Fit India Dialogue: ବିରାଟ କୋହଲିଙ୍କୁ କଣ ପଚାରିଲେ ପ୍ରଧାନମନ୍ତ୍ରୀ ମୋଦି

1 min read

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫିଟ୍ ଇଣ୍ଡିଆ ଡାଇଲଗରେ ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ କୋହଲିଙ୍କ ସହ ଫିଟନେସ ଓ ତାଙ୍କର ରୁଟିନକୁ ନେଇ କଥା ହୋଇଛନ୍ତି । ଏହି ଅବସରରେ ବିରାଟ କୋହଲି ଦିଲ୍ଲୀର ଛୋଲେ ଭଟୁରେ ଓ ୟୋ-ୟୋ ଟେଷ୍ଟ ବିଷୟରେ କହିଛନ୍ତି ।

ଏହି କାର୍ଯ୍ୟକ୍ରମ ଦିଲ୍ଲୀରୁ ଭିଡିଓ କନଫରେନ୍ସିଂ ଜରିଆରେ କରାଯାଇଥିଲା । ଯେଉଁଥିରେ ଦୁବାଇରୁ ଯୋଡ଼ି ହୋଇଥିଲେ ବିରାଟ କୋହଲି । ବିରାଟ ଆଇପିଏଲ୍ ପାଇଁ ଦୁବାଇରେ ଅଛନ୍ତି । ତାଙ୍କ ଟିମ୍ କିଙ୍ଗ୍ସ ଇଲେଭନ ପଞ୍ଜାବ ବିପକ୍ଷରେ ଆଗାମୀ ମ୍ୟାଚ୍ ଖେଳିବ ।

ପ୍ରଧାନମନ୍ତ୍ରୀ ମୋଦି ବିରାଟଙ୍କୁ ଫିଟନେସ୍ ରୁଟିନ୍ ବିଷୟରେ ପଚାରିଥିଲେ । ଉତ୍ତରରେ କୋହଲି କହିଥିଲେ- ମୁଁ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ପାଉଛି । ଯେଉଁ ପିଢିରୁ ଆମେ ଖେଳିବା ଆରମ୍ଭ କଲୁ, ସେବେଠୁ ଫିଟନେସକୁ ନେଇ କେତେକ ଜିନିଷ ବଦଳି ଯାଇଛି । ପ୍ରଥମେ ଖେଳକୁ ଠିକ୍ କରିବା ପାଇଁ ଫିଟନେସ୍ ମିଶନ ଆରମ୍ଭ ହୋଇଥିଲା, ଏବେ ପ୍ରାକ୍ଟିସ୍ ମିସ୍ ହୋଇଗଲେ ଖରାପ ଲାଗୁନି । କିନ୍ତୁ ଫିଟନେସ୍ ମିସ୍ ହୋଇଗଲେ ଖରାପ ଲାଗୁଛି ।

ଦିଲ୍ଲୀର ଛୋଲେ-ଭଟୁରେ

ମୋଦି ହସି ହସି ପଚାରିଥିଲେ ଦିଲ୍ଲୀର ଛୋଲେ-ଭଟୁରେ ନଖାଇ କେମିତି ଲାଗୁଛି । ବିରାଟ କହିଥିଲେ- ମୁଁ ଘରେ ଜେଜେ ମାଆଙ୍କୁ ଦେଖିଛି ଯିଏ ଘରର ଖାଦ୍ୟ ଖାଉଥିଲେ ଓ ସୁସ୍ଥ ରହୁଥିଲେ । ପୂର୍ବରୁ ମୁଁ ଯେବେ ପ୍ରାକ୍ଟିସ୍ କରୁଥିଲି, ବାହାରେ ଅଧିକ ଖାଉଥିଲି । ଏବେ ବହୁତ୍ କିଛି ବଦଳି ଯାଇଛି । ମୋତେ ପରେ ଲାଗିଥିଲା ଫିଟନେସ୍ ପାଇଁ କାମ କରିବା ଜରୁରୀ । ଯଦି ଆପଣ ଫିଟ୍ ରହିବେନି ତ କିଛି ଜିନିଷ କରିପାରିବେ ନାହିଁ ।

ୟୋ-ୟୋ ଟେଷ୍ଟ…

ପିଏମ୍ ପଚାରିଥିଲେ- ୟୋ-ୟୋ ଟେଷ୍ଟ କ୍ୟାପଟେନଙ୍କୁ କରିବାକୁ ପଡ଼େ । ବିରାଟ କହିଥିଲେ ତାହା ଏକ ଫିଟନେସ୍ ଲେବସ ଟେଷ୍ଟ । ମୁଁ ସବୁଠୁ ପ୍ରଥମେ ଦୌଡ଼ୁଥିଲି । କାରଣ ଏହି ଟେଷ୍ଟରେ ବିଫଳ ହେବା ଅର୍ଥାତ୍ ଟିମରୁ ବାହାରି ଯିବ । ବୋଲରଙ୍କ ପାଇଁ ଟେଷ୍ଟରେ ଫିଟ୍ ରହିବା ବହୁତ୍ ଜରୁରୀ ଅଟେ । ପୂର୍ବରୁ ଆମ ଫିଟନେସ ଠିକ୍ ରହୁନଥିଲା । ଆଜିର ଦିନରେ ଆମ ଟିମର ଫିଟନେସ୍ ବହୁତ ଭଲ ରହୁଛି । ଏଥିସହ ମୋଦି ବିରାଟ-ଅନୁଷ୍କାଙ୍କୁ ଘରକୁ ଆସୁଥିବା ଅତିଥି ପାଇଁ ଶୁଭେଚ୍ଛା ଜଣାଇଥିଲେ ।

PM Narendra Modi Asked Virat Kohli Questions On Yo Yo Test

ବିରାଟଙ୍କ ବ୍ୟତୀତ ପାରଅଲିମ୍ପିଆନ୍ ଦେବେନ୍ଦ୍ର ଝାଝାରିୟାଙ୍କ ସହ କଥା ହୋଇଥିଲେ । ଏହି ଅନଲାଇନ୍ କନଫରେନ୍ସରେ ବିରାଟ ଓ ଝାଝାରିୟଙ୍କ ବ୍ୟତୀତ ମଡେଲ୍, ରନର ଓ ଆକ୍ଟର ମିଲିନ୍ଦ ସୋମନ, ନ୍ୟୁଟ୍ରିସନିଷ୍ଟ ଋଜୁତା ଦିବେକର ଭାଗ ନେଇଥିଲେ । ସମସ୍ତେ ଫିଟନେସକୁ ନେଇ ନିଜର ଯାତ୍ରା ଓ ପ୍ରଧାନମନ୍ତ୍ରୀଙ୍କ ସୁସ୍ଥ ଜୀବନ ଉପରେ ମତ ରଖିବା ସହ ପରାମର୍ଶ ଦେଇଥିଲେ ।

Leave a Reply