ସୋସିଆଲ ମିଡିଆରେ ଜମୁଛି  ଉପନିର୍ବାଚନ ତାତି, ପୁରୁଣା ସ୍ମୃତି ଉଜାଗର କରୁଛନ୍ତି ବୁଦ୍ଧିଜୀବୀ

1 min read

ଭୁବନେଶ୍ୱର : ସାଧାରଣ ନିର୍ବାଚନ ୨୦୧୯କୁ ବର୍ଷେରୁ ଅଧିକ ସମୟ ପୂରିଗଲାଣି । ହେଲେ ଏବେ ଦେଶର ଅନ୍ୟତମ ବୃହତ୍ତମ ରାଜ୍ୟ ବିହାରରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଏଥିସହ ବିଭିନ୍ନ ରାଜ୍ୟରେ ଉପନିର୍ବାଚନ ମଧ୍ୟ ଅନୁଷ୍ଠିତ ହେବାକୁ ଯାଉଛି । ସେହିକ୍ରମରେ ଓଡ଼ିଶାରେ ମଧ୍ୟ ଜଗତସିଂହପୁର ଜିଲାର ତିର୍ତ୍ତୋଲ ଏବଂ ବାଲେଶ୍ୱର ଜିଲାର ବାଲେଶ୍ୱର ସଦର ଆସନରେ ଭୋଟ ଗ୍ରହଣ ହେବ ।

ଦିନକୁ ଦିନ ନିର୍ବାଚନୀ ତାତି ଜମିବାକୁ ଲାଗିଲାଣି । କୋଭିଡ଼ କଟକଣା କାରଣରୁ ବଡ଼ ବଡ଼ ସଭା ଅପେକ୍ଷା ଡିଜିଟାଲ ରାଲି ଏବଂ କ୍ଷୁଦ୍ର ସଭାକୁ ଗୁରୁତ୍ୱ ଦିଆଯାଉଛି ।  ସେହିକ୍ରମରେ ରାଜ୍ୟରେ  ରାଜନୈତିକ ମହଲ ଏବଂ ବୁଦ୍ଧିଜୀବୀମାନେ ମଧ୍ୟ ଭୋଟ ନେଇ ମତାମତ ରଖୁଛନ୍ତି । ଯାହା ବହୁତ ପାଠକୀୟ ଆଦୃତି ଲାଭ କରୁଛି । ଏହିପରି ଏକ ପୋଷ୍ଟ ଆମ ନଜରକୁ ଆସିଛି । ଯାହା ତିର୍ତ୍ତୋଲର ରାଜନୈତିକ ଇତିହାସକୁ ବଖାଣୁଛି ।

ସେହି ପୋଷ୍ଟରେ କୁହାଯାଇଛି ଯେ, ବିଭିନ୍ନ ଦିନ ଥିଲା ତିର୍ତୋଲ ନିର୍ବାଚନ ମଣ୍ଡଳୀ ରେ ତିନିଜଣ ସ୍ଵକୀୟ ଗୁଣ ଓ କ୍ଷମତା ରେ ରଥୀ ନିଶାମଣି ଖୁଣ୍ଟିଆ, ପ୍ରତାପ ଚନ୍ଦ୍ର ମହାନ୍ତି ଓ ବସନ୍ତ ବିଶ୍ୱାଳ ନିର୍ବାଚିତ ହେଇ ଆସୁଥିଲେ । ନିଶାମଣି ଖୁଣ୍ଟିଆ ଓ ପ୍ରତାପ ମହାନ୍ତି ଦୀର୍ଘ ସମୟ ତିର୍ତୋଲ ରାଜନୀତି ରେ ପ୍ରଭାବ ଶାଳୀ ନେତା ଥିଲେ । ନିଶାମଣି ଖୁଣ୍ଟିଆ ସମାଜବାଦୀ ଆନ୍ଦୋଳନ ରୁ ( PSP ) ଆସିଥିଲେ ଓ ବିଜୁ ପଟ୍ଟନାୟକ ଏଣ୍ଡ କୋ ଗୋଷ୍ଠୀ  ତୀବ୍ର ବିରୋଧୀ ଥିଲେ । ପ୍ରତାପ ମହାନ୍ତି ବିଜୁବାବୁ ଯୁଆଡେ  ରୁହନ୍ତି ସିଏ ସେହି ଆଡ଼େ ରହୁଥାନ୍ତି । ତେଣୁ ବିଜୁବାବୁ କଂଗ୍ରେସ ବେଳେ ପ୍ରତାପ ମହାନ୍ତି ବୋଧେ ଥରେ କଂଗ୍ରେସରୁ ଓ ଅନ୍ୟ ସମୟରେ ବିଜୁବାବୁଙ୍କ ଦଳ ଗୁଡ଼ିକ ରୁ ନିର୍ବାଚିତ ହୋଇଥିଲେ ।
1980 ରେ ହଠାତ ଧୂମକେତୁ ଭାବେ ବସନ୍ତ ବିଶ୍ୱାଳ ତିର୍ତୋଲ ନିର୍ବାଚନ ମଣ୍ଡଳୀ ରୁ ବିଧାୟକ ହେଇ ପ୍ରଥମ ଥର ଓଡିଶା ରାଜନୀତିରେ Super Chief Minister ପଦବୀ ଜବରଦସ୍ତ ଛଡେଇ ନେଲେ , ଯଦିଓ ରାଷ୍ଟ୍ରମନ୍ତ୍ରୀ ହିଁ ଥିଲେ । ଅବଶ୍ୟ ମହତାବ ଙ୍କ ପଟ୍ଟଶିଷ୍ୟ ( ସାମ୍ବାଦିକତା ରେ ) ଜାନକୀ ବାବୁ 1985ରେ ବିଶ୍ୱାଳ ଙ୍କ ନାଁ ଟି ଟିକେଟ ତାଲିକାରେ Type ର Proof Reading ବେଳେ Omit କରି ଯିବା ହେତୁ ବସନ୍ତ ବିଶ୍ୱାଳ 10 ବର୍ଷ ନିର୍ବାସନ କୁ ଚାଲିଗଲେ । 2009 Delimitation ପୂର୍ବରୁ କିଛି ବର୍ଷ ବସନ୍ତ ବିଶ୍ୱାଳ ଙ୍କ ପରିବାର ହିଁ ତିର୍ତୋଲ ରାଜନୀତି ରେ ଆସନ ଜମେଇଲେ । ପ୍ରତାପ ମହାନ୍ତି ଙ୍କ ପୁତ୍ର ପ୍ରଦୀପ୍ତ ମହାନ୍ତି ଙ୍କ ଅକାଳ ବିୟୋଗ ହୋଇ ନଥିଲେ ହୁଏତ ତାଙ୍କର କିଛି Term ସୁଯୋଗ ଆସିଥାନ୍ତା ।

ଏହି ପୋଷ୍ଟଟିକୁ ଉଲ୍ଲେଖ କରିଥିଲେ ଯାଜପୁର ଚଣ୍ଡିଖୋଲ ନିବାସୀ ବିଜୟ ସାହୁ । ନିର୍ବାଚନକୁ ନେଇ ଏମିତି ମଜାଳିଆ ଖବର ଜାଣିବା ପାଇଁ ନନ୍ଦିଘୋଷ ୱେବସାଇଟ ନିୟମିତ ପଢୁଥାଆନ୍ତି ।

Leave a Reply