ମୁଖ୍ୟମନ୍ତ୍ରୀଙ୍କ ନାମରେ ଅଭିଯୋଗ କରିବାରୁ ପୋଲିସ୍ ହେପାଜତରେ ଆଇପିଏସ

1 min read

ନୂଆଦିଲ୍ଲୀ: ଲକଡାଉନ୍ ନିୟମ ଉଲ୍ଲଂଘନ ଅଭିଯୋଗରେ ଜଣେ ମହିଳା ଆଇପିଏସ ଅଧିକାରୀଙ୍କୁ ମଣିପୁର ପୋଲିସ ହେପାଜତକୁ ନେଇଛି । ପଶ୍ଚିମ ଇମ୍ଫାଲର ପୋଲିସ ଏନେଇ ମଙ୍ଗବଳାର ସୂଚନା ଦେଇଛି । ଆଇପିଏସ୍ ଅଧିକାରୀ ଥୋନାଉଜମ ବୃନ୍ଦା ଓ ଅନ୍ୟ ୨ ଜଣ ଲକଡାଉନ୍ ନିୟମ ମାନିନଥିବାରୁ ସେମାନଙ୍କୁ କଷ୍ଟୋଡିରେ ରଖାଯାଇଛି । ତେବେ, ବିଭିନ୍ନ ଗଣମାଧ୍ୟମରେ ଆଲୋଚନା ଅନୁସାରେ IPS ବୃନ୍ଦା ମଣିପୁର ମୁଖ୍ୟମନ୍ତ୍ରୀଙ୍କ ନାଁରେ ଅଭିଯୋଗ ଆଣିଥିଲେ । ପୂର୍ବରୁ ମଧ୍ୟ ସରକାର ବିରୋଧୀ ଆଲୋଚନା ପାଇଁ ବୃନ୍ଦା ଚର୍ଚ୍ଚାରେ ରହିଥିଲେ ।

ପୂର୍ବ ବିଜେପି ନେତାଙ୍କ ସହ ବିବାଦ

ବୃନ୍ଦା ଅଭିଯୋଗ କରିଥିଲେ କି- ଜଣେ ପୂର୍ବତନ ବିଜେପି କାର୍ଯ୍ୟକର୍ତ୍ତାଙ୍କ ବିରୋଧରେ ଆସିଥିବା ଅଭିଯୋଗରେ ତଦନ୍ତରେ ମଣିପୁର ମୁଖ୍ୟମନ୍ତ୍ରୀ ଏନ୍.ବିରେନ୍ ସିଂହ ବାଧା ଦେଇଥିଲେ । ପ୍ରକୃତରେ ଉକ୍ତ ପୂର୍ବତନ ବିଜେପି କାର୍ଯ୍ୟକର୍ତ୍ତାଙ୍କ ନାଁରେ ସ୍ଲଗଲିଂ ନେଇ ଗୁରୁତ୍ୱର ଅଭିଯୋଗ ରହିଛି । ବୃନ୍ଦା ଏହି ଅଭିଯୋଗ ଏଫିଡେବିଟ୍ ମାଧ୍ୟମରେ କୋର୍ଟରେ କରିଛନ୍ତି । ପରେ ବୃନ୍ଦାଙ୍କ ବିରୋଧରେ କୋର୍ଟ ଅବମାନନା ମାମଲା ଚାଲିଛି । ଉକ୍ତ ନେତାଙ୍କୁ ସ୍ୱତନ୍ତ୍ର କୋର୍ଟ ଜାମିନ ଦେଇଥିବା ବେଳେ ବୃନ୍ଦା ଉକ୍ତ ନିଷ୍ପତ୍ତିକୁ ନେଇ ଫେସବୁକରେ ପୋଷ୍ଟ କରିଥିଲେ । ଯାହାକୁ ନେଇ କୋର୍ଟ କ୍ଷୁବ୍ଧ ହେବା ସହ କାରଣ ଦର୍ଶାଅ ନୋଟିସ୍ ଜାରି କରିଥିଲେ ।

କୋର୍ଟ ଅବମାନା ଅଭିଯୋଗ

ଏତିକି ନୁହେଁ ବୃନ୍ଦା କୋର୍ଟ ରୁମରେ ଜଜଙ୍କୁ ଆପତ୍ତିଜନକ ଇସାରା କରିଥିବା ନେଇ ଅଭିଯୋଗ ହୋଇଛି । କିନ୍ତୁ ବୃନ୍ଦା ଏଫିଡେବିଟରେ ଏହାକୁ ଖଣ୍ଡନ କରିଛନ୍ତି । ଏବେ ତାଙ୍କୁ ପୋଲିସ ହେପାଜତକୁ ନେବା ପରେ ମାମଲା ଗମ୍ଭୀର ରୂପ ଧାରଣ କରିଛି । ଇମ୍ଫାଲର ଇନ୍ସପେକ୍ଟର ଜେନରାଲ ଜୟନ୍ତ କହିଛନ୍ତି- ପୋଲିସ ବୃନ୍ଦାଙ୍କ ଉପରେ ନଜର ରଖିନାହିଁ କି ତାଙ୍କୁ ଟାର୍ଗେଟ୍ କରିବା ନେଇ କୌଣସି ଉଦ୍ଦେଶ୍ୟ ନାହିଁ ।

ତେବେ. ପୋଲିସ ହେପାଜତରେ ନେବା ପରେ ବୃନ୍ଦା ଆଉ ଏକ ପୋଷ୍ଟ ଲେଖିଛନ୍ତି । ଯେଉଁଥିରେ ସେ ଲେଖିଛନ୍ତି ମୋ ସ୍ୱାମୀ କର୍ଫ୍ୟୁ ନିୟମ ଭାଙ୍ଗିଥିବାରୁ ଜରିମାନା ଦେବା ପାଇ ପ୍ରସ୍ତୁତ ଥିଲେ । କିନ୍ତପ ତାଙ୍କଠାରୁ ଜରିମାନା ନେବା ପାଇଁ ମନା କରାଯାଇଥିଲା । ଆମକୁ ପୋଲିସ ଚାରିପଟୁ ଘେରି ରହିଥିଲା । ବୃନ୍ଦା ଆହୁରି ଲେଖିଛନ୍ତି ପୋଲିସ ତାଙ୍କୁ ହେପାଜତକୁ ନେଇଥିଲେ ମଧ୍ୟ ତାର କାରଣ ଜଣାଇନାହିଁ ।

Leave a Reply