ରେଡ୍ ବେଳେ ବନ କର୍ମଚାରୀଙ୍କୁ ଆକ୍ରମଣ ଘଟଣା, ଜଣେ ମାଫିଆ ଗିରଫ

Police Arrested One On Attack On Forest Employee During Raid

ଢେଙ୍କାନାଳ: ବନ କର୍ମଚାରୀଙ୍କୁ ପଥର ମାଫିଆଙ୍କ ଆକ୍ରମଣ ଘଟଣାରେ କାର୍ଯ୍ୟାନୁଷ୍ଠାନ । ବନ ବିଭାଗ ଏତଲା ଆଧାରରେ ଜଣଙ୍କୁ ଗିରଫ କରିଛି ପୋଲିସ । ନିହଲପ୍ରସାଦ ଅଞ୍ଚଳର ଜଣେ ମାଫିଆଙ୍କୁ ଗିରଫ କରାଯାଇଛି । ଗିରଫ ବ୍ୟକ୍ତି ଜଣଙ୍କ ନାଁ କାଳିଆ ଓରଫ ଅର୍ଜୁନ ନାୟକ । ଏଥିସହ ଆକ୍ରମଣ ବେଳେ ବନ କର୍ମଚାରୀଙ୍କ ଠାରୁ ମାଫିଆ ଛଡ଼ାଇ ନେଇଥିବା ସର୍ଭିସ୍ ବନ୍ଧୁକ ଓ ମୋବାଇଲ ଜବତ କରିଛି ପୋଲିସ ।

Police Arrested One On Attack On Forest Employee During Raid

ନିହଲପ୍ରସାଦ କରଡ଼ାମାଲି ଅଞ୍ଚଳରେ ଦୀର୍ଘ ଦିନରୁ ଚୋରା ପଥର ଖାଦନ ଚାଲିଥିବା ବନ ବିଭାଗ ସୂଚନା ପାଇଥିଲା । ଏନେଇ ଆଜି ବନବିଭାଗର ୫ଟି ଟିମ୍ ପଥର ଖାଦନରେ ଚଢ଼ାଉ କରିଥିଲା । ହେଲେ ୩୦ରୁ ଅଧିକ ପଥର ମାଫିଆ ବନ ବିଭାଗ କର୍ମଚାରୀଙ୍କ ଉପରେ ଅତର୍କିତ ଆକ୍ରମଣ କରିଥିଲେ । ଏପରିକି ସର୍ଭିସ ବନ୍ଧୁକ ଛଡ଼ାଇ ନେଇ କର୍ମଚାରୀଙ୍କୁ ପଥର ମାଡ଼ କରିଥିବା ଥାନାରେ ଅଭିଯୋଗ କରିଥିଲେ ବନ କର୍ମଚାରୀ । ଆକ୍ରମଣରେ ଆହତ ହୋଇଥିବା ୫ ବନ କର୍ମଚାରୀଙ୍କୁ ବରପଦା ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ।

Police Arrested One On Attack On Forest Employee During Raid

ବନ ବିଭାଗର ଅଭିଯୋଗ ପରେ ଘଟଣା ସ୍ଥଳରେ ପହଞ୍ଚି ଢେଙ୍କାନାଳ ଏସଡିପିଓ ତଦନ୍ତ ଆରମ୍ଭ କରିଥିଲେ । ଢେଙ୍କାନାଳ ଏସପିଙ୍କୁ ମଧ୍ୟ ଡିଏଫ୍ଓ ଏ ସମ୍ପର୍କରେ ଅବଗତ କରାଇଥିଲେ । ଏହି ମାମଲାରେ ପୋଲିସ ଜଣେ ମାଫିଆଙ୍କୁ ଗିରଫ କରିବା ସହ ସର୍ଭିସ୍ ବନ୍ଧୁକ ଓ ମୋବାଇଲ୍ ଜବତ କରିଛି । ଏହା ପୂର୍ବରୁ କପିଳାସ ଜଙ୍ଗଲରେ ରେଡ୍ ବେଳେ ବଜ୍ରକାପ୍ତା ବେପାରୀ ମଧ୍ୟ ବ୍ଲାଙ୍କ୍ ଫାୟାରିଂ କରିଥିଲେ ।

Leave a Reply