ରେକର୍ଡ ଭାଙ୍ଗିଲା ତୈଳ ଦର, ହନ୍ତସନ୍ତ ହେଉଛନ୍ତି ଗ୍ରାହକ

Petrol

ଭୁବନେଶ୍ୱର: ରେକର୍ଡ ଭାଙ୍ଗିଲା ତୈଳ ଦର । ବୁଧବାର ପେଟ୍ରୋଲ ଓ ଡିଜେଲ ଲିଟର ପିଛା ୨୬ ପଇସା ବୁଦ୍ଧି ହେବା ପରେ ସର୍ବକାଳୀନ ରେକର୍ଡରେ ପହଞ୍ଚିଛି ପେଟ୍ରୋଲ ଦର । ପେଟ୍ରୋଲ ଦର ପ୍ରଥମ ଥର ପାଇଁ ରାଜଧାନୀରେ ୮୫ ଟଙ୍କା ନକଟତର ହୋଇଛି ।

ଗ୍ରାହକଙ୍କ ମୁଣ୍ଡରେ ଚଡ଼କ । ତୈଳ ଦର ବୃଦ୍ଧି ଯୋଗୁଁ ଗ୍ରାହକ ଏବେ ହନ୍ତସନ୍ତ । ବୁଧବାର ପେଟ୍ରୋଲ ଓ ଡିଜେଲ ଲିଟର ପିଛା ୨୬ ପଇସା ବୁଦ୍ଧି ହେବା ପରେ ସର୍ବକାଳୀନ ରେକର୍ଡରେ ପହଞ୍ଚିଛି ପେଟ୍ରୋଲ ଦର । ରାଜଧାନୀ ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୮୪ ଟଙ୍କା ୮୫ ପାଇସାରେ ପହଞ୍ଚିଥିବା ବେଳେ ଡିଜେଲ ଲିଟର ପିଛା ୮୧ ଟଙ୍କା ୩ ପାଇସାରେ ପହଞ୍ଚିଛି । ଯାହା ପୂର୍ବରୁ କେବେ ହୋଇନଥିଲା । ସେପଟେ ରାଜଧାନୀରେ ଡିଜେଲ ଦର ପୂର୍ବରୁ ଯଦିଓ ସର୍ବାଧିକ ୮୧ ଟଙ୍କା ୩୨ ପାଇସା ରେକର୍ଡ ଥିଲା । ହେଲେ ବର୍ତ୍ତମାନ ମାତ୍ର ଏହି ଦର ଠାରୁ ୨୯ ପଇସା କମ୍‌ ରହିଛି ।

ଗତ ୨୦୨୦ ମେ’ ମାସ ଠାରୁ ଏପର୍ଯ୍ୟନ୍ତ ପେଟ୍ରୋଲ ଲିଟର ପିଛା ୧୪ ଟଙ୍କା ୨୮ ପାଇସା ଏବଂ ଡିଜେଲ ଲିଟର ପିଛା ୧୧ ଟଙ୍କା ୮୩ ପାଇସା ବଢିଛି । ଅନ୍ତର୍ଜାତୀୟ ବଜାରରେ କ୍ରୁଡ୍‌ ଅଏଲର ଦାମ ବୃଦ୍ଧି ହୋଇଥିବାରୁ ଏହା ସିଦ୍ଧା ସଳଖ ଗ୍ରାହକଙ୍କ ଉପରେ ପଡୁଛି । କରୋନା ମହାମାରୀ ସମୟରେ ଅନ୍ତର୍ଜାତୀୟ ବଜାର ସାଙ୍ଗକୁ ସାରା ଦେଶରେ ତୈଳ ବିକ୍ରି ଅତ୍ୟନ୍ତ ହ୍ରାସ ପାଇଥିଲା । ଫଳରେ ଏହାକୁ ଭରପାଇ କରିବାକୁ ସରକାର ମଧ୍ୟ ଟିକିସ ବଢାଇଥିବା ବେଳେ ଅନ୍ତର୍ଜାତୀୟ ବଜାରରେ ତୈଳ ଦର ବୃଦ୍ଧି କରାଯାଇଥିବା କୁହାଯାଉଛି ।

Leave a Reply