କେତେ ଦିନ ଯାଏଁ ବଢ଼ିବ ଲକଡାଉନ୍ ? ମଙ୍ଗଳବାର ଘୋଷଣା କରିବେ ପ୍ରଧାନମନ୍ତ୍ରୀ ମୋଦି

1 min read

 

ନୂଆଦିଲ୍ଲୀ: କାଲି ସରୁଛି ୨୧ ଦିନିଆ ଲକଡାଉନ୍ । ଦେଶରେ ମହାମାରୀ କରୋନା ବ୍ୟାପି ଚାଲିଥିବା ବେଳେ ପୁଣି ଲଡାଉନ୍ ଅବଧି ବୃଦ୍ଧି ପାଇବ କି ? ଏ ପ୍ରଶ୍ନ ସମସ୍ତଙ୍କ ମନରେ ସଂଶୟ ସୃଷ୍ଟି କରିଛି । ଆସନ୍ତାକାଲି ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ଏହି ଦ୍ୱନ୍ଦ୍ୱ ଉପରୁ ପରଦା ହଟାଇବେ । ଦେଶବ୍ୟାପୀ ଲାଗିଥିବା ୨୧ ଦିନିଆ ଲକଡାଉନ୍ ସରୁଥିବା ବେଳେ କାଲି ସକାଳ ୧୦ଟାରେ ସମ୍ବୋଧିତ କରିବେ ମୋଦି । ଲକଡାଉନ୍ ଓ କରୋନା ସଂକ୍ରମଣ ରୋକିବାକୁ ସରକାର ନେଇଥିବା ପଦକ୍ଷେପ ଓ ଯୋଜନା ବିଷୟରେ ସେ ଲୋକଙ୍କୁ କହିବେ । ସଂକ୍ରମଣ ସ୍ଥିତିକୁ ଦେଖିଲେ ଲକଡାଉନର ବୃଦ୍ଧି ହେବାର ସମ୍ଭାବନା ଅଧିକ । କିନ୍ତୁ, କିଛି ପ୍ରତିବନ୍ଧକ କୋହଳ ହୋଇପାରେ ।

ଏହା ପୂର୍ବରୁ ମୋଦି ଆଜି ଦେଶବାସୀଙ୍କୁ ସମ୍ବୋଧନ କରିବେ ବୋଲି ଚର୍ଚ୍ଚା ହେଉଥିଲା । ଏହାକୁ ସରକାରଙ୍କ ସୂତ୍ରରୁ ମନା କରାଯାଇଥିଲା । ଗତ ୧୧ ତାରିଖରେ ପ୍ରଧାନମନ୍ତ୍ରୀ ଅତ୍ୟଧିକ କରୋନା ସଂକ୍ରମିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ ବୈଠକ କରିଥିଲେ । ପ୍ରାୟ ମୁଖ୍ୟମନ୍ତ୍ରୀ ଲକଡାଉନ୍ ବୃଦ୍ଧି ସପକ୍ଷରେ ଥିଲେ । ଏପରିକି ଲକଡାଉନ ୨ ସପ୍ତାହ ପାଇଁ ବୃଦ୍ଧି ହେବ ବୋଲି ଆଲୋଚନା ହୋଇଥିଲା । ଆଉ ମୋଦି ହୁଏତ ସମାନ କଥା କାଲି ଘୋଷଣା କରିପାରନ୍ତି ।

ହାତ ତିଆରି ମାସ୍କ ପିନ୍ଧି ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ,କେଜ୍ରିୱାଲ କହିଲେ ଲକଡାଉନ୍ ବଢାଅ

କଣ ହେବ ଅର୍ଥନୀତି ?

୨୧ ଦିନର ଲକଡାଉନ ଫଳରେ ବିଶ୍ୱ ସହିତ ଭାରତର ଅର୍ଥନୀତି ବହୁ କ୍ଷତି ସହିଛି । ବର୍ତ୍ତମାନ ଅର୍ଥନୀତିର ଗତିକୁ ମଜଭୁତ୍ କରିବାକୁ ସରକାର ଚାହୁଁଛନ୍ତି । ୧୧ ତାରିଖ ଦିନ ବୈଠକରେ ମୁଖ୍ୟମନ୍ତ୍ରୀମାନେ ମଧ୍ୟ ଏକଥାକୁ ପ୍ରଧାନମନ୍ତ୍ରୀଙ୍କ ଆଗରେ ରଖିଥିଲେ । କୁହାଯାଉଛି ଗତ ମାସରେ ଅର୍ଥନୀତିରେ ୫୦ରୁ ୭୫ ପ୍ରତିଶତ କ୍ଷତି ହୋଇଛି ।

ଦ୍ୱିତୀୟ ପର୍ଯ୍ୟାୟରେ କେମିତି ଲାଗୁ ହୋଇପାରେ ଲକ୍‌ଡାଉନ୍‌? ପଢ଼ନ୍ତୁ ଏହି ରିପୋର୍ଟରେ..

ଲକଡାଉନ ଦେଶର ଅର୍ଥନୀତି ଉପରେ ଖରାପ ପ୍ରଭାବ ପକାଇଛି । ଲୋକଙ୍କ ପାଖରେ କାମ ଧନ୍ଦା ନାହିଁ । ଏଭଳି ସ୍ଥିତିରେ ସରକାର କୃଷି ସହିତ କାରଖାନା ଓ ପଣ୍ୟ ପରିବହନ ଉପରୁ ପ୍ରତିବନ୍ଧକ ହଟାଇ ପାରନ୍ତି । କରୋନା ସଂକ୍ରମିତ ଅଞ୍ଚଳ ବା ହଟସ୍ପଟକୁ ବାଦ୍ ଦେଇ ବଳକା ସ୍ଥାନରେ ଏହା ଲାଗୁ ହୋଇପାରେ । କିନ୍ତୁ ମେଟ୍ରୋ ସିଟି ଗୁଡ଼ିକରେ ଲକଡାଉନ୍ କୋହଳ ସମ୍ଭବ ନୁହେଁ । ଦିଲ୍ଲୀ, ମୁମ୍ବାଇ, ଇନ୍ଦୋର, ଗୁରୁଗ୍ରାମ, ଭୋପାଳ, ହାଇଦ୍ରାବାଦ, ଅହମଦାବାଦ, ଜୟପୁର, ବେଙ୍ଗଳୁରୁ ଭଳି ସହରରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି ।

ବିରୋଧୀ ଦଳ ନେତାଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ, ସରକାର ନେଇଥିବା ପଦକ୍ଷେପ ବାବଦରେ ଦେଲେ ସୂଚନା

ପୂର୍ବରୁ ଓଡ଼ିଶା ସମେତ ଦିଲ୍ଲୀ, ମହାରାଷ୍ଟ୍ର, ତେଲଙ୍ଗାନା, ପଶ୍ଚିମବଙ୍ଗ ଓ ପଞ୍ଜାବ ଆଦି ୬ଟି ରାଜ୍ୟ ଲକଡାଉନକୁ ଏପ୍ରିଲ୍ ଶେଷ ପର୍ଯ୍ୟନ୍ତ ବୃଦ୍ଧି ନେଇ ଘୋଷଣା କରିଛନ୍ତି । ଏକାଧିକ ରାଜ୍ୟ ଏହା ଉପରେ ସହମତ ଥିବା ବେଳେ କେନ୍ଦ୍ର ସରକାରଙ୍କ ଘୋଷଣାକୁ ଅପେକ୍ଷା କରିଛନ୍ତି ।

Leave a Reply