Modi Warns China: କ’ଣ ପାଇଁ ମୋଦି କହିଲେ ଆମେ ବଂଶୀଧର ଶ୍ରୀକୃଷ୍ଣଙ୍କୁ ପୂଜା କରୁ କିନ୍ତୁ….

1 min read

ଲେହ: ପ୍ରଧାନମନ୍ତ୍ରୀ ମୋଦି ଲେହରେ ଆଜି ଅଚାନକ ଲେହରେ ପହଂଚିଥିଲେ । ସେଠାରୁ ସେ ନିମୁ ଫରୱାର୍ଡ ବ୍ଲକକୁ  ଯାଇଥିଲେ । ଯେଉଁଠାରେ ସେ ଯବାନଙ୍କୁ ସମ୍ବୋଧିତ କରିଥିଲେ । ଯବାନଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ସେମାନଙ୍କ ବୀରତ୍ୱକୁ ସଲାମ କରିଥିଲେ । ଭାରତୀୟ ଯବାନଙ୍କ ଶୌର୍ଯ୍ୟକୁ ଦୁନିଆ ଦେଖିଲା ବୋଲି ସେ କହିଥିଲେ । ଏହା ସହ ପ୍ରଧାନମନ୍ତ୍ରୀ ଚୀନକୁ ନିଶାନାକୁ ନେଇଥିଲେ ।

ନିଶାନାରେ ଚୀନ

PM Narendra Modi

 

ମୋଦି ଚୀନକୁ ଶୁଣାଇ କହିଥିଲେ ଯେ, ବିସ୍ତାରବାଦର ଯୁଗ ସରିଯାଇଛି  । ଏହା ହେଉଛି ବିକାଶବାଦର ଯୁଗ । ଦୃତଗତିରେ ବଦଳୁଥିବା ସମୟରେ ବିକାଶବାଦ ହିଁ ପ୍ରାସଙ୍ଗିକ । ବିକାଶବାଦ ପାଇଁ ଅବସର ଅଛି । ଏହା ବିକାଶର ଆଧାର । ଗତ ଶତାବ୍ଦୀରେ ବିସ୍ତାରବାଦ ମାନବ ଜାତିର ବିନାଶ କରିଥିଲା । କାହା ମଧ୍ୟରେ ଯଦି ବିସ୍ତାରବାଦୀ ଚିନ୍ତାଧାରା ଘର କରି ରହିଛି ତେବେ ତାହା ବିଶ୍ୱ ଶାନ୍ତି ପାଇଁ ବିପଦ । ଇତିହାସ ସାକ୍ଷି ଯେ, ଏଭଳି ଶକ୍ତି ଧ୍ୱଂସ ପାଇଯାନ୍ତି ।

ଦେଲେ କୃଷ୍ଣଙ୍କ ଉଦାହରଣ

ଯବାନଙ୍କୁ ସମ୍ବୋଧନ କରି ପିଏମ୍ ମୋଦି କହିଥିଲେ ଯେ, ଭାରତୀୟ ବଂଶୀଧର ଶ୍ରୀକୃଷ୍ଣଙ୍କ ପୂଜା କରନ୍ତି । ସେମାନେ ମଧ୍ୟ ସୁଦର୍ଶନ ଚକ୍ରଧାରୀ କୃଷ୍ଣଙ୍କୁ ନିଜ ଆଦର୍ଶ ମାନନ୍ତି । ଏମିତି କହି ପ୍ରଧାନମନ୍ତ୍ରୀ ଚୀନକୁ ପରୋକ୍ଷରେ କହିଛନ୍ତି ଯେ,ଭାରତ ଉଭୟ ଯୁଦ୍ଧ ଓ ଶାନ୍ତି ପାଇଁ ପ୍ରସ୍ତୁତ ଅଛି । ବଂଶୀଧର କୃଷ୍ଣ ଯଦି ଶାନ୍ତିର ପ୍ରତୀକ ତେବେ ଚକ୍ରଧାରୀ ଧର୍ମଯୁଦ୍ଧର ପ୍ରତୀକ ।

ଦୁଇ ଜଣ ମାତଙ୍କ କଥା ଭାବି ନିଷ୍ପତ୍ତି ନିଏ

PM Narendra Modi

ପିଏମ୍ କହିଥିଲେ ଯେ, ଯେତେବେଳେ ବି ସେ ଜାତୀୟ ସୁରକ୍ଷା ସମ୍ବନ୍ଧିତ ନିଷ୍ପତ୍ତି ନିଅନ୍ତି ସେତେବେଳେ ସେ ପ୍ରଥମେ ଦୁଇ ଜଣ ମାତାଙ୍କ କଥା ଭାବନ୍ତି । ପ୍ରଥମେ ଭାରତ ମାତା ଓ ପରେ ସେହି ବୀରଙ୍କ ମାତା ଯେଉଁମାନେ ସୈନିକଙ୍କ ଜନ୍ମ ଦିଅନ୍ତି । ସେ ଆହୁରି ମଧ୍ୟ କହିଥିଲେ ଯେ, ଯବାନଙ୍କୁ ସୁରକ୍ଷା ଉପକରଣ ଓ ଅସ୍ତ୍ରଶସ୍ତ୍ର ଯୋଗାଇ ଦେବାର ଯଥା ସମ୍ଭବ ଚେଷ୍ଟା କରାଯାଉଛି ।

ଶତ୍ରୁ ଆପଣଙ୍କ ଉତ୍ସାହ ଓ କ୍ରୋଧକୁ ଦେଖିଛି

ଯବାନଙ୍କ ଉତ୍ସାହ ବଢାଇ ପ୍ରଧାନମନ୍ତ୍ରୀ ମୋଦି କହିଥିଲେ ଯେ, ଆପଣଙ୍କ ବାହୁ ଚଟାଣ ଭଳି । ଶତ୍ରୁ ଆପଣଙ୍କ ଉତ୍ସାହ ଦେଖିଛି ଓ କ୍ରୋଧ ମଧ୍ୟ ଦେଖିଛି । ଆପଣ ମାନେ ନିକଟରେ ଯେଉଁ ବୀରତ୍ୱ ଦେଖାଇଲେ ତାହା ବିଶ୍ୱରେ ଭାରତର ଶକ୍ତିକୁ ନେଇ ସନ୍ଦେଶ ଦେଇଛି । ଆପଣ ଓ ଆପଣଙ୍କ ସଂକଳ୍ପ କାରଣରୁ ହିଁ ଆତ୍ମନିର୍ଭର ଭାରତ ତିଆରି କରିବାର ଆମ ସଂକଳ୍ପ ଆହୁରି ମଜବୁତ ହୋଇଛି । ଆପଣଙ୍କ ଇଛାଶକ୍ତି ହିମାଳୟ ଭଳି ଶକ୍ତ ,ଦେଶକୁ ଆପଣଙ୍କ ଉପରେ ଗର୍ବ ରହିଛି ।

Leave a Reply