ମିଳିତ ଜାତିସଂଘରେ ମୋଦି ଦୁନିଆକୁ କରୋନା ଭ୍ୟାକ୍ସିନ ନେଇ ଦେଲେ ଆଶ୍ୱାସନା

1 min read
Hathras Gangrape Dalit girl Death PM Narendra Modi CM Yogi Adityanath UP Police

ନୂଆଦିଲ୍ଲୀ: ମିଳିତ ଜାତିସଂଘର ୭୫ ତମ ଅଧିବେଶନକୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  । ଭର୍ଚୁଆଲ ବୈଠକରେ  ମତ ରଖିଥିଲେ ମୋଦି  । ଜାତିସଂଘର କାର୍ଯ୍ୟଶୈଳୀରେ ପରିବର୍ତ୍ତନ ଆସିବା ଦରକାର ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି  । ୧୯୪୫ ମସିହାରେ ବିଶ୍ୱର ମାହୋଲ ଭିନ୍ନ ଥିଲା  । କିନ୍ତୁ ଆମ ସମ୍ମୁଖରେ ଏବେ ନୂଆ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି  । ବିଶ୍ୱ ଅନେକ ଯୁଦ୍ଧ, ଗୃହ ଯୁଦ୍ଧ ଓ ଆତଙ୍କବାଦୀ ହମଲା ଦେଖିଛି , ଲକ୍ଷ ଲକ୍ଷ ଲୋକେ ନିଜର ଘର ଛାଡିଛନ୍ତି  । ତେଣୁ ବ୍ୟବସ୍ଥାରେ ପରିବର୍ତ୍ତନ ଆସିବାର ଆବଶ୍ୟକତା ରହିଛି ବୋଲି ମୋଦି କହିଛନ୍ତି  ।

ଭାରତ ସବୁବେଳେ ବିଶ୍ୱକୁ ସମ୍ମାନ ଦେଇ ଆସିଛି । ଏହା ଆମର ସଂସ୍କୃତି ଓ ପରମ୍ପରାର ପ୍ରତୀକ ଅଟେ । ୮-୯ ମାସ ଧରି କରୋନା ବିପକ୍ଷରେ ସଂଘର୍ଷ ଜାରି ରହିଛି  । ସାରା ବିଶ୍ୱକୁ  ଭାରତ ଟିକା ଯୋଗାଇପାରିବ, ଏ ନେଇ ଭାରତର କ୍ଷମତା ରହିଥିବା ସାରା ବିଶ୍ୱକୁ କହିଛନ୍ତି ପ୍ରଧାନମନ୍ତ୍ରୀ  । ମହାମାରୀ କରୋନାରେ ସୃଷ୍ଟି ହୋଇଥିବା ପରିସ୍ଥିତି ପରେ  ଆମେ ଆତ୍ମନିର୍ଭରଶୀଳ ଭାରତର ଦୃଷ୍ଟିକୋଣ ସହିତ ଆଗକୁ ବଢ଼ୁଛୁ । ଭାରତରେ ସମସ୍ତ ଯୋଜନାର ଲାଭରେ କୌଣସି ଭେଦଭାବ ବିନା ପ୍ରତ୍ୟେକ ନାଗରିକଙ୍କ ନିକଟରେ ପହଞ୍ଚିବ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ।

