PPE କିଟ୍ ନାଁରେ କରୋନା ରୋଗୀଙ୍କୁ ଲୁଟୁଛନ୍ତି ଘରୋଇ ହସ୍ପିଟାଲ,ବିଲରେ କିଟ୍ ପାଇଁ ଚାର୍ଜ କରୁଛନ୍ତି ୫୦ ପ୍ରତିଶତ !

1 min read

ନୂଆଦିଲ୍ଲୀ: ଦେଶରେ ହୁ ହୁ ହୋଇ ବଢିବାରେ ଲାଗିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଏବଂ ଏହି ସଂକ୍ରମିତଙ୍କ ଚିକିତ୍ସା କରିବାକୁ ଖର୍ଚ୍ଚ ହେଉଛି ବିପୁଳ ଟଙ୍କା ।ଏଭଳି  ପରିସ୍ଥିତିରେ ଆପଣ ବିଶ୍ୱାସ କରିବେ କି କରୋନା ରୋଗୀଙ୍କ ଚିକିତ୍ସା କରୁଥିବା ହସ୍ପିଟାଲଗୁଡ଼ିକ N95 ମାସ୍କ ଏବଂ PPE କିଟ୍ ନାମରେ ଲକ୍ଷ ଲକ୍ଷ ଟଙ୍କାର ବିଲ୍ ପ୍ରସ୍ତୁତ କରୁଛନ୍ତି ? ଏହା ଟିକିଏ ଅଜବ ଲାଗୁଥାଇପାରେ, କିନ୍ତୁ ଆଜିକାଲି ଦେଶର ଘରୋଇ ହସ୍ପିଟାଲଗୁଡ଼ିକରେ ଏହା ହିଁ ଚାଲିଛି । ଏନେଇ ଜାତୀୟ ଗଣମାଧ୍ୟମ କିଛି ଏମିତି ମାମଲା ଚିହ୍ନଟ କରିଛନ୍ତି ଯେଉଁଥିରେ ଘରୋଇ ହସ୍ପିଟାଲଗୁଡ଼ିକ ମାସ୍କ ଏବଂ PPE କିଟ୍ ନାଁରେ ବିଲରେ ୫୦ ପ୍ରତିଶତ ରାଶି ଯୋଡିଛନ୍ତି । ଆଶ୍ଚର୍ଯ୍ୟର କଥା ହେଉଛି, ବର୍ତ୍ତମାନ ପର୍ଯ୍ୟନ୍ତ ହସ୍ପିଟାଲ ଏଭଳି ଜିନିଷ ଉପରେ ମାତ୍ର ୧୦ ପ୍ରତିଶତ ଚାର୍ଜ କରୁଥିଲା, ଯାହା ଏବେ ୫୦ ପ୍ରତିଶତକୁ ବୃଦ୍ଧି କରାଯାଇଛି । ଅର୍ଥାତ୍ ବିଲର ୫୦ ପ୍ରତିଶତ ଔଷଧ ଏବଂ ୫୦ ପ୍ରତିଶତ ରୋଗୀର ଚିକିତ୍ସା ସମୟରେ ମେଡିକାଲ୍ କର୍ମଚାରୀଙ୍କ ପାଇଁ ଖର୍ଚ୍ଚ ହୋଇଥାଏ ।

କେମିତ ହେଉଛି ଠକାମୀ ?

ଏଠାରେ ପ୍ରଶ୍ନ ଉଠୁଛି ମେଡ଼ିକାଲ କର୍ମଚାରୀମାନେ ଗୋଟିଏ ଥର PPE କିଟ୍ ଏବଂ ମାସ୍କ ପିନ୍ଧି ଅନେକ ରୋଗୀଙ୍କୁ ଦେଖନ୍ତି, କିନ୍ତୁ ବିଲ୍ ଏବେ ସମସ୍ତଙ୍କ ନାଁରେ ଦିଆଯାଇଉଛି କେମିତି । ଯଦି ଗୋଟିଏ ଥରରେ ପାଞ୍ଚ ଜଣ ରୋଗୀଙ୍କୁ ଦେଖାଯାଏ, ତେବେ PPE କିଟ୍ ଏବଂ ମାସ୍କର ମୂଲ୍ୟ ପାଞ୍ଚରେ ବିଭକ୍ତ ହେବା ଉଚିତ୍
। ଉଦାହରଣ ସ୍ୱରୂପ, ଯଦି ଏକ କିଟ୍ ର ମୂଲ୍ୟ ୧୦୦୦ ଟଙ୍କା ଏବଂ ଏହା ପାଞ୍ଚ ଜଣଙ୍କ ଉପରେ ବ୍ୟବହୃତ ହୋଇଛି, ତେବେ ସମସ୍ତ ରୋଗୀଙ୍କୁ ୨୦୦ ଟଙ୍କା ଆଦାୟ କରାଯିବା କଥା, କିନ୍ତୁ ତାହା ହେବା ପରିବର୍ତ୍ତେ ସମସ୍ତ ରୋଗୀଙ୍କଠାରୁ ୧୦୦୦-୧୦୦୦ ଟଙ୍କା ଆଦାୟ କରାଯାଉଛି ।

