ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବା ! ଅଟୋ-ମେଡିକାଲ ବାରଣ୍ଡାରେ ଜନ୍ମ ଦେଉଛନ୍ତି ପ୍ରସୂତି…

Bargarh Hospital

ବରଗଡ଼: ସ୍ୱାଧିନତାର ୭୩ ବର୍ଷ ପରେ ବି ଅନେକ ସ୍ଥାନରେ ରହିଛି ସମସ୍ୟା । ଦେଶ ସ୍ୱାଧିନ ହୋଇଛି ସତ ହେଲେ ଦେଶବାସୀ ପାଇପାରି ନାହାନ୍ତି ମୌଳିକ ସୁବିଧା । ଖାଦ୍ୟ ବସ୍ତ୍ର ବାସଗୃହ ଭଳି ମୌଳିକ ସୁବିଧା ମଧ୍ୟରୁ ସ୍ୱାସ୍ଥ୍ୟ ସେବା ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ । ତେବେ ଏବେ ବି ରାଜ୍ୟର ଅନେକ ଜିଲ୍ଲାରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି ।

ବରଗଡ଼ରେ ସ୍ୱାସ୍ଥ୍ୟସେବା ସତେ ଯେମିତି ନାହିଁ କହିଲେ ଚଳେ । ସେଠାରେ ସ୍ୱାସ୍ଥ୍ୟ ବ୍ୟବସ୍ତା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ । ମେଡିକାଲ ଥାଇ ମଧ୍ୟ ଲୋକେ ପାଇପାରୁ ନାହାନ୍ତି ସେବା । କେତେବେଳେ ଡାକ୍ତର ନଥାନ୍ତି ତ କେତେବେଳେ ମେଡିକାଲ ବନ୍ଦ ରହିଥାଏ । ଆଉ ରୋଗୀ ଆସି ମେଡିକାଲରୁ ନିରାଶ ହୋଇ ଫେରନ୍ତି ।

BARGADA HOSPITAL2

ତେବେ ସବୁଠାରୁ ବଡ଼ କଥା ହେଲା ସରକାରଙ୍କ ସୁବିଧା ଥାଇ ମଧ୍ୟ ଏଠାରେ ରୋଗୀ ସ୍ୱାସ୍ଥ୍ୟ ସେବା ପାଇପାରୁନାହାନ୍ତି । ସରକାର ଗର୍ଭବତୀ ଓ ରୋଗୀ ମାନଙ୍କ ପାଇଁ ବିଭିନ୍ନ ସୁବିଧା ସୁଯୋଗ ଯୋଗାଇ ଦେଉଥିବା ବେଳେ ବରଗଡ଼ ସଦର ମହକୁମାରେ ପ୍ରସୂତି ବାରଣ୍ଡା ଓ ଅଟୋରେ ଜନ୍ମ କରୁଛନ୍ତି ଶିଶୁ ।

BARGADA HOSPITAL2

ଶନିବାର ସକାଳେ ପୁରୁଣା ଜିଲ୍ଳା ମୁଖ୍ୟ ଡାକ୍ତରଖାନାରେ ଏପରି ଦୁଇଟି ଘଟଣା ଦେଖିବାକୁ ମିଳିଛି । ତୋରା ଗାଁର ନେତ୍ରାନନ୍ଦ ମହାପାତ୍ରଙ୍କ ସ୍ତ୍ରୀଙ୍କୁ ପ୍ରସବ ଯନ୍ତ୍ରଣା ହେବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ କୋଭିଡ୍ ଟେଷ୍ଟ ପାଇଁ କହିଥିଲେ । ହେଲେ କରୋନା ଟେଷ୍ଟ ହୋଇପାରି ନଥିବାରୁ ସେ ଏକ ଅଟୋରେ ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି ।

BARGADA HOSPITAL2

ସେହିଭଳି ନୂଆ ଗୁଡେଶିରା ଗ୍ରାମର ଭାବିନ୍ଦ୍ର ମୀନା ତାଙ୍କ ସ୍ତ୍ରୀଙ୍କୁ ପ୍ରସବ ବେଦନା ହେବାରୁ ପାଇଁ ମେଡ଼ିକାଲକୁ ଆଣିଥିଲେ । ହେଲେ ଡାକ୍ତରଖାନାରେ ପ୍ରସୁତି ଗୃହ ବନ୍ଦ ଥିବାରୁ ମେଡିକାଲ ବାରଣ୍ଡାରେ ସନ୍ତାନକୁ ଜନ୍ମ ଦେଇଛନ୍ତି । ତେବେ ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି ।

Leave a Reply