ନୂତନ ସଂସଦ ଭବନର ଆଜି ଭୂମି ପୂଜନ

ନୂଆଦିଲ୍ଲୀ:  ନୂତନ ସଂସଦ ଭବନର ଆଜି ଭୂମି ପୂଜନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦେଶରେ ହାଇ ଟେକନିକାଲ ଏବଂ ପେପରଲେ ସଂସଦ ଭବନ ନିର୍ମାଣ କରିବାକୁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି କେନ୍ଦ୍ର ସରକାର । ୬୦ ହଜାର ସ୍କୋୟାର ମିଟର ପରିଧିରେ ନିର୍ମିତ ହେବାକୁ ଥିବା ଏହି ନୂତନ ସଂସଦ ଭବନର କାର୍ଯ୍ୟ ଡିସେମ୍ବର ମାସରେ ଆରମ୍ଭ ହେବାକୁ ଯାଉଛି । ସେହିପରି ଏହାର ନିର୍ମାଣ କାର୍ଯ୍ୟ ୨ ବର୍ଷ ଭିତରେ ଅର୍ଥାତ ୨୦୨୨ ସୁଦ୍ଧା ଶେଷ କରାଯିବାକୁ ନିଷ୍ପତି ନେଇଛନ୍ତି ସରକାର ।

ଲାଟେଷ୍ଟ ଟେକ୍ନୋଲୋଜରେ ନିର୍ମାଣ ହେବାକୁ ଯାଉଛି ସଂସଦ ଭବନ । ନିର୍ମାଣ ହେବାକୁ ଥିବା ଏହି ଭବନରେ ସମସ୍ତ ସାଂସଦଙ୍କ ପାଇଁ ରହିବ କାର୍ଯ୍ୟାଳୟ । ନୂତନ ସଂସଦ ଭବନରେ ସମସ୍ତ କାର୍ଯ୍ୟ ଡିଜିଟାଲ ଜ୍ଞାନକୌଶଳ ବ୍ୟବହାର ମାଧ୍ୟମରେ କରାଯିବ । ଏନେଇ ନିଷ୍ପତି ନେଇଛନ୍ତି କେନ୍ଦ୍ର ସରକାର । ପରିବର୍ତ୍ତିତ ଆଧୁନିକତାକୁ ଅନୁଧ୍ୟାନ କରି ସମସ୍ତ କାର୍ଯ୍ୟ କିପରି ଡିଜିଟାଲ ଉପାୟରେ ଏବଂ ଟୋକ୍ନୋଲୋଜି ବ୍ୟବହାର ଦ୍ୱାରା କରାଯାଇପାରିବ, ସେନେଇ ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା ମଧ୍ୟ ନୂତନ ଭବନରେ କରାଯିବ । ।

ସୂଚନା ମୁତାବକ ସଂସଦ ଭବନରେ ୧୬,୯୨୧ ବର୍ଗ ମିଟର ଅଞ୍ଚଳରେ ଅଣ୍ଡରଗ୍ରାଉଣ୍ଡ କରାଯିବ । ଭବନକୁ ତିନି ମହଲା ବିଶିଷ୍ଟ କରାଯିବା ସହ ତ୍ରିକୋଣୀୟ ମଧ୍ୟ କରାଯିବ । ଯଦ୍ୱାରା ଦୂରରୁ ଦେଖିଲେ ସମଗ୍ର ଭବନକୁ ସହଜରେ ଦେଖିପାରିବେ ଦର୍ଶକ । ଅନ୍ୟପଟେ ଏହି ତିନିମହଲାକୁ ଜାତୀୟ ପତାକାର ତିନୋଟି ରଙ୍ଗରେ ଆଛାଦିତ କରାଯିବ । ପ୍ରତି ଧାଡିରେ ଦୁଇ ଜଣ ସାସଂଦ ବସିବା ପାଇଁ ସିଟକୁ ଡବଲ ସିଟର କରାଯିବ । ସେହିପରି ଡାଇନିଙ୍ଗ ରୁମ, କମିଟି ରୁମ, କନଫରେନ୍ସ ରୁମ, ଲାଇବ୍ରେରୀ ମଧ୍ୟ ନିର୍ମାଣ କରାଯିବାର ନିଷ୍ପତି ନିଆଯାଇଛି ।

Leave a Reply