ଆଜି, ବିଶ୍ୱର ସର୍ବ ବୃହତ ଟିକା ଉତ୍ପାଦନକାରୀ ଦେଶ ଭାବରେ ମୁଁ ବିଶ୍ୱ ସମୁଦାୟକୁ ଆଉ ଏକ ସନ୍ଦେସ ଦେବାକୁ ଚାହୁଁଛି । ଭାରତର ଟିକା ଉତ୍ପାଦନ ଏବଂ ଟିକା ବିତରଣ କ୍ଷମତା ସମଗ୍ର ମାନବ ସମାଜକୁ ଏହି ସଙ୍କଟରୁ ବାହାର କରିବାରେ ସାହାଯ୍ୟ କରିବ ଏବଂ କରୁଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଭାରତ ସବୁ ସମୟରେ ସମଗ୍ର ମାନବ ଜାତିର ହିତ ଚିନ୍ତା କରିଥାଏ । ଭାରତ ସବୁ ସମୟରେ ନିଶ୍ୱାର୍ଥ ଭାବନାରେ କାର୍ଯ୍ୟ କରେ । ଭାରତର ନୀତି ସବୁବେଳେ ଏହି ଦର୍ଶନ ଦ୍ୱାରା ଅନୁପ୍ରାଣିତ ହୋଇଛି । ମହାମାରୀର ଏହି କଠିନ ସମୟରେ ଭାରତର ଫାର୍ମା ଶିଳ୍ପ ୧୫୦ରୁ ଅଧିକ ଦେଶକୁ ଅତ୍ୟାବଶ୍ୟକ ଔଷଧ ପଠାଇଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ଆଜି ବିଶ୍ୱର ସର୍ବ ବୃହତ ଟିକା ଉତ୍ପାଦନକାରୀ ଦେଶ ଭାବରେ ମୁଁ ବିଶ୍ୱ ସମୁଦାୟକୁ ଆଉ ଏକ କଥା କହିବାକୁ ଚାହୁଁଛି ଯେ ଭାରତର ଟିକା ଉତ୍ପାଦନ ଏବଂ ଟିକା ବିତରଣ କେବଳ ମାନବ ସମାଜର ହିତ ପାଇଁ କାର୍ଯ୍ୟ କରିବ  ।

ତୃତୀୟ ବିଶ୍ୱଯୁଦ୍ଧ ହୋଇ ନାହିଁ ବୋଲି କହିବା ଠିକ୍ । କିନ୍ତୁ ଏହା ଆମେ ଅସ୍ୱୀକାର କରିପାରିବା ନାହିଁ ଯେ ଅନେକ ଯୁଦ୍ଧ ହେଲା, ଅନେକ ଗୃହଯୁଦ୍ଧ ମଧ୍ୟ ହୋଇଛି । କେତେ ଆତଙ୍କବାଦୀଙ୍କ ଆକ୍ରମଣରେ ରକ୍ତର ନଦୀ ବୋହିଛି । ଏହି ଯୁଦ୍ଧ ଏବଂ ଆକ୍ରମଣରେ ଯେଉଁମାନେ ପ୍ରାଣବଳୀ ଦେଇଛନ୍ତି ସେମାନେ ଆମ ପରି ମଣିଷ ଥିଲେ । ଲକ୍ଷ ଲକ୍ଷ ନିରୀହ ପିଲା ଯେଉଁମାନେ ଆଗକୁ ବଶ୍ୱରେ ନା କରିଥାନ୍ତେ ସେମାନେ ସବୁଦିନ ପାଇଁ ଦୁନିଆ ଛାଡ଼ି ଚାଲିଯାଇଛନ୍ତି । ସେତେବେଳେ ଏବଂ ଆଜି ମିଳିତ ଜାତିସଂଘର ଉଦ୍ୟମ ଯଥେଷ୍ଟ ଥିଲା କି ? ବୋଲି ପ୍ରଶ୍ନ କରିଛନ୍ତି ମୋଦି ।

ସେପଟେ ଭାରତର ୧୫୦ ନିୟୁତ ଲୋକଙ୍କ ଘରେ ପାଇପ ଯୋଗେ ପାଣି ପହଞ୍ଚାଇବା କାରର୍ଯ୍ୟ କରୋନା ସମୟରେ ମଧ୍ୟ ଜାରି ରହିଛି । କିଛି ଦିନ ପୂର୍ବରୁ ଭାରତ ନିଜର ୬ ଲକ୍ଷ ଗାଁକୁ ବ୍ରଡବ୍ୟାଣ୍ଡ ଅପ୍ଟିକାଲ ଫାଇବର ସହିତ ସଂଯୋଗ କରିବା ପାଇଁ ବହୁତ ବଡ ଯୋଜନା ଆରମ୍ଭ କରିଛି ।

Leave a Reply