ଧଉଳୀ ଉନ୍ନୟନ ନେଇ ରାଜନୀତି; ମନ୍ତ୍ରୀ ଅଶୋକ ପଣ୍ଡା କହିଲେ, ଅପରାଜିତା ଜନସାଧାରଣଙ୍କୁ ବିଭ୍ରାନ୍ତ କରୁଛନ୍ତି

ଭୁବନେଶ୍ୱର: ଧଉଳୀ ଶାନ୍ତିସ୍ତୁପ ବିକାଶ ନେଇ ରାଜନୀତି ତେଜିଛି । ଧଉଳୀ ଉନ୍ନୟନ ପାଇଁ ମିଳିଥିବା ଅନୁଦାନ ଖର୍ଚ୍ଚରେ ଅନିୟମିତତା ହୋଇଥିବା ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଅଭିଯୋଗ କରିଥିଲେ । ଏହି ଅଭିଯୋଗ ଉପରେ ପ୍ରତିକ୍ରିୟା ରଖିଛନ୍ତି ମନ୍ତ୍ରୀ ଅଶୋକ ପଣ୍ଡା । ସେ କହିଛନ୍ତି ଯେ, କୌଣସି ତଥ୍ୟ ନଥାଇ ଭୁବନେଶ୍ୱର ସାଂସଦ ଜନସାଧାରଣଙ୍କୁ ବିଭ୍ରାନ୍ତ କରୁଛନ୍ତି ।

ଧଉଳୀ ବିକାଶ କାର୍ଯ୍ୟ ଜାରି ରହିଛି ।  ଏଣୁ ପର୍ଯ୍ୟଟନସ୍ଥଳୀକୁ ନେଇ ଶସ୍ତା ରାଜନୀତି ନ କରିବାକୁ ସେ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ପରାମର୍ଶ ଦେଇଛନ୍ତି । ସେହିଭଳି କଂଗ୍ରେସ ବିଧାୟକ ସୁର ରାଉତରାୟ ବି ଏନେଇ ସ୍ୱର ଉଠାଇଛନ୍ତି ।  ଧଉଳୀର ବହୁ ବିକାଶ ହୋଇଛି, ଯାହା ବାକି ଅଛି ତାହା କରାଯାଉ । କିନ୍ତୁ କେହି ଏହି ପ୍ରସଙ୍ଗରେ ରାଜନୀତି ନକରନ୍ତୁ ବୋଲି ସୁର ରାଉତରାୟ କହିଛନ୍ତି ।

ଧଉଳୀ ଶାନ୍ତିସ୍ତୁପର ଉନ୍ନୟନ ନେଇ କେନ୍ଦ୍ର ସରକାର ଯୋଗାଇଥିବା ଅନୁଦାନର ଅପବ୍ୟବହାର ହୋଇଥିବା ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ସାଂସଦ ଅପରାଜିତା ଷଡଙ୍ଗୀ ।  କେନ୍ଦ୍ର ସରକାରଙ୍କ ପର୍ଯ୍ୟଟନ ବିଭାଗର ଫ୍ଲାଗସିପ କାର୍ଯ୍ୟକ୍ରମ ଡେଷ୍ଟିନେସନ ଡେଭଲପମେଣ୍ଟ ସ୍କିମରେ ଧଉଳୀର ଉନ୍ନୟନ ପାଇଁ ୫ କୋଟି ଅନୁଦାନ ମିଳିଥିଲା । କିନ୍ତୁ ଏଥିରେ ଅନିୟମିତତା ହୋଇଥିବା ସାଂସଦ ଅଭିଯୋଗ କରିଥିଲେ ।

Leave a Reply