ଖୁବଶୀଘ୍ର ଖୋଲିବ ପ୍ରାଇମେରୀ ସ୍କୁଲ: ଏସ୍ଆରସି ମାର୍ଗଦର୍ଶିକା ଅନୁଯାୟୀ ପ୍ରସ୍ତୁତ ହେଉଛି SOP

1 min read
Odisha To Reopen Primary Schools Offline Classes From 28th February

ଭୁବନେଶ୍ୱର: ଖୋଲିବ ପ୍ରାଇମେରୀ ସ୍କୁଲ । ଖୁବଶୀଘ୍ର ସ୍କୁଲକୁ ଫେରିବେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀ । ଟିକା ଆସିବା ପରେ ଆଶ୍ୱସ୍ତି ଆସିଛି । ତେଣୁ SRC ମାର୍ଗଦର୍ଶିକା ଅନୁସାରେ ପ୍ରସ୍ତୁତ ହେଉଛି ଏସଓପି । ଅଙ୍ଗନଓ୍ୱାଡି ଖୋଲିଲାଣି, ପ୍ରଥମରୁ ଅଷ୍ଟମ ଶ୍ରେଣୀ କ୍ଲାସ ଖୁବଶୀଘ୍ର ହେବ ବୋଲି କହିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ । ଆସନ୍ତା ୮ ତାରିଖରେ ଖୋଲିବ ନବମ ଓ ଏକାଦଶ କ୍ଲାସ୍  । ଏଥିପାଇଁ ସବୁ ବନ୍ଦୋବସ୍ତ କରାଯାଇଛି । ଶିକ୍ଷକ ଅଭାବ ରହିବ ନାହିଁ । ଦକ୍ଷତା ଥିବା ପ୍ରାଥମିକ ସ୍କୁଲ ଶିକ୍ଷକଙ୍କ ଶିକ୍ଷାଦାନ ପାଇଁ ନିୟୋଜିତ କରିବାକୁ DEO ଓ BEOଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି । ଆବଶ୍ୟକ ପଡ଼ିଲେ ଅବସରପ୍ରାପ୍ତ ଶିକ୍ଷକ ବି ନିୟୋଜିତ ହେବେ ବୋଲି କହିଛନ୍ତି  ମନ୍ତ୍ରୀ ସୀମର ଦାସ । ଦଶମ ଶ୍ରେଣୀ  ପରି  ରବିବାର କିନ୍ତୁ କ୍ଲାସ ହେବନି।

ପୂର୍ବରୁ ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପାଠପଢ଼ା ନେଇ ଅନୁମତି ଦିଆଯାଇସାରିଥିବା ବେଳେ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟକୁ ଗୁରୁତ୍ୱ ଦିଆଯିବା ସହ ସ୍ଥିତିକୁ ଅନୁଧ୍ୟାନ କରିବା ପାଇଁ ଜିଲ୍ଲାସ୍ତରୀୟ ନୋଡାଲ ଅଫିସରର ବ୍ୟବସ୍ଥା କରାଯାଇଛି । କୋଭିଡ୍‌ କଟକଣା ଭିତରେ ହେବ ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଠପଢ଼ା ଚାଲିଛି । ସ୍କୁଲ ଖୋଲିବା ପୂର୍ବରୁ କ୍ଲାସରୁମ ସାନିଟାଇଜ କରାଯାଇଥିବାବେଳେ ସଫେଇ କାମ ମଧ୍ୟ ଶେଷ ହୋଇଛି । ସ୍କୁଲ ଖୋଲିବା ନେଇ ଉତ୍ସାହିତ ଅଛନ୍ତି ଉଭୟ ଛାତ୍ରଛାତ୍ରୀ ଓ ଅଭିଭାବକ ।

କଲେଜ ଓ ବିଶ୍ୱବିଦ୍ୟାଳୟ ଖୋଲିବାକୁ ପୂର୍ବରୁ ଅନୁମତି ମିଳିସାରିଛି । ଏବେ ବୈଷୟିକ ଶିକ୍ଷାନୁଷ୍ଠାନ ଖୋଲିବାକୁ ଅନୁମତି ଦେଇଛି ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ । ଆସନ୍ତା ୧୧ ତାରିଖ ଅର୍ଥାତ୍ ସୋମବାର ଠାରୁ ସମସ୍ତ ବୈଷୟିକ ବିଶ୍ୱବିଦ୍ୟାଳୟ, ଇଞ୍ଜିନିୟରିଂ ଏବଂ ଡିପ୍ଲୋମା କଲେଜ୍ ଖୋଲିବ ।

Leave a Reply