ଦକ୍ଷିଣ ଓଡିଶାରେ ବର୍ଷିବ; ଗଞ୍ଜାମ ଓ ଗଜପତି ଜିଲ୍ଲାରେ ଆଗୁଆ ପ୍ରସ୍ତୁତି…

ଗଞ୍ଜାମ/ଗଜପତି: ଆସନ୍ତାକାଲିଠୁ ରାଜ୍ୟକୁ ପୁଣି ଭିଜାଇବ ଲଘୁଚାପ । ତେବେ ଲଘୁଚାପ ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ଆଗୁଆ ପ୍ରସ୍ତୁତି କରିଛି । ଜିଲ୍ଲାପାଳ ବିଜୟା ଅମୃତ କୁଲାଙ୍ଗେଙ୍କ ଅଧକ୍ଷତାରେ ବରିଷ୍ଠ ଅଧିକାରୀଙ୍କୁ ନେଇ ଆଗୁଆ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ବୈଠକରେ ଜିଲ୍ଲାର ସମସ୍ତ ବିଡିଓ, ତହସିଲଦାର ଯୋଗଦେଇଥିଲେ । ଲଗାଣ ବର୍ଷା ହେଲେ ତଳିଆ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ଓ ରିଲିଫ୍ ସାମଗ୍ରୀର ବ୍ୟବସ୍ଥାକୁ ବୈଠକରେ ଗୁରୁତ୍ବ ଦିଆଯାଇଛି ।

ଡ଼ାକବାଜି ଯନ୍ତ୍ର ସହାୟତାରେ ଜନସାଧାରଣଙ୍କୁ ସଠିକ୍ ସୂଚନା ଦେବା ଉପରେ ଜିଲ୍ଲାପ୍ରଶାସନ ଗୁରୁତ୍ବ ଦେଇଛି ।ଏହା ସହିତ ବ୍ଲକ୍ କାର୍ଯ୍ୟାଳୟରେ ଲୋକ ପ୍ରତିନିଧି ମାନଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ ମଧ୍ୟ ଅନୁଷ୍ଠିତ ହୋଇଛି ।  ସେହିଭଳି ଗଜପତି ଜିଲ୍ଲା ପ୍ରଶାସନ ମଧ୍ୟ ସତର୍କ ହୋଇଛି  ।

ଜିଲ୍ଲାପାଳ ଅନୁପମ ସାହାଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଶେଷ ହୋଇଛି . ଜିଲ୍ଲାର ତଳିଆ ତଥା ନଦୀ କୂଳବର୍ତ୍ତି ଅଞ୍ଚଳ ଏବଂ ପାହାଡିଆ ଅଞ୍ଚଳ ଉପରେ ବିଶେଷ ଭାବେ ନଜର ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ରାୟଗଡ଼, ଗୁମ୍ମା, ରା ଉଦୟଗିରି, ମୋହନା, ଓ ଗୋଷାଣୀ ବ୍ଲକରେ ସମସ୍ତ ବିଭାଗର କର୍ମଚାରୀଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଲୋକଙ୍କୁ ସଚେତନ କରାଯାଇଥିବାବେଳେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମର ବ୍ୟବସ୍ଥା କରିଛି ପ୍ରଶାସନ ।

Leave a Reply