ଅପହରଣକାରୀଙ୍କ କବଜାରୁ ତାପସ ଉଦ୍ଧାର, ବନ୍ଧୁକ ମୁନରେ ଥିଲେ ପଣବନ୍ଦୀ

Police Rescued Tapas Mohanty From 24 Pragana West Bengal

ସୋର: ପଣବନ୍ଦୀରୁ ମୁକୁଳିଲେ ତାପସ । ପଶ୍ଚିମବଙ୍ଗର ୨୪ ପ୍ରଗଣାର ଏକ ବସ୍ତିରୁ ତାପସଙ୍କୁ ଉଦ୍ଧାର କରାଯାଇଛି । ସୋର ପୋଲିସ ଓ କୋଲକାତା ପୋଲିସ ମିଳିତ ଭାବେ ତାପସ ମହାନ୍ତିଙ୍କୁ ଉଦ୍ଧାର କରାଯାଇଛି । ତାପସଙ୍କୁ ୪ ଲକ୍ଷ ଟଙ୍କା ପାଇଁ ଦୁର୍ବୃତ୍ତ ପଣବନ୍ଦୀ କରିଥିଲେ । ତାପସଙ୍କୁ ବନ୍ଧୁକ ସହ ମାରଣାସ୍ତ୍ର ଦେଖାଇ ଗୋଡ଼ ହାତ ବାନ୍ଧି ରଖିଥିଲେ ଦୁର୍ବୃତ୍ତ । ଏନେଇ ତାପସଙ୍କ ସ୍ତ୍ରୀଙ୍କୁ ଅପହରଣକାରୀ ଏକ ଧମକପୂର୍ଣ୍ଣ ଭିଡିଓ ମଙ୍ଗଳବାର ପଠାଇଥିଲେ ।

Police Rescued Tapas Mohanty From 24 Pragana West Bengal

ଏନେଇ ତାପସଙ୍କ ସ୍ତ୍ରୀ ସୋର ପୋଲିସର ଦ୍ୱାରସ୍ତ ହୋଇଥିଲେ । ଦୁର୍ବୃତ୍ତଙ୍କ ଆକାଉଣ୍ଟକୁ ତାପସଙ୍କ ସ୍ତ୍ରୀ ୫୦ ହଜାର ଟଙ୍କା ମଧ୍ୟ ପଠାଇଥିଲେ । ବଳକା ୩ ଲକ୍ଷ ୫୦ ଟଙ୍କା ପଠାଇଲେ ତାପସଙ୍କୁ ଛାଡ଼ିବେ ବୋଲି ଅପହରଣକାରୀ କହିଥିଲେ । ଅଭିଯୋଗ ପରେ ସୋର ପୋଲିସର ଏକ ସ୍ୱତନ୍ତ୍ର ଟିମ୍ କୋଲକାତା ଯାଇଥିଲା । ସ୍ଥାନୀୟ ପୋଲିସ ସହାୟତାରେ ୨୪ ପ୍ରଗଣାର ଏକ ବସ୍ତିରୁ ତାପସଙ୍କୁ ଉଦ୍ଧାର କରାଯାଇଛି । ସୋର ପୋଲିସ ଅନୁସାରେ, ତାପସଙ୍କୁ ସ୍ଥାନୀୟ ଥାନା ନେବା ପରେ ବାଲେଶ୍ୱର ଅଣାଯିବ ।

ତେବେ, କିଏ ତାପସଙ୍କୁ ଅପହରଣ କରି ନେଇଥିଲା ତାହା ଜଣାପଡ଼ିନାହିଁ । ସୂଚନା ଅନୁସାରେ, ଅପହରଣ ପଛରେ ପ୍ରଫେସନାଲ କିଡନାପର ଥିଲେ । ସେମାନେ କାହାରିକୁ ଅପହରଣ କରିବା ସହ ଅଜଣା ନମ୍ବରରୁ ଫୋନ୍ କରି ଟଙ୍କା ମାଗିଥାନ୍ତି ବୋଲି ଜଣାପଡ଼ିଛି । ତାପସ ପୂର୍ବରୁ ବେଙ୍ଗଳୁରୁରେ କାମ କରୁଥିଲେ । ୧୦ ଦିନ ତଳେ ଗାଁକୁ ଆସିଥିବା ବେଳେ ଗତ ୨୮ ତାରିଖରେ ତାଙ୍କୁ କୋଲକାତାରୁ ଏକ ଫୋନ୍ ଆସିଥିଲା । ଅଜଣା ନମ୍ବରରୁ ଫୋନ୍ କରିଥିବା ବ୍ୟକ୍ତି ତାପସଙ୍କୁ କାମ ଦେବା ନେଇ କହିଥିଲେ । ତାପସ କୋଲକାତା ଯିବା ପରେ ଦୁର୍ବୃତ୍ତ ତାଙ୍କୁ କିଡନାପ୍ କରି ନେବା ସହ ପରିବାରକୁ ଧମକପୂର୍ଣ୍ଣ ଭିଡିଓ ପଠାଇଥିଲେ ।

Leave a Reply