କରୋନା ଟିକା ନେବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଟିକା ନେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀଙ୍କ ସହ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଓ ସମସ୍ତ ରାଜ୍ୟପାଳ ମଧ୍ୟ କରୋନା ଟିକା ନେବେ । ଏଥି ସହ ମୁଖ୍ୟମନ୍ତ୍ରୀ ଏବଂ ୫୦ ବର୍ଷରୁ ଉର୍ଦ୍ଧ ବୟସ୍କ ମନ୍ତ୍ରୀମାନେ ବି କରୋନା ଟିକା ନେବେ । ସୂଚନା ଅନୁଯାୟୀ ଟୀକାକରଣର ଦ୍ୱିତୀୟ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ମୋଦି ଓ ଅନ୍ୟ ନେତାମାନେ ଟିକା ନେବେ।

କରୋନା ଟିକା ନେଇ ବହୁତ ଗୁଜବ ହେଉଛି ଫଳରେ ଲୋକମାନେ ଭୟବୀତ ଅଛନ୍ତି ଓ ଟିକାନେବାରୁ ପଛଘୁଞ୍ଚା ଦେଉଛନ୍ତି । ତେଣୁ ଗୁଜବରେ ପୂର୍ଣ୍ଣଛେଦ ପକାଇବାକୁ ଓ ସାଧାରଣ ଲୋକଙ୍କ ମନରେ ଉତ୍ସାହ ଭରିବା ପାଇଁ ପ୍ରଧାନମନ୍ତ୍ରୀ ଟିକାନେବେ। ଟୀକାକରଣର ଦ୍ୱିତୀୟ ପର୍ଯ୍ୟାୟରେ ସୁରକ୍ଷାବାହିନୀ ଓ ଯବାନମାନଙ୍କୁ କରୋନା ଭ୍ୟାକସିନ୍ ଦିଆଯିବ । ଦ୍ୱିତୀୟ ର୍ଯ୍ୟାୟରେ ୫୦ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିଙ୍କୁ ଟିକା ଦିଆଯିବ ବୋଲି ଘୋଷଣା କରିଥିଲେ ପ୍ରଧାନମନ୍ତ୍ରୀ । ତେବେ ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ କେବେଠୁ ଆରମ୍ଭ ହେବ ସେ ନେଇ ଏ ଯାଏଁ କୌଣସି ଘୋଷଣା କରାଯାଇନାହିଁ ।

ବର୍ତ୍ତମାନ ଦେଶରେ ପ୍ରଥମ ପର୍ୟ୍ୟାୟ କରୋନା ଟୀକାକରଣ ଚାଲିଛି । ଏଥିରେ ପ୍ରାୟ ୭ଲକ୍ଷରୁ ଅଧିକ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକାର ପ୍ରଥମ ଡୋଜ୍ ଦିଆଯାଇଛି । ତେବେ ଟିକା ସମ୍ପୂର୍ଣ୍ଣ ସୁରକ୍ଷିତ ଅଟେ  । ଏଥିରେ କୌଣସି ସନ୍ଦେହ ନାହିଁ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡଃ ହର୍ଷବର୍ଦ୍ଧନ କହିଛନ୍ତି।

Leave a Reply