ପ୍ରଧାନମନ୍ତ୍ରୀ ମୋଦିଙ୍କ ଟ୍ୱିଟର ଆକାଉଣ୍ଟ ହେଲା ହ୍ୟାକ୍‌, ଟ୍ୱିଟରର ଏନେଇ ତଦନ୍ତ ଜାରି

1 min read

ନୂଆଦିଲ୍ଲୀ: ହ୍ୟାକ୍‌ ହେଲା ପ୍ରଧାନମନ୍ତ୍ରୀ ମୋଦିଙ୍କ ଟ୍ୱିଟର ଆକାଉଣ୍ଟ । ହ୍ୟାକର ମାନଙ୍କ ଟାର୍ଗେଟରେ ମୋଦିଙ୍କ ପର୍ସନାଲ ଟ୍ୱିଟର ଆକାଉଣ୍ଟ @narendramodi_in । ତେବେ ବୁଧବାର ବିଳମ୍ବିତ ରାତିରେ ଟ୍ୱିଟର ଆକାଉଣ୍ଟକୁ ହ୍ୟାକରମାନେ ହ୍ୟାକ୍ କରିଛନ୍ତି । ହ୍ୟାକର ମାନେ ମୋଦିଙ୍କ ଆକାଉଣ୍ଟକୁ ହ୍ୟାକ କରି ତାଙ୍କର ମତ ଦେଇଥିଲେ । କିନ୍ତୁ ଏହା ଜାଣିବା ପରେ କିଛି ସମୟ ଭିରେ ଆକାଉଣ୍ଟକୁ ଠିକ୍‌ କରାଯାଇଥିଲା । ସେପଟେ ଏନେଇ ଟ୍ୱିଟ୍‌ ଏକ ବିବୃତି ଦେଇଛି ଯେଉଁଥିରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆକାଉଣ୍ଟ ହ୍ୟାକ୍‌ ହୋଇଥିବା ସ୍ୱୀକାର କରିଛି ଟ୍ୱିଟର । ଏହି ହ୍ୟାକିଂର ଠିକ୍ କିଛି ଦିନ ପୂର୍ବରୁ ବାରାକ ଓବାମା, ଏଲୋନ୍ ମସ୍କଙ୍କ ପରି ସେଲିବ୍ରିଟିଙ୍କ ଆକାଉଣ୍ଟକୁ ହ୍ୟାକିଂ ହୋଇ ଥିଲା । ଯେଉଁଥିରେ ହ୍ୟାକର ମାନେ ବିଟକଏନ ମାଧ୍ୟମରେ ଟଙ୍କା ମାଗିଥିଲେ । ଟ୍ୱିଟର ମୁଖପାତ୍ରଙ୍କ ସୂଚନା ଅନୁଯାୟୀ, ଏହାର ତଦନ୍ତ ଏବେ ଚାଲୁଛି ।

ସୂଚନା ଅନୁଯାୟୀ, ବୁଧବାର ରାତି ପ୍ରାୟ ୩ଟା ସମୟରେ @narendramodi_in ଆକାଉଣ୍ଟରୁ ଏକ ଟ୍ୱିଟ୍ କରାଯାଇଥିଲା । ଯେଉଁଥିରେ ଲେଖାଥିଲା, ‘ଏହି ଆକାଉଣ୍ଟ ଜନ୍ ୱିକ୍ (hckindia@tutanota.com) ଦ୍ୱାରା ହ୍ୟାକ୍ ହୋଇଛି । କିନ୍ତୁ ଆମେ ପେଟିଏମ୍ ମଲ୍ ହ୍ୟାକ୍ କରିନାହୁଁ । ଏହା ବ୍ୟତୀତ ଏକ ଟ୍ୱିଟ୍‌ରେ କ୍ରିପ୍ଟୋକରେନ୍ସିକୁ ଜାତୀୟ ରିଲିଫ ପାଣ୍ଠିରେ ଟଙ୍କା ରଖିବାକୁ କୁହାଯାଇଥିଲା । ତେବେ ଏହି ଟ୍ୱିଟକୁ କିଛି ମିନିଟ୍ ପରେ ଡିଲିଟ କରି ଅଧ ଘଣ୍ଟା ମଧ୍ୟରେ ଟ୍ୱିଟର ଦ୍ୱାରା ଆକାଉଣ୍ଟକୁ ଟିକ କରାଯାଇଥିଲା ।

 

Leave a Reply