କରୋନା ଟିକା ସ୍ଥିତି ନେଇ ଆଜି ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

1 min read

ନୂଆଦିଲ୍ଲୀ: କରୋନା ଟିକା ସ୍ଥିତି ନେଇ ଆଜି ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କୋଭିଡ୍ ଟିକା ପ୍ରସ୍ତୁତ କରୁଥିବା ୩ କମ୍ପାନୀ ସହିତ ଆଲୋଚନା କରିବେ । ଭିଡିଓ କନଫରେନ୍‌ସିଂରେ ଜେନେଭା ବାୟୋଫାର୍ମା, ବାୟୋଲୋଜିକାଲ୍-ଇ ଓ ଡକ୍ଟର ରେଡ୍ଡି ଫାର୍ମାର ପ୍ରତିନିଧିଙ୍କ ସହ ଟିକା ସ୍ଥିତି ନେଇ ପ୍ରଧାନମନ୍ତ୍ରୀ ଚର୍ଚ୍ଚା କରିବେ । ଟିକା ପ୍ରସ୍ତୁତି ଓ ବଣ୍ଟନ ନେଇ ମଧ୍ୟ ଆଲୋଚନା ହୋଇପାରେ ।

ଗତ ଶନିବାର ଦିନ ଅହମ୍ମଦାବାଦ, ହାଇଦ୍ରାବାଦ ଓ ପୁନେ ଗସ୍ତ କରି ଟିକା ଉତ୍ପାଦନ ପ୍ରକ୍ରିୟା ସଂପର୍କରେ ସମୀକ୍ଷା କରିଥିଲେ ମୋଦି । ପୁନେରେ ସେରମ୍ ଇନଷ୍ଟିଚ୍ୟୁଟ୍‌ରେ କରୋନା ଭ୍ୟାକସିନ୍ ପ୍ରସ୍ତୁତି ସଂପର୍କରେ ବୁଲି ଦେଖିଥିଲେ । ଭାରତ ବାୟୋଟେକ୍, ସିରମ୍ ଇନଷ୍ଟିଚ୍ୟୁଟ୍ ଓ ଜାଇଡସ୍ କାଡିଲା ଗସ୍ତ କରି ସମୀକ୍ଷା କରିଥିଲେ ପ୍ରଧାନମନ୍ତ୍ରୀ ।

ପ୍ରଧାନମନ୍ତ୍ରୀଙ୍କ ଟିକା ସମ୍ପର୍କିତ ଜ୍ଞାନ ବିଷୟରେ ଜାଣିବା ପରେ ସିରମ୍‌ ସିଇଓ ଆଦର ପୁନାୱାଲା ବିସ୍ମୟ ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ ଟିକା ସ୍ଥିତି ସମୀକ୍ଷା କଲାବେଳେ ଟିକାର ପ୍ରସ୍ତୁତି ଓ ବିକାଶ ନେଇ ଅନେକ କିଛି ପ୍ରଶ୍ନ କରିଥିଲେ। ଟିକା ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କ ଏଭଳି ଗଭୀର ଜ୍ଞାନ ଜାଣିଲା ପରେ ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ସିଇଓ ବିସ୍ମୟ ପ୍ରକାଶ କରିଛନ୍ତି। ଟିକାର ପ୍ରତ୍ୟେକ ପର୍ଯ୍ୟାୟ, ପ୍ରସ୍ତୁତି ଏବଂ ପରୀକ୍ଷଣ ବାବଦରେ ପ୍ରଧାନମନ୍ତ୍ରୀ ଟିକିନିଖି ତଥ୍ୟ ରଖିଥିବାରୁ ତାଙ୍କୁ ବୁଝାଇବା ବେଶ୍‌ ସହଜ ଥିଲା ବୋଲି ପୁନାୱାଲା କହିଛନ୍ତି।

Leave a Reply