ପବିତ୍ର ରଥଯାତ୍ରା ଅବସରରେ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କ ଶୁଭେଚ୍ଛା

1 min read

ନୂଆଦିଲ୍ଲୀ: ଭକ୍ତଙ୍କ ମାନ ରଖିବାକୁ ବଡ଼ଦାଣ୍ଡକୁ ଓହ୍ଲାଇଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ଭକ୍ତ ଦୁଃଖସୁଖ ସେ ସବୁ ଦେଖୁଛନ୍ତି ଆଉ ବୁଝୁଛନ୍ତି ସମମସ୍ତଙ୍କ ଭାବ । ସେ ସବୁ ଜାଣିଥିଲେ ହୁଏତ ସେ ଭକ୍ତଙ୍କ ପରୀକ୍ଷା ନେଉଥିଲେ । ସବୁ ପ୍ରକାର ବାଧା ବିଘ୍ନରେ ଭକ୍ତ ତାଙ୍କୁ ଭୁଲି ଯାଇନାହାଁନ୍ତି ତ କିନ୍ତୁ ଆଜି ଜିତି ଯାଇଛି ଭକ୍ତଙ୍କ ଭକ୍ତି ଆଉ ବଡ଼ ଦାଣ୍ଡକୁ ଓହ୍ଲାଇଛନ୍ତି ବଡ଼ ଠାକୁର ।

ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତେ ସେମାନଙ୍କ ଭାବ ପ୍ରକାଶ କରିଛନ୍ତି । ଆଉ ରଥଯାତ୍ରା ପାଇଁ ସମସ୍ତ ସୁଖ ସମୃଦ୍ଧିର କାମନା କରିଛନ୍ତି ପ୍ରଧାନମନ୍ତ୍ରୀ ।

ଭଗବାନ ଜଗନ୍ନାଥଙ୍କ ରଥଯାତ୍ରା ଅବସରରେ ସମସ୍ତଙ୍କୁ ପ୍ରଧାନମନ୍ତ୍ରୀ ଶୁଭକାମନା ଜଣାଇଛନ୍ତି । ଏବଂ କରୋନା କାଳରେ ସମସ୍ତଙ୍କ ଆରୋଗ୍ୟ କାମନା କରିବାକୁ ଯାଇ ଶ୍ରଦ୍ଧା ଓ ଭକ୍ତି ପୂର୍ଣ୍ଣ ଏହି ଯାତ୍ରା ଦେଶବାସୀଙ୍କ ଜୀବନରେ ସୁଖ ସମୃଦ୍ଧି ସୌଭାଗ୍ୟ ଏବଂ ଆରୋଗ୍ୟ ନେଇ ଆସୁ ବୋଲି ପ୍ରଧାନମନ୍ତ୍ରୀ କାମନା କରିଛନ୍ତି ।

ଅନ୍ୟପଟେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ରଥଯାତ୍ରାର ପବିତ୍ର ଅବସରରେ ସମସ୍ତ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହ ବିଶେଷକରି ଓଡ଼ିଶାରେ ଥିବା ମହାପ୍ରଭୁ ଜଗନ୍ନାଥଙ୍କ ଭକ୍ତବୃନ୍ଦଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ମହାପ୍ରଭୁ ଜଗନ୍ନାଥଙ୍କ ଅପାର କରୁଣା ଆମ ସମସ୍ତଙ୍କୁ କୋଭିଡ-19 ମହାମାରୀର ସାମନା କରିବା ପାଇଁ ସାହସ ଓ ଦୃଢ ସଂକଳ୍ପ ପ୍ରଦାନ କରୁ ଏବଂ ଆମ ଜୀବନକୁ ଉତ୍ତମ ସ୍ୱାସ୍ଥ୍ୟ ଓ ଆନନ୍ଦରେ ଭରି ଦେଉ ବୋଲି ରାଷ୍ଟ୍ରପତି କାମନା କରିଛନ୍ତି ।

Leave a Reply