ଜୁଲାଇ ୭ରେ ଲଞ୍ଚ୍‌ ହେବ Poco M2 Pro ସ୍ମାର୍ଟଫୋନ୍, ଜାଣନ୍ତୁ କ’ଣ ରହିଛି ବୈଶିଷ୍ଠ୍ୟ

2 min read

ନୂଆଦିଲ୍ଲୀ: ଯଦି ଆପଣ ଏକ ନୂଆ ଫୋନ୍ କିଣିବାକୁ ଯୋଜନା କରୁଛନ୍ତି, ତେବେ ପୋକୋ ଇଣ୍ଡିଆ ଆପଣଙ୍କ ପାଇଁ ଏକ ଖୁସି ଖବର ଆଣିଛି | ଫୋନ୍ ନିର୍ମାତା ପୋକୋ ନୂତନ ସ୍ମାର୍ଟଫୋନ୍ PocoM2 Pro ଲଞ୍ଚ କରିବାକୁ ଯାଉଛି | ଏହା ଜୁଲାଇ ୭ ରେ ଦିନ୧୨ ଟା ସମୟରେ ଲଞ୍ଚ ହେବ। ଏନେଇ ପୋକୋ ଇଣ୍ଡିଆ ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ଦିଆଯାଇଛି । ଏହି ଟ୍ୱିଟ୍‌ରେ ଯୋଡ଼ାଯାଇଥିବା ଭିଡିଓକୁ ଦେଖିଲେ ଏହା ସ୍ପଷ୍ଟ ହୋଇଛି ଯେ ଫୋନ୍ କେବଳ ଫ୍ଲିପକାର୍ଟରେ ଉପଲବ୍ଧ ହେବ। ଭିଡିଓ ଟିଜରକୁ ଦେଖି ଫୋନର କିଛି ବୈଶିଷ୍ଟ୍ୟ ଆକଳନ କରାଯାଇପାରେ | ଭିଡିଓରେ ଦର୍ଶାଯାଇଥିବା ଫୋନ୍‌ରେ ୪ ଟି ବେକ୍‌କ୍ୟାମେରା ରହିଛି |  ଏଥିସହିତ ଫୋନ୍‌ରେ ଦମ୍‌ଦାର ପ୍ରୋସେସର ମଧ୍ୟ ରହିଛି ।

ଏତଦ୍‌ବ୍ୟତୀତ ଟିପଷ୍ଟର ଇଶାନ ଅଗ୍ରୱାଲ ଏହି ଫୋନ ବିଷୟରେ ଟ୍ୱିଟ୍‌ କରି କିଛି ସୂଚନା ଦେଇଛନ୍ତି । ପୋକୋ ପକ୍ଷରୁ କରାଯାଇଥିବା ଏହି ଟ୍ୱିଟ୍‌କୁ ଜବାବ ଦେଇ ଇଶାନ କହିଛନ୍ତି ଏହି ଫୋନଟି M2 ପ୍ରୋ । ସେ କରିଥିବା ଟ୍ୱିଟରେ କହିଛନ୍ତି ୟୁରୋପରେ ଲଞ୍ଚ ହୋଇଥିବା ଏହି ଫୋନର ପଛ ପାର୍ଶ୍ୱ ଡିଜାଇନ୍ ଜିଆଓମିର ରେଡମି ନୋଟ୍ ୯ ପ୍ରୋ ସହିତ ସମାନ |

ଚଳିତ ବର୍ଷ ଲଞ୍ଚ ହୋଇଛି ରେଡ୍ ମି ୯ ପ୍ରୋ

ସାଓମି ୯ ପ୍ରୋ ଚଳିତ ବର୍ଷ ମାର୍ଚ୍ଚରେ ଲଞ୍ଚ ହୋଇଛି । ସାଓମି ପକ୍ଷରୁ ଏହି ଫୋନ୍‌ର ମୂଲ୍ୟ ୧୩ ହଜାର ୯୯୯  ରହିଛି । କିନ୍ତୁ ସେଲ୍‌ ସମୟରେ କିଣିଲେ ଗ୍ରାହକ ଏହାକୁ ଆହୁରି କମ୍ ଦାମ୍‌ରେ ପାଇପାରିବେ ।

ତେବେ ଏହି ଫୋନ୍‌ ୨ଟି ଭେରିଏଣ୍ଟରେ ଉପଲବ୍ଧ । ୪ ଜିବି/୬୪ ଜିବି ଫିଚର୍ ଥିବା ମୋବାଇଲ୍‌ର ଦାମ୍‌ ୧୩,୯୯୯ ହୋଇଥିବା ବେଳେ ୬/୧୨୮ ଜିବି ଭେରିଏଣ୍ଟ ମୋବାଇଲର ଦାମ୍ ୧୬,୯୯୯ ରହିଛି  । ରେଡ ମି ୯ ପ୍ରୋ’ର ୬.୬୭ ଇଞ୍ଚର ଏଚ୍‌ଡି ଡିସ୍‌ପ୍ଳେ ରହିଥିବା ବେଳେ ସ୍କ୍ରିନ୍‌ ରିଜୋଲ୍ୟୁସନ୍ ୨୪୦୦x୧୦୮୦ ରହିଛି । ଏଥିସହିତ ଗରିଲା ଗ୍ଳାସ୍‌ ୫ ମଧ୍ୟ ରହିଛି ।

Leave a Reply