ପୋଲାଭରମ୍ ମାମଲାରେ ଏନଜିଟିଙ୍କ ଚୂଡ଼ାନ୍ତ ନିଷ୍ପତ୍ତି, ବିଶେଷଜ୍ଞ କମିଟି ସୁପାରିସକୁ ଗ୍ରହଣ କଲେ NGT

1 min read
NGT polavaram

ନୂଆଦିଲ୍ଲୀ: ବିବାଦୀୟ ପୋଲାଭରମ ପ୍ରକଳ୍ପକୁ ନେଇ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ (ଏନଜିଟି)ର ଚୁଡ଼ାନ୍ତ ନିଷ୍ପତ୍ତି ଆସିଛି । ଚାରି ଜଣିଆ ଯୁଗ୍ମ କମିଟି ୮ ତାରିଖରେ ଦେଇଥିବା ରିପୋର୍ଟକୁ ଏନଜିଟି ଗ୍ରହଣ କରିଛନ୍ତି । ଏହି ରିପୋର୍ଟରେ ୯ ଟି ସୁପାରିସ କରାଯାଇଥିଲା । ଯାହା ମଧ୍ୟରୁ ୮ଟିକୁ NGT ଗ୍ରହଣ କରିଛନ୍ତି । ତେବେ ମାମଲାକୁ ସୁପ୍ରିମକୋର୍ଟକୁ ସ୍ଥାନାନ୍ତର କରିବା ପ୍ରସ୍ତାବକୁ ଏନଜିଟି ଗ୍ରହଣ କରିନାହାନ୍ତି ।

NGT polavaram

ରିପୋର୍ଟରେ ଉଭୟ ପକ୍ଷ ପିପିଏ ୧୯୮୦ ରାଜିନାମାକୁ ମାନି କାର୍ଯ୍ୟ କରିବ । ଗୋଦାବରୀ ଜଳବିବାଦ ଟ୍ରିବ୍ୟୁନାଲ ଦେଇଥିବା ରାୟକୁ ମଧ୍ୟ ମାନିବେ । ଜଳମଗ୍ନ ହେବାକୁ ଥିବା ଅଞ୍ଚଳର ଅନୁଧ୍ୟାନ କରାଯିବ । ବ୍ୟାକ ଓ୍ୱାଟର ବିଷୟରେ ମଧ୍ୟ ଅନୁଧ୍ୟାନ କରାଯିବା ନେଇ ସୁପାରିସ କରାଯାଇଥିଲା । ପ୍ରକଳ୍ପର କୁପ୍ରଭାବ ପଡ଼ିଲେ ପୂରା ଦାୟିତ୍ୱ ଆନ୍ଧ୍ର ଜଳସମ୍ପଦ ବିଭାଗର ରହିବ ବୋଲି ଏଥିରେ କୁହାଯାଇଛି । ପ୍ରକଳ୍ପର ପ୍ରଭାବ ନେଇ ୩ ରାଜ୍ୟ ସହ ଆଲୋଚନା କରିବେ । ଏହି ପ୍ରକଳ୍ପ ଦ୍ୱାରା ଓଡ଼ିଶାର ୬୩୧୬ ଜଣ ବିସ୍ଥାପିତ ହେବେ । ସେହିଭଳି ଛତିଶଗଡ଼ର ୧୧୭୬୬ ଜଣ ମଧ୍ୟ ବିସ୍ଥାପିତ ହେବେ । ସମସ୍ତ ବିସ୍ଥାପିତଙ୍କୁ ଥଇଥାନ କରାଯିବ । କମିଶନର ପୁନର୍ବାସ ଥଇଥାନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଇବେ ବୋଲି ଏନଜିଟି କହିଛନ୍ତି ।

ପୋଲାଭରମ୍ ମାମଲାରେ ଏନଜିଟିଙ୍କ ଚୂଡ଼ାନ୍ତ ନିଷ୍ପତ୍ତି

#ପୋଲାଭରମ୍_ମାମଲାରେ_ଏନଜିଟିଙ୍କ_ଚୂଡ଼ାନ୍ତ_ନିଷ୍ପତ୍ତିବିଶେଷଜ୍ଞ କମିଟି ସୁପାରିସକୁ ଗ୍ରହଣ କଲେ ଏନଜିଟି । ୪ଜଣିଆ ଯୁଗ୍ମକମିଟି ୮ତାରିଖରେ ରିପୋର୍ଟ ଦେଇଥିଲେ, କମିଟି ଦେଇଥିବା ରିପୋର୍ଟରେ ଥିଲା ୯ଟି ସୁପାରିସ । ୮ଟି ସୁପାରିସକୁ ଗ୍ରହଣ କଲେ ଏନଜିଟି ମାମଲା SCକୁ ସ୍ଥାନାନ୍ତର ପ୍ରସ୍ତାବକୁ ଗ୍ରହଣ କଲେନି NGT ।#NandighoshaTV #Polavaram

Nandighosha TV यांनी वर पोस्ट केले शनिवार, १९ सप्टेंबर, २०२०

ତେବେ ଓଡ଼ିଶା ପାଇଁ ଏହା ଏକ ବଡ଼ ସଫଳତା ବୋଲି କୁହାଯାଇପାରେ । ଦୀର୍ଘଦିନ ଧରି କେନ୍ଦ୍ର ସରକାରଙ୍କ ଅବହେଳା ଯୋଗୁଁ ଓଡ଼ିଶା ଉପେକ୍ଷିତ ହୋଇରହିଥିଲା । ଏନ୍‌ଜିଟିଙ୍କ ଏହି ନିଷ୍ପତ୍ତି ପରେ ଓଡ଼ିଶା ସରକାରଙ୍କ ଏକ ବଡ଼ ବିଜୟ ହୋଇଛି ବୋଲି କୁହାଯାଇପାରେ ।

ଅନ୍ୟପଟେ ଏହି ପ୍ରକଳ୍ପ ଦ୍ୱାରା ଯେଉଁମାନେ ବିସ୍ଥାପିତ ହେବେ ସେମାନଙ୍କୁ ଥଇଥାନ କରିବା ପାଇ ଏକ କମିଟି ଗଠନ କରାଯିବ । ଏହି କମିଟି ଆଲୋଚନା କରି ବିସ୍ଥାପିତଙ୍କୁ ଯଥାଶ୍ରୀଘ୍ର ଥଇଥାନ କରିବା କାର୍ଯ୍ୟ ଆରମ୍ଭ କରିବେ ନିର୍ଦ୍ଦେଶ ଦିଆଯାଇଛି ।

Leave a Reply