ହସ୍ପିଟାଲରେ ପହଞ୍ଚି ଆହତ ଯବାନଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ, କହିଲେ ଭାରତ କେବେ ମୁଣ୍ଡ ନୁଆଁଇବ ନାହିଁ

1 min read

ନୂଆଦିଲ୍ଲୀ: ପୂର୍ବ ଲଦାଖର ଗାଲବାନ୍ ଘାଟିରେ ଗତ ୧୫ ଜୁନ୍‌ରେ ଭାରତ ଏବଂ ଚୀନ୍ ସୈନିକଙ୍କ ମଧ୍ୟରେ ସଂଘର୍ଷ ଘଟିଥିଲା । ଏଥିରେ ଅନେକ ଯବାନ ଆହତ ହୋଇଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଲେହରେ ପହଞ୍ଚିବା ପରେ ଉକ୍ତ ଆହତ ଯବାନ ମାନଙ୍କୁ ମେଡିକାଲରେ ଭେଟିଛନ୍ତି ।Modi At leh 2

ନ୍ୟୁଜ୍ ଏଜେନ୍ସି ANI ଦ୍ୱାରା ପ୍ରକାଶିତ ଭିଡିଓରୁ ସ୍ପଷ୍ଟ ଯେ, ଗାଲଭାନ୍ ଘାଟି ହିଂସା ଘଟଣାରେ ପ୍ରଧାନମନ୍ତ୍ରୀ ଆହତ ସୈନିକଙ୍କ ୱାର୍ଡରେ ପହଞ୍ଚି ପ୍ରତ୍ୟେକ ଯବାନଙ୍କ ସହ କଥାବାର୍ତ୍ତା ହେଉଛନ୍ତି । ଏବଂ ସେମାନଙ୍କ ଭଲ ମନ୍ଦ ବୁଝୁଛନ୍ତି । ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦି ସୈନିକମାନଙ୍କ ଉତ୍ସାହ ବଢ଼ାଇବା ପାଇଁ କହିଛନ୍ତି ଯେ, ଶତ୍ରୁକୁ ଉପଯୁକ୍ତ ଉତ୍ତର ଦେଇଛ । ଆମ ଦେଶ କେବେ ବି କାହା ଆଗରେ ମୁଣ୍ଡ ନୁଆଁଇ ନାହିଁ, କି କେବେ ବି କୌଣସି  ଶକ୍ତି ସାମ୍ନାରେ ମୁଣ୍ଡ ନୁଆଁଇବ ନାହିଁ ।

ପ୍ରଧାନମନ୍ତ୍ରୀ ମୋଦି ଆହୁରି କହିଛନ୍ତି ଯେ, ଆପଣମାନେ ବୀରତ୍ୱର ସହ ଶତ୍ରୁ ବିପକ୍ଷରେ ଲଢ଼ିଛନ୍ତି ଏବଂ ଆମକୁ ଛାଡ଼ି ଚାଲିଯାଇଥିବା ହିରୋମାନେ ମଧ୍ୟ ଏମିତି ଖାଲିରେ ଜୀବନ ଦେଇ ନାହାନ୍ତି । ସେମାନେ ମଧ୍ୟ ଲଢ଼େଇ କରି ସହିଦ ହୋଇଛନ୍ତି । ଆପଣ ସମସ୍ତେ ଏକ ଉପଯୁକ୍ତ ଉତ୍ତର ଦେଇଛନ୍ତି ।

Modi At leh 2

ବୋଧହୁଏ ଆପଣମାନେ ଆହତ ଅଛନ୍ତି କିମ୍ବା ହସ୍ପିଟାଲରେ ଅଛନ୍ତି ଅଥବା ଘରେ ଅଛନ୍ତି । ହେଲେ ସେପଟେ ପୁରା ଦେଶ ଆପଣଙ୍କ ପାଇଁ ଗର୍ବ କରୁଛି । ୧୩୦ କୋଟି ଜନତା ଆପଣଙ୍କ ପାଇଁ ଗର୍ବିତ । ଯବାନଙ୍କ ସାହସ ଏବଂ ବୀରତ୍ୱ ନୂତନ ପିଢ଼ିକୁ ପ୍ରେରଣା ଯୋଗାଉଛି ।

Modi At leh 2

Modi At leh 2

Leave a Reply