ବିଧାନସଭାରେ ପ୍ରଦୀପ ପ୍ରସଙ୍ଗ, ବିରୋଧୀ କହିଲେ ଗିରଫ କରାଯାଉ..!

Pradeep Panigrahi

ଭୁବନେଶ୍ୱର: ବିଧାନସଭାରେ ଉଠିଲା ବିଜେଡିରୁ ବହିଷ୍କୃତ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ପ୍ରସଙ୍ଗ । ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ କଂଗ୍ରେସ ଦୁର୍ନୀତି ଅଭିଯୋଗ ଆଣି କାର୍ଯ୍ୟାନୁଷ୍ଠାନ ଦାବି କରିଥିଲା । ଭିଜିଲାନ୍‌ସ ଜାଲରେ ପଡ଼ିଥିବା ନିଲମ୍ବିତ ଆଇଏଫ୍‌ଏସ୍‌ ଅଭୟକାନ୍ତ ପାଠକଙ୍କ ସହ ପ୍ରଦୀପଙ୍କ ସମ୍ପର୍କ ନେଇ ଖୋଳତାଡ଼ କରାଯିବାକୁ ଦାବି କରାଯାଇଛି ।

ପ୍ରଦୀପ ପ୍ରାଣିଗ୍ରାହୀ ବିଭିନ୍ନ ଦୁର୍ନୀତିରେ ସମ୍ପୃକ୍ତ ଥିବାରୁ ତାଙ୍କୁ ତୁରନ୍ତ ତଦନ୍ତ ପରିସରଭୁକ୍ତ କରିବାକୁ ଶୂନ୍ୟକାଳରେ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ଦାବି କରିଛନ୍ତି । ଏସ୍‌ଆଇଟି ଜରିଆରେ ତଦନ୍ତ କରି ପ୍ରଦୀପଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ପାଇଁ ତାରାଙ୍କ ସହ ସନ୍ତୋଷ ସିଂହ ସାଲୁଜା ମଧ୍ୟ ଦାବି କରିଛନ୍ତି । ବିଜେପି ମଧ୍ୟ ପ୍ରଦୀପଙ୍କୁ ବିଜେଡରୁ ବିଦା କରାଯିବାକୁ ସ୍ୱାଗତ କରିଛି ।

ସେପଟେ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ କିଛି ପ୍ରମାଣ ମିଳିଥିବାରୁ ବିଜେଡିରୁ ତାଙ୍କୁ ବହିଷ୍କାର କରାଯାଇଛି । ଜନସାଧାରଣଙ୍କୁ ଠକି ପଇସା ଅସୁଲ କଲେ ଏହାକୁ ଜନବିରୋଧୀ କୁହାଯିବ । ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ଉଚିତ୍‌ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ବିଜେଡି ବିଧାୟକ କହିଛନ୍ତି । ଯଦି ଜଣେ ଜନପ୍ରତିନିଧି ଜନବିରୋଧୀ କାର୍ଯ୍ୟ କରେ ଓ ଦୁର୍ନୀତିରେ ସମ୍ପୃକ୍ତ ଥାଏ, ତୁରନ୍ତ ତାଙ୍କୁ ଗିରଫ କରିବାକୁ ବିଧାନସଭାରେ ଦାବି ହୋଇଛି ।

Leave a Reply