ଡିସେମ୍ବର ୧୦ରେ ପ୍ରଧାନମନ୍ତ୍ରୀ କରିବେ ଭିତ୍ତିପ୍ରସ୍ତର ସ୍ଥାପନ

ନୂଆଦିଲ୍ଲୀ: ନୂତନ ସଂସଦ ଭବନର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଡିସେମ୍ବର ୧୦ ତାରିଖରେ ପ୍ରଧାନମନ୍ତ୍ରୀ ଭୂମି ପୂଜନ ସହ ଭିତ୍ତିପ୍ରସ୍ତର ସ୍ଥାପନ କରିବାର ରହିଛି କାର୍ଯ୍ୟକ୍ରମ । ଏନେଇ ସୂଚନା ଦେଇଛନ୍ତି ଲୋକସଭା ବାଚସ୍ପତି ଓମ ବିର୍ଲା । ୬୦ ହଜାର ସ୍କୋୟାର ମିଟର ପରିଧିରେ ନିର୍ମିତ ହେବାକୁ ଥିବା ଏହି ନୂତନ ସଂସଦ ଭବନର କାର୍ଯ୍ୟ ଚଳିତବର୍ଷ ଡିସେମ୍ବର ମାସରେ ଆରମ୍ଭ ହେବାକୁ ଯାଉଛି । ସେହିପରି ଏହାର ନିର୍ମାଣ କାର୍ଯ୍ୟ ୨ ବର୍ଷ ଭିତରେ ଅର୍ଥାତ ୨୦୨୨ ସୁଦ୍ଧା ଶେଷ କରାଯିବାକୁ ନିଷ୍ପତି ହୋଇଛି ।

ଲାଟେଷ୍ଟ ଟେକ୍ନୋଲୋଜିକୁ ବ୍ୟବହାର କରାଯାଇ ସଂସଦ ଭବନ ନିର୍ମାଣ କରାଯିବ । ଭବନରେ ସମସ୍ତ ସାଂସଦଙ୍କ ପାଇଁ କାର୍ଯ୍ୟାଳୟ ରହିବା ସହ ପେପର ଲେସ ପଦ୍ଧତି ଆପଣାଯିବ । ଅର୍ଥାତ ନୂତନ ସଂସଦ ଭବନରେ ସମସ୍ତ କାର୍ଯ୍ୟ ଡିଜିଟାଲ ଜ୍ଞାନକୌଶଳ ବ୍ୟବହାର ମାଧ୍ୟମରେ କରିବାକୁ ନିଷ୍ପତି ନେଇଛନ୍ତି ସରକାର । ପରିବର୍ତ୍ତିତ ଆଧୁନିକତା ଦୁନିଆରେ ସମସ୍ତ କାର୍ଯ୍ୟ କିପରି ଡିଜିଟାଲ ଉପାୟରେ ଏବଂ ଟୋକ୍ନୋଲୋଜି ବ୍ୟବହାର ଦ୍ୱାରା କରାଯାଇପାରିବ, ସେନେଇ ନୂତନ ସଂସଦ ଭବନରେ ରହିବ ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା । ।

ସୂଚନା ମୁତାବକ ସଂସଦ ଭବନରେ ୧୬,୯୨୧ ବର୍ଗ ମିଟର ଅଞ୍ଚଳରେ ଅଣ୍ଡରଗ୍ରାଉଣ୍ଡ କରାଯିବ । ଭବନକୁ ତିନି ମହଲା ବିଶିଷ୍ଟ କରାଯିବା ସହ ତ୍ରିକୋଣୀୟ ମଧ୍ୟ କରାଯିବ । ଯଦ୍ୱାରା ଦୂରରୁ ଦେଖିଲେ ସମଗ୍ର ଭବନକୁ ସହଜରେ ଦେଖିପାରିବେ ଦର୍ଶକ । ଅନ୍ୟପଟେ ଏହି ତିନିମହଲାକୁ ଜାତୀୟ ପତାକାର ତିନୋଟି ରଙ୍ଗରେ ଆଛାଦିତ କରାଯିବ । ସେହିପରି ପ୍ରତିଟି ସିଟକୁ ଡବଲ ସିଟର କରାଯିବ । ଫଳରେ ଗୋଟିଏ ଟେବୁଲରେ ଦୁଇଜଣ ସାସଂଦ ବସିବାର ବ୍ୟବସ୍ଥା ହୋଇପାରିବ । ସେହିପରି ଡାଇନିଙ୍ଗ ରୁମ, କମିଟି ରୁମ, କନଫରେନ୍ସ ରୁମ, ଲାଇବ୍ରେରୀ ମଧ୍ୟ ନିର୍ମାଣ କରାଯିବାର ନିଷ୍ପତି ନିଆଯାଇଛି ।

Leave a Reply