । ଯିଏ ଯେଉଁ ଦଳର ହୁଅନ୍ତୁ ସମସ୍ତ ଙ୍କୁ ଆହ୍ଵାନ ଦିଆଯାଇଛି । ତେବେ ପ୍ରଶ୍ନ ଉଠୁଛି ପ୍ରଧାନମନ୍ତ୍ରୀଙ୍କ ତାଳି, ଥାଳି ଘଣ୍ଟ ବାଡେଇବାକୁ ସେ ସମର୍ଥନ କରି ପାଳନ କରିଥିଲେ  । ଏବେ ମୁଖ୍ୟମନ୍ତ୍ରୀଙ୍କ ନିବେଦନକୁ ଅଯଥାର୍ଥ କହିବା କେତେଦୂର ଠିକ ? କରୋନା ମହାମାରୀ ବେଳେ କରୋନା ମହାମାରୀ ବେଳେ କାହିଁକି ରାଜନୀତି କରୁଛନ୍ତି ପୃଥ୍ୱୀରାଜ? ଏହା ପଛରେ କଣ ରହିଛି ସ୍ୱାର୍ଥ ? ନିଜ ଦଳର ଆଭିମୁଖ୍ୟକୁ ପରୋକ୍ଷରେ ବିରୋଧ କରୁଛନ୍ତି କି ପୃଥ୍ୱୀରାଜ? କରୋନା ସହ ଲଢୁଛନ୍ତି ଯୋଦ୍ଧା  । ସେମାନଙ୍କୁ ସମ୍ମାନ ଦେବାରେ ଅସୁବିଧା କେଉଁଠି? ଯୋଦ୍ଧାଙ୍କ ମନୋବଳ ବଢାଇବା ବଦଳରେ କାହିଁକି କରୁଛନ୍ତି ହତୋତ୍ସାହିତ? ଯୋଦ୍ଧାମାନେ ପୃଥ୍ୱୀରାଜଙ୍କୁ କ୍ଷମା ଦେବେ ତ ? କୋଭିଡ୍ ଯୋଦ୍ଧାଙ୍କ ପାଇଁ ରାଜ୍ୟ ସରକାର କରିଛନ୍ତି ବିଭିନ୍ନ ବ୍ୟବସ୍ଥା ? ପୃଥ୍ୱୀରାଜଙ୍କ ପାଖରେ ରହୁନି କି ତଥ୍ୟ ? ମୋଦିଙ୍କ ଘଣ୍ଟ ପିଟା ଆହ୍ୱାନକୁ ବିରୋଧ କରିଥିଲେ କି ପୃଥ୍ୱୀରାଜ ? କରୋନା ସଂକଟ ବେଳେ ଏ କି ପ୍ରକାର ରାଜନୀତି ?

 

Leave a Reply