ଯୁବସମାଜକୁ ମୋଦୀଙ୍କ ସନ୍ଦେଶ: ଦକ୍ଷତାରେ ପରିବର୍ତ୍ତନ ଆଣିବା ଜରୁରୀ, ଏହାହିଁ ସମୟର ଦାବି

PM Nrendra Modi Speech On World Youth Skill Day

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ବିଶ୍ୱ ଯୁବ ଦକ୍ଷତା ଦିବସ ଅବସରରେ ଯୁବ ସମାଜକୁ ସମ୍ବୋଧନ କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଆଜିର ଦିନ ଏକବିଂଶ ଶତାବ୍ଦୀର ଯୁବ ସମାଜକୁ ସମର୍ପିତ । ବଦଳୁଥିବା ପଦ୍ଧତି, କୌଶଳକୁ ବଦଳାଇ ଦେଇଛି, ବର୍ତ୍ତମାନ ସମୟରେ ଦେଶର ଯୁବକମାନେ ଅନେକ ନୂତନ କଥାକୁ ଆପଣାଉଛନ୍ତି ।

ମୋଦୀ କହିଛନ୍ତି ଯେ, କରୋନା ସଙ୍କଟରେ ଲୋକମାନେ ପଚାରୁଛନ୍ତି ଯେ ଏପରି ସମୟରେ କିପରି ଆଗକୁ ବଢ଼ାଯାଇପାରିବ । ଏହାର ଏକମାତ୍ର ମନ୍ତ୍ର ହେଉଛି ନିଜ ଦକ୍ଷତାକୁ ସୁଦୃଢ଼ କରିବା । ବର୍ତ୍ତମାନ ଆପଣଙ୍କୁ ପ୍ରତି ସୋପାନରେ ନୂଆ ନୂଆ ଦକ୍ଷତା ଶିଖିବାକୁ ପଡ଼ିବ । ଏଥି ସହିତ ମୋଦୀ କହିଛନ୍ତି ଯେ, ସଫଳ ବ୍ୟକ୍ତିକୁ ନିଜର ଦକ୍ଷତା ସୁଧାରିବାର ସୁଯୋଗ ମିଳିବା ଜରୁରୀ, ଯଦି କିଛି ନୂଆ ଶିଖିବାର ଯିଜ୍ଞାସା ନାହିଁ ତେବେ ଜୀବନର ଗତି ଥମିଯାଏ ।

ନିଜ ସମ୍ବୋଧନରେ ପିଏମ ମୋଦୀ କହିଛନ୍ତି ଯେ, ପ୍ରତ୍ୟେକ ବ୍ୟକ୍ତିକୁ ନିଜ ଦକ୍ଷତା ସମୟକ୍ରମେ ବଦଳାଇବା ଉଚିତ, ଏହା ହିଁ ସମୟର ଦାବି । ମୋର ଜଣେ ପରିଚିତ ବ୍ୟକ୍ତି ବେଶୀ ପାଠପଢ଼ି ନଥିଲେ କିନ୍ତୁ ତାଙ୍କ ଅକ୍ଷର ଖୁବ ସୁନ୍ଦର ଥିଲା । ସମୟ କ୍ରମେ ସେ ଏଥିରେ ଖୁବ ପରିବର୍ତ୍ତନ ଆଣିଥିଲେ । ତାପରେ ଲୋକମାନେ ତାଙ୍କ ସହକାମ କରିବା ଆରମ୍ଭ କରିଦେଲେ । ସମସ୍ତଙ୍କ ପାଖରେ ନିଜସ୍ୱ ଦକ୍ଷତା ଥାଏ, ଯାହା ଅନ୍ୟ ମାନଙ୍କ ସହ ନିଜର ଭିନ୍ନ ଏକ ପରିଚୟ କରି ଠିଆ ହେବାରେ ସାହାଯ୍ୟ କରିଥାଏ ।

ପ୍ରଧାନମନ୍ତ୍ରୀ ମୋଦୀଙ୍କ ମହତ୍ୱକାଂକ୍ଷୀ ଯୋଜନା ମଧ୍ୟରୁ ସ୍କିଲ୍ ଇଣ୍ଡିଆ ମିଶନକୁ ଆଜି ୫ ବର୍ଷ ପୂରଣ ହୋଇଛି । ଏହି ମଉକାରେ ସ୍କିଲ୍ ଡେଭେଲପମେଣ୍ଟ ମନ୍ତ୍ରାଳୟ ତରଫରୁ ଡିଜିଟାଲ କନକ୍ଲେଭର ଆୟୋଜନ କରାଯାଇଛି ।

ଦେଶର ଯୁବବର୍ଗଙ୍କ ଦକ୍ଷତା ବୃଦ୍ଧି ତଥା ସେମାନଙ୍କୁ ସଶକ୍ତ କରିବା ପାଇଁ ସ୍କିଲ ଇଣ୍ଡିଆ ମୋଦୀ ସରକାରଙ୍କ ଏକ ପଦକ୍ଷେପ । ଏହି ଅଭିଯାନ ମାଧ୍ୟମରେ ଯୁବକମାନଙ୍କର ଦକ୍ଷତା ବିକଶିତ ହୋଇଛି, ଯାହା ଦ୍ୱାରା ଏହା ଅଧିକ ନିଯୁକ୍ତି ଏବଂ ଅଧିକ ଉତ୍ପାଦନକାରୀ ହୋଇପାରିବ । ସ୍କିଲ୍ ଇଣ୍ଡିଆ ଅଭିଯାନ ମାଧ୍ୟମରେ ଲୋକଙ୍କ ବୈଷୟିକ ଜ୍ଞାନକ କୌଶଳ ବୃଦ୍ଧି ପାଇଥାଏ ।

ସ୍କିଲ୍ ଇଣ୍ଡିଆ ପ୍ରତ୍ୟେକ କ୍ଷେତ୍ରରୁ ପାଠ୍ୟକ୍ରମ ଅନ୍ତର୍ଭୁକ୍ତ କରେ, ଯାହା ଜାତୀୟ ଦକ୍ଷତା ଯୋଗ୍ୟତା ଫ୍ରେମୱାର୍କ ଅଧୀନରେ ଉଭୟ ଶିଳ୍ପ ଏବଂ ସରକାରଙ୍କ ଦ୍ୱାରା ସ୍ୱୀକୃତିପ୍ରାପ୍ତ ମାନକ ସହିତ ସଂଯୁକ୍ତ । ପାଠ୍ୟକ୍ରମ ଜଣେ ବ୍ୟକ୍ତିଙ୍କୁ କାର୍ଯ୍ୟର ବ୍ୟବହାରିକ ବିତରଣ ଉପରେ ଧ୍ୟାନ ଦେବାରେ ସାହାଯ୍ୟ କରେ ଏବଂ ତାଙ୍କୁ ତାଙ୍କର ବୈଷୟିକ ଜ୍ଞାନକ କୌଶଳ ବୃଦ୍ଧି କରିବାରେ ସାହାଯ୍ୟ କରେ ।

 

Leave a Reply