ପାରିବାରିକ କଳହର କରୁଣ ପରିଣତି… ବଲାଙ୍ଗୀରରେ ଗର୍ଭବତୀ ସ୍ତ୍ରୀକୁ ପିଟିପିଟି ହତ୍ୟା କଲା ମଦ୍ୟପ ସ୍ୱାମୀ

1 min read

ବଲାଙ୍ଗୀର: ବଲାଙ୍ଗୀର ସହରର ରାଧାରାଣୀପଡ଼ାରେ ଅଭାବନୀୟ ଘଟଣା। ମଦ୍ୟପ ସ୍ୱାମୀର ମରଣାନ୍ତକ ଆକ୍ରମଣରେ ୯ମାସ ଗର୍ଭବତୀ ଥିବା ସ୍ତ୍ରୀର ମୃତ୍ୟୁ ହୋଇଛି । ମୃତକ ହେଲେ ଆନନ୍ଦିନୀ ବାରିକ । ଅଭିଯୁକ୍ତ ସ୍ୱାମୀ ମୋତିଲାଲ ବାରିକ ହତ୍ୟା କରିବା ପରେ ଫେରାର ହୋଇଯାଇଥିଲା  । ପରେ ପୋଲିସ ତାକୁ କାବୁ କରିବାରେ ସଫଳ ହୋଇଛି । ମୋତିଲାଲ ପ୍ରତିଦିନ ରାତିରେ ମଦ ପିଇ ଘରେ ମାରପିଟ କରୁଥିଲା । ତେବେ ଗତ କାଲି ବିଳମ୍ବିତ ରାତିରେ ମଦ ପିଇ ମୋତିଲାଲ ଘର ବାହାରେ ଆନନ୍ଦିନୀକୁ ପ୍ରବଳ ମାଡ ମାରିଥିଲା । ପରେ ଘର ଭିତରକୁ ନେଇ ତଂଟି ଚିପି ହତ୍ୟା କରିଥିବା ସୂଚନା ମିଲିଛି ।

https://www.facebook.com/NandighoshaTV/videos/341812670146952/

ଗର୍ଭବତୀ ଥିବା ସମୟରେ ମହିଳାଙ୍କର ଅଧିକ ଯତ୍ନ ନିଆଯାଏ ବା ଅଧିକ ଧ୍ୟାନ ରଖିବାକୁ କୁହାଯାଏ, ହେଲେ ଏଭଳି ଅବସ୍ଥାରେ ସ୍ୱାମୀ ଜଣକ ନିଜ ସ୍ତ୍ରୀକୁ ମାରି ହତ୍ୟା କରିଛି । ଏଭଳି ଏକ ନିନ୍ଦନୀୟ ଘଟଣା ବଲାଙ୍ଗିରରେ ଘଟିଛି । ପ୍ରତିଦିନ ମଦ ପିଇ ମୋତିଲାଲ ଘରକୁ ବିଳମ୍ବିତ ରାତିରେ ଫେରୁଥିଲା । ତେବେ ଗତ କାଲି ରାତିରେ ଅଧିକ ମଦ ପିଇ ମୋତିଲାଲ ଘରକୁ ଫେରିଥିଲା । ମୋତିଲାଲର ସ୍ତ୍ରୀ ୯ ମାସର ଗର୍ଭବତୀ ଥିଲେ । ପ୍ରତ୍ୟେକ ଦିନ ଭଳି ଗତ କାଲି ମଧ୍ୟ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା । ରାଗରେ ମୋତିଲାଲ ନିଜ ସ୍ତ୍ରୀକୁ ମରଣାନ୍ତକ ଆକ୍ରମଣ କରିଥିଲା । ଏହା ପରେ ଘର ଭିତରକୁ ନେଇ ନିଜ ସ୍ତ୍ରୀର ତଣ୍ଟି ଚିପି ହତ୍ୟା କରିଥିଲା । ଗର୍ଭାବସ୍ଥାରେ ଥାଇ ମଧ୍ୟ ସ୍ତ୍ରୀକୁ ମାରିବାକୁ ପଛାଇନଥିଲା ନୃଶଂସ ସ୍ୱାମୀ । ଆଖପାଖରେ ଥିବା ପଡୋଶୀ ରାତିରେ ଉଭୟଙ୍କ ଚିତ୍କାର ଶୁଣୁଥିଲେ । ହେଲେ ଏଭଳି ଅମାନସିକ ଭାବେ ସ୍ୱାମୀ ସ୍ତ୍ରୀକୁ ପିଟି ପିଟି ମାରିଦେବ ତାହା କେହି ଭାବିନଥିଲେ । ଏନେଇ ଟାଉନ ଥାନା ପୋଲିସ ଓ ସାଇଣ୍ଟିଫିକ ଟିମ ପହଂଚି ଘଟଣା ତଦନ୍ତ ଆରମ୍ଭ କରିଛନ୍ତି ।

Leave a Reply