ମୁମ୍ବାଇର ଏକ ଘରୋଇ ହପ୍ସିଟାଲ ବିଲରେ ପିପିଇ କିଟ୍ ନାମରେ ୧.୪ ଲକ୍ଷ ଟଙ୍କା ଯୋଡିଛି

ମୁମ୍ବାଇର ଏକ ଘରୋଇ ହସ୍ପିଟାଲ ଗୋଟିଏ ପରିବାରକୁ ୨.୮ ଲକ୍ଷ ଟଙ୍କା ବିଲ୍ ଦିଆଗଲା ଯେଉଁଥିରେ ମାସ୍କ ଏବଂPPE କିଟ୍ ନାମରେ ୧.୪ ଲକ୍ଷ ଟଙ୍କା ଯୋଡି ଦିଆଯାଇଥିଲା । ମୁମ୍ବାଇର ଆଉ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଜଣେ ରୋଗୀ କହିଛନ୍ତି, ‘ମୁଁ ଜଣେ କୋଭିଡ -୧୯ ରୋଗୀ ଏବଂ ୧୯ ଦିନ ହସ୍ପିଟାଲରେ ଭର୍ତ୍ତି ହୋଇଥିଲି । ଯେତେବେଳେ ମୋତେ ବିଲ୍ ଦିଆଗଲା, ମୁଁ ଦେଖିଲି PPE କିଟ୍, ମାସ୍କ ଏବଂ ଫେସ୍ ସିଲ୍ଡରେ ଅଧା ଟଙ୍କା ଖର୍ଚ୍ଚ ହୋଇଥିଲା । କେବଳ ସେତିକ ନୁହେଁ ବଡ ଝଟକା ତ ସେତେବେଳେ ଲାଗିଲା ଯେତେବେଳେ ବୀମା କମ୍ପାନୀ କହିଲା ଯେ ସେମାନେ ମାସ୍କ, ଫେସ୍ ସିଲ୍ଡ ଏବଂ PPE କିଟ୍ ପାଇଁ ଟଙ୍କା ଦେବେ ନାହିଁ ।

୨ଦିନ ପର୍ଯ୍ୟନ୍ତ ପିପିଇ କୀଟର ମୁଲ୍ୟ ୪,୩୦୦ଟଙ୍କା କିନ୍ତୁ ୩ୟ ଦିନରେ ୮,୯୦୦ଟଙ୍କା

ଦିଲ୍ଲୀର କରୋନାରେ ଚିକିତ୍ସିତ ହେଉଥିବା ଜଣେ ରୋଗୀଙ୍କ ଭାଇ କହିଛନ୍ତି ଯେ ‘ସମଗ୍ର  ଦେଶର ଏହା ହେଉଛି ସମସ୍ୟା । ମୋ ଭାଇ ମଧ୍ୟ ଚିକିତ୍ସିତ ହେଉଥିଲେ । ସେ ନଅ ଦିନ ହସ୍ପିଟାଲରେ ଥିଲେ । ଯାହା ପରେ ହସ୍ପିଟାଲ କେବଳ PPE କିଟ୍ ନାମରେ ୮୦ ହଜାର ଟଙ୍କା ଚାର୍ଜ କରିଛି । ପ୍ରାରମ୍ଭିକ ଦୁଇ ଦିନରେ ହସ୍ପିଟାଲ ୪,୩୦୦ ଟଙ୍କା ଧାର୍ଯ୍ୟ କରିଥିଲା ​​କିନ୍ତୁ ଅବଶିଷ୍ଟ ସାତ ଦିନରେ ସେମାନେ କିଟ୍ ପିଛା ୮,୯୦୦ ଟଙ୍କା ଆଦାୟ କରିଛନ୍ତି ।

ଚେନ୍ନାଇରେ ରୋଗୀଙ୍କ ଠାରୁ ପିପିଇ ନାଁରେ ୩୩୦୦୦ ଟଙ୍କା ଆଦାୟ

ଚେନ୍ନାଇର ଜଣେ ରୋଗୀ କରୋନା ଭାଇରସ ସଂକ୍ରମଣରୁ ସୁସ୍ଥ ହେବା ପରେ ଘରେ ପହଞ୍ଚିଥିଲେ, କିନ୍ତୁ ଯେତେବେଳେ ସେ ହସ୍ପିଟାଲର ବିଲ୍ ଦେଖିଲେ, ତାଙ୍କ ହୋସ ଉଡ଼ିଗଲା । ଏଥିରେ ପିପିଇ ନାଁରେ ୩୩୦୦୦ ଟଙ୍କା ଆଦାୟ କରାଯାଇଥିଲା। ବର୍ତ୍ତମାନ ବିଲ ପରିମାଣ ହ୍ରାସ କରିବାକୁ ସେ ହସ୍ପିଟାଲ ପ୍ରଶାସନକୁ ନିବେଦନ କରିଛନ୍ତି ।

ଏନେଇ କଣ କହିଛି ହସ୍ପିଟାଲ ପ୍ରଶାସନ ?

