ପାଇଲଟ ଫେରିବା ପରେ ରାଜସ୍ଥାନ ପ୍ଲେନ୍‌ରେ ବସୁନାହାନ୍ତି କଂଗ୍ରେସ ନେତା

ନୂଆଦିଲ୍ଲୀ: ରାଜସ୍ଥାନରେ ଥମୁନି ରାଜନୈତିକ କ୍ଷମତା କନ୍ଦଳ । ସଚିନ ପାଇଲଟଙ୍କ କଂଗ୍ରେସକୁ ଫେରିବା ପରେ ସନ୍ତୁଷ୍ଟ ନୁହନ୍ତି ଦଳର କିଛି ନେତା । ଗତକାଲି ବସିଥିବା ଦଳୀୟ ବୈଠକରେ ବ୍ୟାପକ ଆଲୋଚନା ହୋଇଛି । ବୈଠକରେ ବାଗୀ ନେତା ସଚିନ ପାଇଲଟ ଓ ତାଙ୍କ ସମର୍ଥକଙ୍କ ଦଳକୁ ଫେରିବା ଘଟଣାକୁ ନେଇ ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଅନେକ ନେତା । ବୈଠକରେ ସମସ୍ତ ବିଧାୟକଙ୍କ ଧନ୍ୟବାଦ ଜଣାଇଥିଲେ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟ ।

ଏହି ରାଜନୈତିକ ସଂକଟ ସମୟରେ ତାଙ୍କ ସପକ୍ଷରେ ଠିଆ ହୋଇଥିବାରୁ ସେ ସମସ୍ତଙ୍କୁ ଆଭାର ବ୍ୟକ୍ତ କରିଥିଲେ । କେନ୍ଦ୍ର ହାଇକମାଣ୍ଡ ନିଷ୍ପତ୍ତିକୁ ସମର୍ଥନ କରି ବନ୍ଧୁତ୍ୱପୂର୍ଣ୍ଣ ଭାବେ ଦଳକୁ ଆଗକୁ ବଢାଇବାକୁ ସେ ସମସ୍ତଙ୍କୁ ନିବେଦନ କରିଥିଲେ । କଂଗ୍ରେସର ତାଙ୍କ ସମର୍ଥକମାନେ ୧୧ ଦିନ ଧରି ଏକ ହୋଟେଲରେ ରହି ଆସୁଥିଲେ । ୧୪ ତାରିଖରେ ବିଧାନସଭା ଅଧିବେଶନ ହେବାକୁ ଯାଉଛି । ତେଣୁ ଏପରି ପରିସ୍ଥିତିରେ ସମସ୍ତଙ୍କ ଏକତା କାମନା କରିଥିଲେ ମୁଖ୍ୟମନ୍ତ୍ରୀ ।

Leave a Reply