କିଏ ରଚିଲା ଅଭିମନ୍ୟୁଙ୍କ ପାଇଁ ଚକ୍ରବ୍ୟୁହ; ପୋଲିସ୍ ପଞ୍ଝାରେ ପାତ୍ର ପରିବାର

1 min read

ବାଲିଗୁଡ଼ା: ମନ୍ଦିରର ମାର୍କେଟ କମ୍ପ୍ଲେକ୍ସ ପାଇଁ ହୋଇଛି କି ମର୍ଡର । ସୂଚନା ଅଧିକାର କର୍ମୀ ଅଭିମନ୍ୟୁ ପଣ୍ଡା ହତ୍ୟା ଘଟଣାରେ ପୋଲିସ୍ ତନାଘନା ଆରମ୍ଭ କରିଛି ।  ସଂପର୍କୀୟ ଭାଇ ବିମଳ ସାହୁଙ୍କ ଏତଲାକୁ ଭିତ୍ତି କରି ପୋଲିସ ଆରମ୍ଭ କରିଛି ଛାନଭିନ୍ ।  ପ୍ରଥମ ଦଫାରେ ବାଲିଗୁଡ଼ାର ଅନ୍ୟତମ ଜଣାଶୁଣା ବ୍ୟବସାୟୀ ପରିବାରର ୪ ଭାଇଙ୍କୁ ଅଟକ ରଖି ପଚରାଉଚରା କରୁଛି ।  ଅଭିଯୋଗ ହୋଇଛି ୟେ ଚାରି ଭାଇ ମିଶି ସୁପାରୀ କିଲର ସହାୟତାରେ ଅଭିମନ୍ୟୁଙ୍କୁ ଗୁଳି କରି ହତ୍ୟା କରିଛନ୍ତି ।

ବାଲିଗୁଡ଼ାରେ ଚାଞ୍ଚଲ୍ୟ, ଘରୁ ଡାକି ଆଣି ସୂଚନା ଅଧିକାର କର୍ମୀଙ୍କୁ ଗୁଳି

Market Complex

ଚାରି ଭାଇ ବିଶ୍ୱନାଥ ପାତ୍ର, ଗୋପାଳ ପାତ୍ର, ରାମ ପାତ୍ର, ଶ୍ୟାମ ସୁନ୍ଦର ପାତ୍ରଙ୍କୁ ଏବେ ବାଲିଗୁଡା ଥାନାରେ ମାରାଥନ ଜେରା ଚାଲିଛି । କିଛି ମାସ ହେଲା  ଜଗନ୍ନାଥ ମନ୍ଦିରକୁ ଲାଗି ରହିଥିବା ମାର୍କେଟ କମ୍ପ୍ଲେକ୍ସକୁ ନେଇ ବିବାଦ ଲାଗି ରହିଥିଲା । ତେବେ ଏହି ବିବାଦର ଏ ହେଉଛି ପରଣାମ ବୋଲି ଚର୍ଚ୍ଚା ଚାଲିଛି ।

ତେବେ, ପୋଲିସ ଏ ନେଇ କୌଣସି ସ୍ପଷ୍ଟ ସୂଚନା ଦେଇନାହିଁ । ବାଲିଗୁଡ଼ା ଏସଡିପିଓ ମାନସ ରଞ୍ଜନ ବାରିକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଘଟଣାର ତଦନ୍ତ କରାଯାଉଛି । ସେପଟେ ଗଲା ୫୦ବର୍ଷ ଭିତରେ ବାଲିଗୁଡାରେ ଗୁଳି କରି କାହାକୁ ମାରି ଦେବା ପ୍ରଥମ ଘଟଣା । ତେଣୁ ସାରା ଅଂଚଳରେ ଏହାକୁ ନେଇ ଆତଙ୍କ ଖେଳି ଯାଇଛି ।

ମୃତ ଅଭିମନ୍ୟୁ ପଣ୍ଡା ବିଭିନ୍ନ ସମୟରେ ବିଭିନ୍ନ ବିଭାଗ ଓ ଅଧିକାରୀଙ୍କୁ ସୂଚନା ଅଧିକାର ଆଇନ୍ ବଳରେ ତଥ୍ୟ ମାଗୁଥିଲେ । ଏଥିଯୋଗୁଁ କେହି ଆକ୍ରୋଶ ରଖି ହତ୍ୟା କରିଥିବା ନେଇ ସାଧାରଣରେ ଚର୍ଚ୍ଚା ହେଉଛି ।

https://nandighoshatv.comrti-activist-attacked-in-baliguda-kandhamal/

Leave a Reply