ଯଦିଓ ହସ୍ପିଟାଲ ପ୍ରଶାସନ କହିଛି ଯେ ସେମାନେ ସ୍ୱଚ୍ଛତାକୁ ସୁନିଶ୍ଚିତ କରୁଛନ୍ତି ଏବଂ ରୋଗୀଙ୍କୁ ପ୍ରତିଦିନର ହିସାବ ଦେଉଛନ୍ତି । ହସ୍ପିଟାଲ କହିଛି ଯେ କରୋନାରେ ସଂକ୍ରମଣ ହେବାର ଆଶଙ୍କା ବହୁତ ଅଧିକ, ଏହା ସହିତ ଅନେକ ରୋଗୀ ଆସନ୍ତି ଯେଉଁମାନଙ୍କଠାରେ ପୂର୍ବରୁ ମଧ୍ୟ ଅନେକ ରୋଗ ଥାଏ । ସେମାନଙ୍କ ତରଫରୁ ସମସ୍ତ ସରକାରୀ ନିର୍ଦ୍ଦେଶାବଳୀକୁ ଅନୁସରଣ କରାଯାଇଥାଏ । ଯେଉଁ ପର୍ଯ୍ୟନ୍ତ ରୋଗୀଙ୍କ ସାମଗ୍ରୀ କଥା ରହିଛି  ତାହା କେବଳ ଗୋଟିଏ ରୋଗୀଙ୍କ ପାଇଁ ବ୍ୟବହୃତ ହୋଇଥାଏ ।

ମୁହଁ ଫେରାଇନେଲା ବୀମା କମ୍ପାନୀ 

ରିପୋର୍ଟ ଅନୁଯାୟୀ, ଚଳିତ ବର୍ଷ ଜାନୁଆରୀରୁ ମାର୍ଚ୍ଚ ମଧ୍ୟରେ ବୀମା ପଲିସି ଗ୍ରାହକଙ୍କ ସଂଖ୍ୟା ୨୦-୫୦ ପ୍ରତିଶତ ବୃଦ୍ଧି ପାଇଛି। ଏହା ସମ୍ଭବ ଯେ କରୋନା ମହାମାରୀକୁ ଦୃଷ୍ଟିରେ ରଖି ଅନେକ ଲୋକ ଶୀଘ୍ର ବୀମା ପଲିସି କରିଛନ୍ତି । କିନ୍ତୁ ସମସ୍ୟା ହେଉଛି ଯେ, ଲୋକଙ୍କ ପାଖରେ ପଲିସି ଥିବା ସତ୍ତ୍ୱେ ସେମାନଙ୍କୁ  ଟଙ୍କା ଖର୍ଚ୍ଚ କରିବାକୁ ପଡିବ ।

ଏହାପରେ ଇନସୁରାନ୍ସ ସମାଧାନ ଏବିଷୟରେ ଅବଗତ ହେବା ଆରମ୍ଭ କଲା । ଇନସୁରାନ୍ସ ସମାଧାନ ହେଉଛି ଏକ ସଂସ୍ଥା ଯାହା ଲୋକଙ୍କୁ ବୀମା ଦାବି କରିବାକୁ ଆଇନଗତ ପରାମର୍ଶ ଦେଇଥାଏ । ଇନସୁରାନ୍ସ ସମାଧାନର ପ୍ରତିଷ୍ଠାତା ଦୀପକ ଭୁବନେଶ୍ୱରୀ ଉନିୟାଲ କହିଛନ୍ତି ଯେ ଥରେ ବ୍ୟବହାର ହେଉଥିବା ସାମଗ୍ରୀର ମୂଲ୍ୟ ୧୦ ପ୍ରତିଶତରୁ ଅଧିକ ହୁଏ ନାହିଁ । କିନ୍ତୁ କରୋନା ମାମଲାରେ ହସ୍ପିଟାଲ ୫୦ ପ୍ରତିଶତ ଚାର୍ଜ କରୁଛି । ବୀମା କମ୍ପାନୀଗୁଡିକ ଏହିପରି ଆଇଟମ୍ (ମାସ୍କ, ଫେସ୍ ସିଲ୍ଡ ଏବଂ PPE କିଟ୍) ପାଇଁ ଦେୟ ଦିଅନ୍ତି ନାହିଁ । ସମସ୍ୟା ହେଉଛି ଆଜିକାଲି ବିଲରେ ଏସବୁ ନାଁରେ ବିପୁଳ ଅର୍ଥ ଦାବି କରାଯାଉଛି ।

Leave a Reply