ଜଜନୀ ଯନ୍ତ୍ରଣା ଆଗରେ ଭାରି ପଡ଼ିଲା ଗାଁର ଅବହେଳିତ ରାସ୍ତା, ୧୦୮ ନୁହେଁ ଖଟିଆ ସାଜିଲା ଭରସା

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ରେ ଜନନୀ ଯନ୍ତ୍ରଣାର ଆଉ ଏକ ନଗ୍ନ ଚିତ୍ର । ଗାଁକୁ ରାସ୍ତା ନଥିବାରୁ ଖଟିଆରେ ବୁହାହେଲେ ପ୍ରସୂତି । ଜଜନୀ ଯନ୍ତ୍ରଣା ଉପରେ ଅଧିକ କଷ୍ଟ ଦେଇଥିଲା ଗାଁର ଅବହେଳିତ ରାସ୍ତା । ଦେହ ଖରାପ ହେଲେ ଏମାନଙ୍କର ଏକ ମାତ୍ର ସାହାରା ପାଲଟେ ଖଟିଆ ଆଉ ୪ କାନ୍ଧ । ଡାକ୍ତରଖାନା ଯେତେ ଦୂର ହୋଇଥିଲେ ମଧ୍ୟ ମନରେ ସାହସ ଏମାନଙ୍କୁ ସେଠାରେ ପହଞ୍ଚାଇଥାଏ । ସ୍ୱାସ୍ଥ୍ୟ ବ୍ୟବସ୍ଥା ଏଠି ରାସ୍ତା ଆଗରେ ହାର ମାନେ । ଆମ୍ବୁଲାନ୍ସା ଆସେ ହେଲେ ଅଧ ରାସ୍ତାରେ ଅଟକି ରହେ ।

ଏଦୃଶ୍ୟ ଲାଞ୍ଜିଗଡ଼ ବଡ଼ପଡ଼ାର ଘଡ଼େଇପେଟା ସାହିର । ଲିଟୁ ହରିଜନଙ୍କ ସ୍ତ୍ରୀ ବାସନ୍ତି ହରିଜନ ପ୍ରଶବ ବେଦନା ଯୋଗୁଁ ଗୁରୁତର ହୋଇ ପଢିଥିଲେ । ଡାକ୍ତରଖାନା ନେବା ପାଇଁ ୧୦୮ ଆମ୍ବୁଲାନ୍ସକୁ ଫୋନ କରାଯାଇଥିଲା । ହେଲେ ଲାଞ୍ଜିଗଡ଼ ବଡ଼ପଡ଼ା ଓ ଘଡ଼େଇପେଟା ସାହିର ମଝିରେ ଥିବା ବଂଶଧାରା ନଦୀରେ ପାଣିଥିବା ଯୋଗୁଁ ବଡପଡ଼ାରୁ ଆଉ ଆଗକୁ ଆସି ପାରିନଥିଲା ଆମ୍ବୁଲାନ୍ସ । ବାଧ୍ୟ ହୋଇ ଖଟିଆରେ  ୫୦୦ ମିଟର ବୋହି ଆମ୍ବୁଲାନ୍ସରେ ନେଇଯାଇଥିଲେ ପ୍ରସୂତିଙ୍କୁ ।

ତେବେ ନଦୀରେ ଏକ ପୋଲ ନିର୍ମାଣ ନେଇ ବାରମ୍ବାର ଅଭିଯୋଗ କରାଯାଇଥିଲେ ମଧ୍ୟ ବିଭାଗୀୟ କର୍ତ୍ତୃପକ୍ଷ ଦୃଷ୍ଟି ଦେଉନଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ଖାଲି ସେତିକି ନୁହେଁ ଗତ ବର୍ଷ ବଂଶଧରା ନଦୀରେ ଜଣଙ୍କ ଜୀବନ ଯାଇଥିଲା । ତେବେ ବାରମ୍ବାର ଅଭିଯୋଗ ପରେ ମଧ୍ୟ ସମସ୍ତେ ସ୍ଥାଣୁ ପ୍ରଶାସନ ଯେମିତି ନିଦା ବିଷ୍ଣୁ ପାଲଟିଛି ।

Leave a Reply