କରୋନା କାଳର ଦୁଃଖଦ ଦିନକୁ ମନେ ପକାଇ ଭାବୁକ ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ: ଶନିବାରଠାରୁ ଦେଶରେ ଆରମ୍ଭ ହୋଇଛି କରୋନା ଟିକାକରଣ। ଦେଶବ୍ୟାପୀ ଟିକା ଦିଆଯାଉଛି। ଟିକାକରଣ କାର୍ଯ୍ୟକ୍ରମକୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ଦେଶକୁ ସମ୍ଭୋଧନ କରିଥିଲେ। ସମ୍ବୋଧନ କରିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରୋନା କାଳର ଦୁଖଦ ସ୍ମୃତିକୁ ମନେ ପକାଇ ଭାବୁକ ହୋଇ ପଡ଼ିଥିଲେ।

କରୋନା ବିରୋଧରେ ଦେଶର ପ୍ରାରମ୍ଭିକ ଲଢେଇକୁ ମନେ ପକାଇ ସେ କହିଥିଲେ ଯେ, ସେତେବେଳେ ଆମ ପାଖରେ କରୋନା ବିରୋଧରେ ଯୁଦ୍ଧ ପାଇଁ ଦୃଢ ଭିତ୍ତିଭୂମି ନଥିଲା। ଭାବୁକ ମୋଦି କହିଥିଲେ ଯେ, କରୋନା ବିରୋଧରେ ଆମ ଲଢେଇ ଆତ୍ମବିଶ୍ୱାସ ଓ ଆତ୍ମନିର୍ଭରତାର ଥିଲା। ଏହି ମୁସ୍କିଲ ଲଢେଇ ଲଢିବା ପାଇଁ ଆମେ ନିଜ ଆତ୍ମବିଶ୍ୱାସକୁ ଦୁର୍ବଳ ହେବାକୁ ଦେବା ନାହିଁ। ଏହି ପ୍ରତିଜ୍ଞା ସବୁ ଭାରତୀୟଙ୍କ ମଧ୍ୟରେ ଦେଖିବାକୁ ମିଳିଥିଲା ।

ସ୍ୱାସ୍ଥ୍ୟକର୍ମୀଙ୍କ ବଳିଦାନକୁ ମନେ ପକାଇ ସେ କହିଥିଲେ ଯେ, ଶହ ଶହ ସଂଖ୍ୟାରେ ଏମିତି ସାଥି ଥିଲେ ଯେଉଁମାନେ କେବେ ମଧ୍ୟ ଘରକୁ ଫେରିଲେ ନାହିଁ। ଗୋଟିଏ ଗୋଟିଏ ଜୀବନକୁ ବଞ୍ଚାଇବାକୁ ଯାଇ ସେମାନେ ନିଜ ଜୀବନ ବଳିଦାନ କଲେ। ତେଣୁ କରୋନାର ପ୍ରଥମ ଟିକା ସ୍ୱାସ୍ଥ୍ୟକର୍ମୀଙ୍କୁ ଲଗାଇ ସମାଜ ଋଣ ଶୁଝୁଛି ।

ମନେ ପକାଇଲେ ସଂଘର୍ଷର ଦିନ

ମୋଦି ସଂଘର୍ଷ କାଳକୁ ମନେ ପକାଇ କହିଥିଲେ ଯେ, ବିଦେଶରୁ ଫେରୁଥିବା ଭାରତୀୟଙ୍କ ଟେଷ୍ଟ୍ ପାଇଁ ଯେତେବେଳେ ବିଦେଶରେ ଟେଷ୍ଟ୍ ମେସିନ୍ ସଂଖ୍ୟା କମ ପଡିଲା ସେତେବେଳେ ଭାରତ ପୁରା ଲାବ୍ ସେଠାକୁ ପଠାଇଥିଲା । ଭାରତ ଯେଉଁଭଳି ଭାବେ କରୋନାର ମୁକାବିଲା କରିଥିଲା ଆଜି ତାକୁ ପୁରା ବିଶ୍ୱ ପ୍ରଶଂସା କରୁଛି । କେନ୍ଦ୍ର,ରାଜ୍ୟ ଓ ସ୍ଥାନୀୟ ପ୍ରଶାସନ ଏକାଠି ହୋଇ କେମିତି ଭଲ କାମ କରି ପାରିବେ ତା’ର ଉଦାହରଣ ଆଜି ଭାରତ ଦୁନିଆକୁ ଦେଇଛି ।

Leave a Reply