କ୍ୟାମେରା ଦେଖିଲେ ଚିଇଁକି ଉଠୁଛନ୍ତି ପ୍ରଦୀପ ପାଣିଗ୍ରାହୀ ଓ ତାଙ୍କ କର୍ମଚାରୀ

1 min read

ଭୁବନେଶ୍ୱର: ଗଣମାଧ୍ୟମକୁ ଦେଖିଲେ ଛାନିଆ ହେଉଛନ୍ତି ପ୍ରଦୀପ ପାଣିଗ୍ରାହୀ । କ୍ୟାମେରା ଦେଖିଲେ ଚିଇଁକି ଉଠୁଛନ୍ତି ପ୍ରଦୀପ ପାଣିଗ୍ରାହୀ ଓ ତାଙ୍କ କର୍ମଚାରୀ। ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଥିବା କିଛି ଉପହାର ଓ ପୋଷାକ ପତ୍ର ଜଣେ ନେଉଥିବାର ଖବର ସଂଗ୍ରହ କଲା ବେଳେ ବିରୋଧ କରିଥିଲେ ପ୍ରଦୀପ ପାଣିଗ୍ରାହୀଙ୍କ କର୍ମଚାରୀ । ଆମ ପ୍ରତିନିଧିଙ୍କ ସହ ଧସ୍ତାଧସ୍ତି କରିବା ସହ ନ୍ୟୁଜ କରିବାକୁ ବିରୋଧ କରିଥିଲେ। ନନ୍ଦିଘୋଷ କ୍ୟାମେରା ଟିମ ଓ ନନ୍ଦିଘୋଷ ଗାଡିର ଚିତ୍ର ଉତ୍ତୋଳନ କରିଥିଲେ । ଧସ୍ତାଧସ୍ତି କରୁଥିବା ବ୍ୟକ୍ତି ପ୍ରଦୀପ ପାଣିଗ୍ରାହୀଙ୍କର ଡ୍ରାଇଭର ଭାବେ କାର୍ଯ୍ୟରତ ଥିବା ଜଣାପଡିଛି ।

Pradeep Panigrahis’s Red Eyes To Media For Showing Truth

ସେପଟେ ଜନବିରୋଧୀ କାମ ପାଇଁ ବିଜେଡିରୁ ବିଦାହୋଇଛନ୍ତି ପ୍ରଦୀପ ପାଣିଗ୍ରାହୀ । ତାଙ୍କୁ ପ୍ରଶ୍ନ ପଚାରିବାରୁ ସାମ୍ବାଦିକଙ୍କୁ ନାଲିଆଖି ଦେଖାଇଥିଲେ । ପାଠକ ପରିବାରକୁ ଘଣ୍ଟ ଘୋଡ଼ାଇବାକୁ ଉଦ୍ୟମ କରି ନିଜେ ଫସି  ଯାଇଥିଲେ ବିଧାୟକ ପ୍ରଦୀପ ପାଣିଗ୍ରାହୀ । ଆକାଶ ପାଠକ, ଟାଟା ମୋଟର୍ସ ଲିଙ୍କ୍ ନେଇ ପ୍ରଶ୍ନ ଶୁଣି ଗରମ ହୋଇଯାଇଥିଲେ । ହିତାହିତ ଜ୍ଞାନ ହରାଇ ଗଣମାଧ୍ୟମ ପ୍ରତିନିଧିଙ୍କୁ ଧମକ ମଧ୍ୟ ଦେଇଥିଲେ ପ୍ରଦୀପ ।

ପାଠକ-ପ୍ରଦୀପ ଲିଙ୍କ ନେଇ ସଠିକ୍ ତଥ୍ୟ ପ୍ରସାରଣ କରିଥିବାରୁ ନନ୍ଦିଘୋଷ ଟିଭିକୁ ଟାର୍ଗେଟ୍ କରିଥିଲେ ପ୍ରଦୀପ। ଏପପିକି ବ୍ୟକ୍ତିଗତ ଭାବେ ସାମ୍ବାଦିକଙ୍କୁ ଆକ୍ଷେପ କରିବାକୁ ପଛାଇ ନଥିଲେ । ଆକାଶ, ପ୍ରଦୀପ ଓ ଟାଟା କମ୍ପାନୀ ସମ୍ପର୍କିତ ପ୍ରଶ୍ନ ପଚାରିଥିଲେ ଆମ ପ୍ରତିନିଧି । ହେଲେ ଆଙ୍ଗୁଳି ଦେଖାଇ କ୍ୟାମେରାରୁ ଭିଜୁଆଲ ଡିଲିଟ୍ କରିବାକୁ ଧମକ ଦେଇଥିଲେ ପ୍ରଦୀପ ।

Leave a Reply