ଭାରତରେ ପହଞ୍ଚିଲା ଲଢ଼ୁଆ ଯୁଦ୍ଧ ବିମାନ ରାଫେଲ, ଏମିତି ଢଙ୍ଗରେ ସ୍ୱାଗତ କଲେ ପ୍ରଧାନମନ୍ତ୍ରୀ

1 min read

ନୂଆଦିଲ୍ଲୀ: ଭାରତୀୟ ବାୟୁ ସେନା ପାଇଁ ଐତିହାସିକ କ୍ଷଣ । ଦେଶରେ ବୁଧବାର ପହଞ୍ଚିଛି ଲଢ଼ୁଆ ଯୁଦ୍ଧ ବିମାନ ରାଫେଲ । ଅମ୍ବାଲାରେ ରାଫେଲ ଭାବେ ଲ୍ୟାଣ୍ଡିଂ କରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଫେଲ୍ ଲ୍ୟାଣ୍ଡିଂ ବେଳର ଭିଡିଓକୁ ସେୟାର କରି ନିଆରା ଢଙ୍ଗରେ ସ୍ୱାଗତ କରିଛନ୍ତି । ପ୍ରଧାନମନ୍ତ୍ରୀ ସଂସ୍କୃତ ଭାଷାରେ ଟ୍ୱିଟ୍ କରି ଲେଖିଛନ୍ତି । ମୋଦିଙ୍କ ଟ୍ୱିଟର ଅର୍ଥ ହେଉଛି- ରାଷ୍ଟ୍ର ରକ୍ଷା ସମାନ କୌଣସି ପୂଣ୍ୟ କାର୍ଯ୍ୟ ନାହିଁ । ରାଷ୍ଟ୍ର ରକ୍ଷା ସମାନ କୌଣସି ବ୍ରତ ନାହିଁ, ରାଷ୍ଟ୍ର ରକ୍ଷା ସମାନ କୌଣସି ବଳିଦାନ ନାହିଁ । ଫ୍ରାନ୍ସରୁ କିଣା ଯାଇଥିବା ଏହି ରାଫେଲ ଯୁଦ୍ଧ ବିମାନ ଅମ୍ବାଲା ଏୟାରବେସରେ ପହଞ୍ଚିଛି । ବାୟୁ ସେନା ମୁଖ୍ୟ ଏୟାରଚିଫ ମାର୍ଶଲ ଆର.କେ ଏସ୍ ଭଦୌରିୟା ଅମ୍ବାଲାରେ ବିମାନଗୁଡ଼ିକୁ ସ୍ୱାଗତ କରିଥିଲେ ।

ସେହିଭଳି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଲଢୁଆ ଯୁଦ୍ଧ ବିମାନ ରାଫେଲର ଭିଡିଓ ସେୟାର କରି ସ୍ୱାଗତ କରିଛନ୍ତି । ସେ ଲେଖିଛନ୍ତି- ଗତିରୁ ନେଇକରି ଅସ୍ତ୍ରଶସ୍ତ୍ର କ୍ଷମତା ଯାଏଁ ରାଫେଲ୍ ବହୁତ ଆଗରେ । ମୋର ଭରସା ଅଛି ଏହା ବିଶ୍ୱସ୍ତ୍ରରୀୟ ଯୁଦ୍ଧବିମାନ ଗେମ ଚେଞ୍ଜର ସାବ୍ୟସ୍ତ ହେବ । ଏହି ଅବସରରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ସମେତ ବାୟୁ ସେନା ଏବଂ ପୂରା ଦେଶବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି- ବିମାନ ଅମ୍ବାଲାରେ ସୁରକ୍ଷିତ ଭାବେ ଲ୍ୟାଣ୍ଡିଂ କରିଛି । ରାଫେଲ  ଯୁଦ୍ଧ ବିମାନ ଭାରତ ମାଟି ଛୁଇଁବା ସହ ସୈନ୍ୟ ଇତିହାସର ନୂଆ ଯୁଗ ଆରମ୍ଭ ହୋଇଯାଇଛି । ଏହି ବହୁମୂଖୀ ବିମାନ ବାୟୁସେନାର କ୍ଷମତାରେ କ୍ରାନ୍ତିକାରୀ ପରିବର୍ତ୍ତନ ଆଣି ଆହୁରି ଶକ୍ତିଶାଳୀ କରିବ । ଏହି ବିମାନ ପାଖାପାଖି ୭ ହଜାର କିଲୋମିଟର ଉଡ଼ାଣ କରିବା ପରେ ବୁଧବାର ଭାରତରେ ପହଞ୍ଚିଛି ।

Leave a Reply