ବିତର୍କ କର, ବିରୋଧ ନୁହଁ: ପ୍ରଧାନମନ୍ତ୍ରୀ ମୋଦି

2 min read

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦିଙ୍କ ଶାନ୍ତି ଅପିଲ୍ । ପୋଡ଼ାଜଳା, ଭଙ୍ଗାରୁଜା ବନ୍ଦ କରିବାକୁ ଟ୍ୱିଟ୍ କରି ନିବେଦନ କଲେ ମୋଦି । ନାଗରିକତା ସଂଶୋଧନ ଆଇନକୁ ଦେଶବ୍ୟାପୀ ବିରୋଧ ପ୍ରଦର୍ଶନକୁ ପ୍ରଧାନମନ୍ତ୍ରୀ ଦୁର୍ଭାଗ୍ୟପୂର୍ଣ୍ଣ ଓ ଦୁଃଖଦ କହିଛନ୍ତି । ହିଂସାକୁ ଉସୁକାଉଥିବା ଲୋକଙ୍କ ଠାରୁ ସାବଧାନ ରହିବା ସହ ଆଇନ୍ ଭାଇଚାରାର ନିର୍ଦ୍ଦଶନ ବଲି ମୋଦି କହିଛନ୍ତି ।

ବିତର୍କ, ଚର୍ଚ୍ଚା ଓ ଅସହମତି ଗଣତନ୍ତ୍ରର ଅଭିନ୍ନ ଅଙ୍ଗ । କିନ୍ତୁ ସର୍ବସାଧାରଣ ସମ୍ପତ୍ତି ନଷ୍ଟ ଓ ସାଧାରଣ ଜନଜୀବନକୁ କ୍ଷତି ପହଞ୍ଚାଇବା ଆମ ସ୍ୱଭାବ ନୁହେଁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଏହି ଆଇନ୍ ଶତାବ୍ଦୀ ପୁରୁଣା ଶାନ୍ତି, ଭାଇଚାରା ଓ କରୁଣାର ନିର୍ଦ୍ଦଶନ ।

ସଂଶୋଧିତ ନାଗରିକତା ଆଇନ୍ କୌଣସି ଭାରତୀୟଙ୍କ ଲାଗି କ୍ଷତି ପହଞ୍ଚାଇବ ନାହିଁ । କୌଣସି ଭାରତୀୟ ଏଥିଯୋଗୁଁ ଭୟଭୀତ ହେବା ଉଚିତ୍ ନୁହେଁ । ଯେଉଁମାନେ ଅନ୍ୟ କୌଣସି ରାସ୍ତା ନପାଇ ଭାରତ ଚାଲି ଆସୁଛନ୍ତି ଏହି ଆଇନ୍ ସେହି ମାନଙ୍କ ଲାଗି ବୋଲି ମୋଦି କହିଛନ୍ତି ।

Leave a Reply