ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ, ପ୍ରଧାନମନ୍ତ୍ରୀ ନେଲେ କରୋନା ଭ୍ୟାକ୍ସିନ

1 min read

ନୂଆଦିଲ୍ଲୀ: କରୋନା ଟିକା ନେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦ୍ବିତୀୟ ପର୍ଯ୍ୟାୟ ଟିକାକରଣ ବେଳେ କରୋନା ଟିକା ନେଇଛନ୍ତି ପ୍ରଧାନମନ୍ତ୍ରୀ  । ଆଜି ଦିଲ୍ଲୀର ଏମ୍‌ସ ହସ୍ପିଟାଲରେ ପ୍ରଧାନମନ୍ତ୍ରୀ ଟିକା ନେଇଛନ୍ତି ।

ପ୍ରଧାନମନ୍ତ୍ରୀଙ୍କୁ ଭାରତ ବାୟୋଟେକ୍‌ ପ୍ରସ୍ତୁତ କରିଥିବା କରୋନା ଟିକା ‘କୋଭାକ୍ସିନ୍’ ଦିଆଯାଇଛି । କମ୍‌ ସମୟ ମଧ୍ୟରେ ଟିକା ପ୍ରସ୍ତୁତ କରିଥିବା ବୈଜ୍ଞାନିକ ଓ ଡାକ୍ତରଙ୍କ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ । ଦେଶବାସୀ ଟିକା ନେବା ସହ ଭାରତକୁ କୋଭିଡ୍‌ ମୁକ୍ତ କରିବାକୁ ପ୍ରଧାନମନ୍ତ୍ରୀ ଆହ୍ବାନ ଦେଇଛନ୍ତି ।

ପ୍ରଧାନମନ୍ତ୍ରୀ ନିଜେ ଟିକା ନେବା ସହ ଉପଯୁକ୍ତ ବ୍ୟକ୍ତିଙ୍କୁ ଟିକାକରଣରେ ସାମିଲ ହେବା ପାଇଁ ଆହ୍ବାନ ଦେଇଛନ୍ତି । ସେହିପରି ବିନା ଭୟ ଏବଂ ସଙ୍କଟରେ ଟିକା ନିଅନ୍ତୁ ଏବଂ ଦେଶକୁ କରୋନାରୁ ମୁକ୍ତ କରନ୍ତୁ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ଆଜିଠୁ ସାରାଦେଶରେ ଦ୍ବିତୀୟ ପର୍ଯ୍ୟାୟ ଟିକାକରଣଜାରି ରହିଛି । ୧୦ ହଜାର ସରକାରୀ କେନ୍ଦ୍ର ଓ ୨୦ ହଜାର ଘରୋଇ ହସପିଟାଲରେ ଟିକା ପ୍ରଦାନ କରାଯିବା ନେଇ ନିଷ୍ପତି ନେଇଛି ସ୍ବାସ୍ଥ୍ୟ ବିଭାଗ । ଏହି ପର୍ଯ୍ୟାୟରେ ବୟସ୍କ ଓ ଗୁରୁତର ରୋଗରେ ପୀଡ଼ିତ ବ୍ୟକ୍ତିଙ୍କୁ ପ୍ରାଥମିକତା ଆଧାରରେ ଟିକା ପ୍ରଦାନ କରାଯିବ ।

Leave a Reply