ପ୍ରତିଭା ଦେଇଛି ପରିଚୟ; ଖୋଜୁଛନ୍ତି ସରକାରୀ ସହାୟତା

କେନ୍ଦୁଝର: ପ୍ରତିଭା ଦେଖେନି ଧନୀ ଗରିବ । ଭଙ୍ଗା ଦଦରା ଘର କାନ୍ଥରେ ଝଟକୁଛି ନାମିଦାମୀ ଲୋକଙ୍କ ପଟ୍ଟଚିତ୍ର । ଯେ କୌଣସି ଫଟୋ ଦେଖି ହାତରେ ଆଙ୍କିଦେଉଛି ଅବିକଳ ଚିତ୍ର । ପେନସିଲ ମୁନରେ କାଗଜରେ ଆଙ୍କି ଚାଲିଛନ୍ତି ନେତା ମନ୍ତ୍ରୀ, ଖେଳାଳି ଓ ଅଭିନେତାଙ୍କ ଚିତ୍ର । କେନ୍ଦୁଝର ବାଉଁଶୁଳୀ ଗାଁର ଲକ୍ଷ୍ମୀ ନାରାୟଣ ଏଭଳି ଜଣେ ବିଚକ୍ଷଣ କଳାକାର ଯାହାଙ୍କ କାରିଗରୀ ଦେଖିଲେ ଯେ କେହି ଆଶ୍ଚର୍ଯ୍ୟ ହେବେ ।

ତାଙ୍କ ବାପା ଜଣେ କ୍ଷୁଦ୍ର ଚାଷୀ, ମାଆ ଗୃହିଣୀ । ଦୁଃଖ ଦୁର୍ଦ୍ଦଶାରେ ପରିବାର ଗତି କରୁଥିଲେ ବି ମଧ୍ୟ ବାପା ମାଆ କେବେବି ପୁଅର ମନୋବଳକୁ ଭାଙ୍ଗିବାକୁ ଦେଇନାହାନ୍ତି । ପିଲାବେଳୁ ଲକ୍ଷ୍ମୀନାରୟଣଙ୍କ ଚିତ୍ର ପ୍ରତି ବହୁତ ଆଗ୍ରହ ଥିଲା ।

ସ୍କୁଲରେ ପୂଜା ସମୟରେ ସେ ମୂର୍ତ୍ତି ତିଆରି ଦାୟିତ୍ୱ ନେଉଥିଲେ । ଏବେ ଯୁକ୍ତ ୨ରେ ପାଠ ପଢୁଥିଲେ ସୁଦ୍ଧା   ନିଜ କଳାକୁ ଆଗକୁ ନେଇ ଯିବାପାଇଁ ପରିବାରର ସମ୍ବଳ ନାହିଁ । ପୁଅର ଇଚ୍ଛାକୁ ପୂରଣ କରିବାରେ ଅସମର୍ଥ ପରିବାର ଲୋକ ଏବେ ସରକାରଙ୍କ ସହଯୋଗ ଚାହୁଁଛନ୍ତି ।  କୌଣସି ଏକ ସ୍କୁଲରେ ପୁଅକୁ ପଢାଇବାକୁ ପ୍ରଶାସନକୁ ନିବେଦନ କରିଛନ୍ତି ବାମ, ମାଆ ।

Leave a Reply